ନେପାଳ ପରିବର୍ତ୍ତେ ଉତ୍ତର ପ୍ରଦେଶରେ ପହଞ୍ଚାଇଲା

ନୂଆଦିଲ୍ଲୀ: ଗୁଗୁଲ ମ୍ୟାପ୍ ଦେଉଛି ଧୋକା। ଏବେ ସବୁ ଆଡେ ଗୁଗୁଲର ଜମାନା। କିଛି ଦରକାର ହେଲେ ଗୁଗୁଲ। ଲୋକଙ୍କୁ ମଧ୍ୟ ସନ୍ତୁଷ୍ଟ ଉତ୍ତର ମିଳେ। ଆଜିକାଲିର ଯୁବପିଢ଼ୀ ସମସ୍ତେ ଗୁଗୁଲ ବେଶ ଫଲୋ କରନ୍ତି। ହେଲେ ଆପଣ ଜାଣିଛନ୍ତି କି ଏବେ ଗୁଗୁଲ ମ୍ୟାପ ଦେଉଛି ଧୋକା। ଲୋକେସନ୍ ଗୋଟେ ମାରିଲେ ପହଞ୍ଚଛନ୍ତି ଗୋଟେ ସ୍ଥାନରେ। ଖାଲି ଏତିକି ନୁହେଁ ଗୁଗୁଲ ଭୁଲ ତଥ୍ୟ ପାଇଁ ଜୀବନ ମଧ୍ୟ ଚାଲିଯାଉଛି। ଏଭଳି କିଛି ଘଟଣା ଏବେ ପୁଣି ଥରେ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ଫ୍ରେଞ୍ଚ ବ୍ୟକ୍ତି ସାଇକେଲରେ ନେପାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଯେଉଁଥିରେ ସେମାନେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଭାୟା ତନକପୁର ଦେଇ ନେପାଳର କାଠମାଣ୍ଡୁ ପାଇଁ ବାହାରିଥିଲେ । ଯେଉଁଥିପାଇଁ ଗୁଗଲ ମ୍ୟାପର ସହାୟତା ନେଇଥିଲେ ଦୁଇ ବ୍ୟକ୍ତି । ଆଉ ଗୁଗଲ ମ୍ୟାପ, ବରେଲିର ବହେରି ଦେଇ ସେମାନଙ୍କୁ ସଟକଟ ରାସ୍ତା ଦେଖାଇଥିଲା । ହେଲେ ଦେଖିଲା ବେଳକୁ ପ୍ରାୟ ମଧ୍ୟରାତ୍ରି ବେଳକୁ ସେମାନେ ୟୁପିର ଚୁରାଇଲି ଡ୍ୟାମ୍ ପାଖରେ ପହଞ୍ଚିଥିଲେ । ମଝି ରାତିରେ ଏଭଳି ଦୁଇ ଜଣ ଅଜଣା ବ୍ୟବକ୍ତିଙ୍କୁ ଦେଖି, ପୋଲିସ ହେପାଜତରେ ଦେଇଥିଲେ ସେଠିକା ଗାଁ ଲୋକେ ।

ଯାହାକୁ ନେଇ ପୋଲିସ୍ କହିଛି, ଦୁଇ ଜଣ ଫ୍ରେଞ୍ଚ ବ୍ୟକ୍ତି ଗିଲବର୍ଟ ଏବଂ ଗାବରିଲ ଗତ ଜାନୁଆରୀ ୭ ତାରିଖରେ ପ୍ୟାରିସରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିଲେ । ପରେ ସେମାନେ କାଠମାଣ୍ଡୁକୁ ସାଇକେଲ ଯୋଗେ ବାହାରିଥିଲେ । ହେଲେ ଗୁଗଲ ମ୍ୟାପ ଭୁଲ ରାସ୍ତାରା ଦେଖାଇବାରୁ ଦୁଇ ଜଣ ବ୍ୟକ୍ତି ଏଭଳି ଅପଦସ୍ତ ହୋଇଛନ୍ତି । ଗାଁ ଲୋକମାନେ ଦୁଇ ଜଣ ବ୍ୟକ୍ତିଙ୍କୁ ରାତି ଅଧରେ ସାଇକେଲ ଚଲାଉଥିବାର ଦେଖିଥିଲେ । ହେଲେ ସେମାନେ ସେମାନଙ୍କ ଭାଷା ବୁଝିପାରିନଥିଲେ । ଯେଭଳି ଦୁଇ ବିଦେଶୀଙ୍କ ସାଙ୍ଗରେ ସେଭଳି କିଛି ଘଟଣା ନଘଟୁ, ତେଣୁ ସେମାନଙ୍କୁ ତୁରନ୍ତ ନିକଟସ୍ଥ ପୋଲିସ୍ ଥାନା ନେଇଯାଇଥିଲେ ଗାଁ ଲୋକେ । ପରେ ସେମାନଙ୍କୁ ପଚରାଉଚରା ପରେ ସବୁ ସତ ଜଣାପଡିଥିଲା । ସେଦିନ ରାତିରେ ସେ ଗାଁରେ ରହିବା ପରେ, ତାଙ୍କୁ ସକାଳେ ଗାଁ ଲୋକମାନେ ସମ୍ମାନର ସହିତ ଠିକ୍ ରାସ୍ତା ବତାଇଦେଇ ବିଦାୟ ଦେଇଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *