ଘରୋଇ ଉପଚାରରେ ସମସ୍ୟା ହୋଇବ ଦୂର

ପେଟ ଫୁଲାଇବା ବା ଗ୍ୟାସ୍ ସମସ୍ୟା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି । ଆଜିକାଲିର ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ ଯୋଗୁଁ ନାନା ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି। ଗ୍ୟାସ୍ ସମସ୍ୟା ଯୋଗୁଁ ଅଧିକାଂଶ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆମେ ଯେତେବେଳେ ଖାଦ୍ୟ ଖାଇଥାଉ ଆମ ପେଟରେ ସୃଷ୍ଟି ହେଉଥିବା ଏସିଡ୍ ଏହି ଖାଦ୍ୟକୁ ଛୋଟ ଛୋଟ ଟୁକୁଡାରେ ବଦଳାଇଥାଏ। ଏହି ପାଚନ ପ୍ରକ୍ରିୟା ସମୟରେ ପେଟରୁ ଗ୍ୟାସ ବାହାରିଥାଏ ଯେଉଁଥିପାଇଁ ବେଳେବେଳେ ସୁଜନ ଓ ପେଟରେ ଯନ୍ତ୍ରଣା ହୋଇଥାଏ। ପେଟ ଫୁଲାଇବା ଓ ଗ୍ୟାସ୍ ସମସ୍ୟାର କିଛି ଖାସ କାରଣ ରହିଛି।

ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଗ୍ରହଣ କଲେ, ସିଗାରେଟ ଟାଣିବା, ମସଲାଯୁକ୍ତ ଓ ତେଲିଆ ଖାଦ୍ୟ ଖାଇବାରୁ ଗ୍ୟାସ ହୋଇଥାଏ। ପେଟରେ ଗ୍ୟାସ ହେଲେ ଅନେକ ପ୍ରକାର ସମସ୍ୟା ହୋଇପାରେ। ସେଥିପାଇଁ ଖାଦ୍ୟାଭ୍ୟାସ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। କିଛି ଘରୋଇ ଉପଚାର ଦ୍ୱାରା ଗ୍ୟାସ ସମସ୍ୟାରୁ ତୁରନ୍ତ ଆଶ୍ବସ୍ତି ମିଳିପାରେ।

ଅଦା – ଅଦା ଗ୍ୟାସ ସମସ୍ୟାରୁ ତୁରନ୍ତ ଆଶ୍ବସ୍ତି ଦେଇଥାଏ। ଏକ ଇଞ୍ଚର ଅଦାକୁ ଛେଚି ଖାଇବା ପରେ ଏକ ଚାମଚ ଲେମ୍ବୁ ରସ ସହ ମିଶାଇ ସେବନ କରନ୍ତୁ। ପେଟ ଫୁଲା ସମସ୍ୟା ତୁରନ୍ତ ଦୂର ହୋଇଯିବ। ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବାକୁ ଅଦା ଚା’ ପିଇବା ଏକ ଉତ୍ତମ ଘରୋଇ ଉପଚାର।

ଏପଲ୍ ସାଇଡ଼ର୍ ଭିନେଗାର୍ – ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଟିଏ ଗ୍ଲାସ ପାଣିରେ ଏପଲ୍ ସାଇଡ଼ର୍ ଭିନେଗାର୍ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଦିନ ସାରା ପେଟ ଫୁଲେଇବା ନାହିଁ କି ଗ୍ୟାସ ହେବନାହିଁ। ଏପଲ୍ ସାଇଡ଼ର୍ ଭିନେଗାର୍ ବଦଳରେ ଲେମ୍ବୁ ରସ ମଧ୍ୟ ବ୍ୟବହାର କରିପାରିବେ।

ଧୂମପାନ କରନ୍ତୁନି – ଧୂମପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ଧୂମପାନ ଦ୍ୱାରା ନାନା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିଥାଏ। ଧୂମପାନ କରିବା ଦ୍ୱାରା ପାଚନ ତନ୍ତ୍ରରେ ପବନ ପ୍ରବେଶ କରିଥାଏ ଯେଉଁଥିପାଇଁ ଧୂମପାନ କରୁଥିବା ବ୍ୟକ୍ତିଙ୍କ ପେଟ ଭଲ ରହେନାହିଁ।

ପାନମଧୁରୀ ଚା’ – ଘରୋଇ ଉପଚାରରେ ପାନମଧୁରୀ ସବୁଠାରୁ ଅଧିକ ପ୍ରଭାବଶାଳୀ। ପାନମଧୁରୀକୁ ରାତି ସାରା ପାଣିରେ ବତୁରାଈ ତାକୁ ସକାଳୁ ଛାଣି ସେହି ପାଣିକୁ ସେବନ କରନ୍ତୁ। ଏହାଦ୍ୱାରା ପେଟ ଫୁଲିବା ସମସ୍ୟା ଦୂର ହେବ। ଯଦି ଆପଣଙ୍କ ପେଟରେ ସୁଜନ ହୋଇଯାଇଥାଏ ତାହେଲେ ପାନମଧୁରୀ ପକାଇ ଚା’ ତିଆରି କରି ପିଅନ୍ତୁ, ଆଶ୍ବସ୍ତି ମିଳିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *