ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଗୁରୁବାର ରାତିରେ ଦେହାନ୍ତ ହୋଇଥିଲା। ୯୨ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ଆଜି ଆମେ ମନମୋହନ ସିଂହଙ୍କ ୩ ଝିଅଙ୍କ ବିଷୟରେ ଜାଣିବା। ସେମାନଙ୍କ ନାଁ କ’ଣ। ସେମାନେ କ’ଣ କରନ୍ତି।
୩ ଝିଅଙ୍କ ନାଁ ହେଉଛି ଉପେନ୍ଦର ସିଂହ, ଦମନ ସିଂହ, ଅମ୍ରୀତ ସିଂହ। ବଡ଼ ଝିଅ ଉପେନ୍ଦର ସିଂହ ଜଣେ ଇତିହାସକାର ସହ ଶିକ୍ଷାବିତ। ସେ ଦିଲ୍ଲୀ ୟୁନିଭର୍ସିଟରେ ଇତିହାସର ପ୍ରଫେସର ଅଛନ୍ତି। ସେ ଲେଖକ ବିଜୟ ତନ୍ଖାଙ୍କୁ ବିବାହ କରିଛନ୍ତି। ଉପିନ୍ଦର ଅନେକ ପୁସ୍ତକ ରଚନା କରିଛନ୍ତି। ସେ ପ୍ରାଚୀନ ଭାରତୀୟ ଇତିହାସ ଉପରେ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି। ତାଙ୍କୁ କେମ୍ରିଜ୍ରୁ ଫେଲୋସିପ ମଧ୍ୟ ମିଳିଛି।ଯେତେବେଳେ ସଞ୍ଜୟ ବାରୁ ‘ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ପୁସ୍ତକ ରଚନା କରିଥିଲେ, ସେ ଏହାର କଡ଼ା ସମାଲୋଚନା କରିଥିଲେ।
ଦ୍ୱିତୀୟ ଝିଅ ଦମନ ସିଂହ ଜଣେ ଲେଖିକା। ଦମନ ପ୍ରଧାନମନ୍ତ୍ରୀଙ୍କ ଉପରେ ବହି ଲେଖିଥିଲେ। ସେ ‘ଦ ଲାଷ୍ଟ ଫ୍ରଣ୍ଟିୟର’ ବ୍ୟତୀତ ‘ଷ୍ଟ୍ରିକ୍ଟଲି ପର୍ସନାଲ: ମନମୋହନ ଆଣ୍ଡ ଗୁରୁଶରଣ’ ନିଜ ମାତାପିତାଙ୍କ ବାୟୋଗ୍ରାଫି ଲେଖିଛନ୍ତି। ଏଥିରେ ମନମୋହନଙ୍କ ବ୍ୟକ୍ତିଗତ ଜୀବନର ଅନେକ ଘଟଣା ଉଲ୍ଲେଖ ରହିଛି। ସେ ଆଇପିଏସ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ସେ ୧୯୮୪ରେ ନିଜର ସ୍ନାତକ ଶେଷ କରିଥିଲେ।।
ସାନ ଝିଅ ହେଉଛନ୍ତି ଅମ୍ରୀତ ସିଂହ। ସେ ପେସା ଜଣେ ଓକିଲ। ସେ ଷ୍ଟେଫର୍ଡ ବିଶ୍ୱବିଦ୍ୟାଳୟରେ ଆଇନର ପ୍ରଫେସର ଅଛନ୍ତି। ସେ ସାରା ବିଶ୍ୱରେ ଅନେକ ମାନବାଧିକାର ପ୍ରସଙ୍ଗରେ କାମ କରିଛନ୍ତି। କେମ୍ରିଜ୍ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
ମନମୋହନ ସିଂହଙ୍କ ପତ୍ନୀ ଗୁରୁସରଣ ଇତିହାସର ପ୍ରଫେସର ଥିବା ସହ ଜଣେ ଲେଖିକା ମଧ୍ୟ। ୧୯୫୮ରେ ଗୁୁରୁସରଣଙ୍କୁ ବିବାହ କରିଥିଲେ ମନମୋହନ ସିଂହ।