ଯାତ୍ରୀଙ୍କ ପାଇଁ ଖୁସି ଖବର : ଭୁବନେଶ୍ୱରରୁ ୫ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ବିମାନଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଣିକି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରୁ ୫ ସହରକୁ ବିମାନ ଉଡାଣ କରିବ । ଏହି ବିମାନସେବା ନୂଆବର୍ଷରୁ ଆରମ୍ଭ ହେବ । ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ପକ୍ଷରୁ ଘରୋଇ ବିମାନ ନୂତନ ମାର୍ଗରେ ଉଡ଼ାଣ ଆରମ୍ଭ କରାଯିବ ବୋଲି ବିପିଆଇଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ନୂତନ ରୁଟ୍‌ରେ ବିମାନ ଚଳଚଳ ଆରମ୍ଭ କରିବ।

ଭୁବନେଶ୍ୱର ବିମାନବନ୍ଦରରୁ ୫ ସହର ଇନ୍ଦୋର, ଡେରାଡୁନ୍‌, ଲକ୍ଷ୍ନୌ, ଜୟପୁର ଓ କୋଚିନକୁ ବିମାନ ସେବା ଆରମ୍ଭ ହେବ। ଏ ନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ୨୦୨୫ ଜାନୁଆରୀ ୧ ତାରିଖରୁ ସପ୍ତାହକୁ ୪ଦିନ ଇନ୍ଦୋର ଅଭିମୁଖେ ଇଣ୍ଡିଗୋ ବିମାନ ଯାତ୍ରା କରିବ। ସପ୍ତାହକୁ ୩ ଦିନ ଡ଼େରାଡ଼ୁନକୁ ବିମାନଯାତ୍ରା କରିପାରିବେ ଯାତ୍ରୀ । ସେହିପରି ଜାନୁୟାରୀ ୩ରୁ ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ବିମାନ ସେବା ଯୋଗାଯିବ। ଏହାବ୍ୟତୀତ କୋଚିନକୁ ସପ୍ତାହରେ ୭ଦିନଯାକ ଏୟାରଇଣ୍ଡିଆ ସେବା ଯୋଗାଇବ ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ଜାନୁଆରୀ ୨ ରୁ କୋଚିନ୍‌କୁ ଦୈନିକ ବିମାନ ସେବା ଆରମ୍ଭ କରିବ। ଇନ୍ଦୋର ଏବଂ ଡେରାଡୁନକୁ ଇଣ୍ଡିଗୋ ବିମାନଗୁଡ଼ିକ ଭୁବନେଶ୍ୱରରୁ ଅପରାହ୍ନ ୩ଟାରୁ ଯାତ୍ରା କରିବ। ଏୟାର ଇଣ୍ଡିଆ ଏକ୍ସପ୍ରେସ ଭୁବନେଶ୍ୱରରୁ ପାଞ୍ଚଟି ନୂତନ ଗନ୍ତବ୍ୟସ୍ଥଳ ସହିତ ଏହାର ନେଟୱାର୍କକୁ ବିସ୍ତାର କରିବାକୁ ଯୋଜନା କରିଛି। ବିପିଆଇଏ ଅନୁଯାୟୀ, ଏହା ଜାନୁଆରୀ ୪ ରୁ ବେଙ୍ଗାଲୁରୁକୁ ନୂତନ ବିମାନ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଏହି ବିମାନଗୁଡିକ ବିପିଆଇଏରୁ ସକାଳ ୬ଟା ୧୫ରେ ଉଡ଼ାଣ ଆରମ୍ଭ କରି ରେ ଏବଂ ମଧ୍ୟରାତ୍ର ୧୨ ଟା ୨୦ରେ ପ୍ରତ୍ୟାବର୍ତ୍ତନ କରିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *