କରଜରୁ ମୁକ୍ତି ଦେବ ଫିଟିକିରି

ବାସ୍ତୁ ଶାସ୍ତ୍ରର ମହତ୍ୱ ମନୁଷ୍ୟ ଜୀବନରେ ଅନେକ କିଛି ରଖିଥାଏ । ବାସ୍ତୁ ଶାସ୍ତ୍ରରେଏମିତି କିଛି ବସ୍ତୁ ଅଛି ଯାହାର ପ୍ରୟୋଗରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ । ଫିଟିକିରି ଏପରି ଏକ ଜିନିଷ ଯାହାର ପ୍ରୟୋଗ ଦ୍ୱାରା ଆପଣ ଆର୍ଥିକ ସମସ୍ୟାର ସମାଧାନ କରିପାରିବେ ।

–  ଫିଟିକିରି ଆପଣଙ୍କୁ ଆର୍ଥିକ ଦୁରାବସ୍ତାରୁ ମୁକାଳି ପାରେ । ଏହାର ପ୍ରୟୋଗ ଦ୍ୱାରା ଯେତେ ପ୍ରକାର ଅସୁବିଧା ତାହା ଦୂର ହୋଇପାରେ ।

  ଧନ ଲାଭ ଓ ଉନ୍ନତି ପାଇଁ ପାଣିରେ ଅଳ୍ପ ଫିଟିକିରି ଖଣ୍ଡ ପକାଇ ସ୍ନାନ କରନ୍ତୁ । ଏହା କରିବା ଦ୍ୱାରା ଆର୍ଥିକ ଉନ୍ନତିରେ ଆସୁଥିବା ବାଧା ଦୂର ହେବ ଓ ଧନ ଲାଭ ହେବ ।

–  ଯଦି ଆପଣଙ୍କୁ ବେପାରରେ ଲାଭ ହେଉନାହିଁ ତେବେ ଫିଟିକିରି ଉପାୟ ଦ୍ୱାରା ଲାଭ ମିଳିପାରେ । ବେପାରରେ କ୍ଷତି ହେଉଥିଲେ ଏକ କଳା ରଂଗର କପଡ଼ାରେ ଅଳ୍ପ ଫିଟିକିରି ବାନ୍ଧି ଦୋକାନ କିମ୍ବା ନିଜ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ ।

–  ଘର କିମ୍ବା କାର୍ଯ୍ୟାଳୟରେ ବାସ୍ତୁ ଦୋଷ ଥିଲେ ୫୦ ଗ୍ରାମ ଫିଟିକିରି ନେଇ ଏକ ପାତ୍ରରେ ରଖନ୍ତୁ । ଏହାକୁ ଘରର ଏମିତି କୋଣରେ ରଖନ୍ତୁ ଯେମିତି କାହାର ନଜର ଏହା ଉପରେ ନପଡେ । ଏହାଦ୍ୱାରା ଆପଣଙ୍କୁ ଲାଭ ମିଳିବ ।

–  ଘରର ଝରକା ପାଖରେ ଫିଟିକିରି ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଭିତରକୁ ଆସିପାରେ ନାହିଁ । ପରିବାରରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ ।

–  ଯଦି ଆପଣଙ୍କ ଘରେ କେହି ନା କେହି ସଦସ୍ୟ ରୋଗରେ ପଡ଼ୁଥାନ୍ତି ତେବେ ଘର ପୋଛିବା ବେଳେ ପାଣିରେ ଫିଟିକିରି ପକାଇ ପୋଛନ୍ତୁ । ଏହାଦ୍ୱାରା ଘରେ ସୁଧାର ଆସିବ । ଘରେ କୌଣସି ସଦସ୍ୟ ରୋଗରେ ପଡ଼ିବେ ନାହିଁ ।

–  ଯେଉଁ ଲୋକଙ୍କ ଉପରେ କରଜର ବୋଝ ରହିଛି ଓ ଠିକ ସମୟ ପୂର୍ବରୁ ଏଥିରୁ ମୁକ୍ତି ଚାହୁଁଛନ୍ତି । ତାହେଲେ ଫିଟିକିରିରେ ସିନ୍ଦୁର ପକାଇ ଏହାକୁ ଏକ ପାନ ପତ୍ରରେ ଗୁଡ଼ାଇ ବୁଧବାର ଦିନ ଓସ୍ତ ଗଛତଳେ ରଖି ଦିଅନ୍ତୁ । ଫିଟିକିରିର ଏହି ଉପାୟ ଦ୍ୱାରା ଆପଣ କରଜରୁ ଶୀଘ୍ର ମୁକ୍ତ ହୋଇଯିବେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *