ସାଂସଦଙ୍କ ପାଇଁ ଗଲା ଗାଦି

ପ୍ୟାରିସ: ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମିସେଲ ବର୍ଣ୍ଣିୟରଙ୍କ ସରକାରର ପତନ । ମାତ୍ର ୩ ମାସରେ ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି। ଫ୍ରାନ୍ସରେ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସଂସଦରେ ଜଣେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଏପରିକି ମିସେଲଙ୍କ ସରକାର ସବୁଠାରୁ କମ୍ କାର୍ଯ୍ୟକାଳ ଅବଧି ସରକାର ହୋଇଛି। ବର୍ଣ୍ଣିୟର୍‌ ନେତୃତ୍ୱାଧୀନ ସରକାର ବିରୋଧରେ ଆନାସ୍ଥା ପ୍ରସ୍ତାବ ଆଣିଥିଲେ ବାମପନ୍ଥୀ। ମେରିନ୍‌ ଲେ ପେନ୍‌ଙ୍କ ନେତୃତ୍ୱରେ ରାଇଟ୍‌ ଓ୍ୱିଙ୍ଗ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲା। ୫୭୭ ସଦସ୍ୟ ବିଶିଷ୍ଟ ଗୃହରେ ୩୩୧ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ବର୍ଣ୍ଣିୟର୍‌ ସରକାରଙ୍କୁ ହଟାଇବାକୁ ଭୋଟ୍ ଦେଇଛନ୍ତି। ଅପରପକ୍ଷରେ ସରକାରଙ୍କ ପତନ ହେତୁ ଫ୍ରାନ୍ସରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।

ମିସେଲ ବର୍ଣ୍ଣିୟର ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ପ୍ରଦାନ କରିବେ। ଏହି ଇସ୍ତଫା ମଧ୍ୟ ଇମାନୁଏଲ୍ ମାକ୍ରୋନଙ୍କ ପାଇଁ ଏକ ଝଟକା ବୋଲି ବିବେଚନା କରାଯାଉଛି।

ଫ୍ରାନ୍ସରେ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହେଲେ ଏଥିରେ କୌଣସି ବି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ପାରିନଥିଲେ। ଏହା ପରେ ବର୍ଣ୍ଣିୟର୍‌ ସରକାର ଗଠନ କରିବାରେ ସଫଳ ହୋଇଥିଲେ। କିନ୍ତୁ ଏବେ ତିନି ମାସ ମଧ୍ୟରେ ତାଙ୍କ ସରକାର ଭାଙ୍ଗି ଯାଇଛି। ନ୍ୟାସନାଲ ଆସେମ୍ବଲିରେ ଆସନ୍ତା ବର୍ଷ ପାଇଁ ଏକ ବ୍ୟୟବହୁଲ ବଜେଟ୍‌ ଉପରେ ବିବାଦ ମଧ୍ୟରେ ବାମପନ୍ଥୀମାନେ ଅନାସ୍ଥା ପ୍ରସ୍ତାବ ପାରିତ କରିଛନ୍ତି। ବାଚସ୍ପତି ୟେଲ ବ୍ରାଉନ୍‌ ପିଭେଟ୍‌ ସ୍ପଷ୍ଟ କରିଛନ୍ତି ଯେ, ମିସଲେଙ୍କୁ ନିଶ୍ଚିତ ରୂପେ ନିଜ ଇସ୍ତଫା ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ଦେବାକୁ ପଡ଼ିବ।

ମିଳିଥିବା ସୂତ୍ରର ସୂଚନା ମୁତାବକ, ରାଷ୍ଟ୍ରପତି ମାକ୍ରୋନ୍ ଯଥାଶୀଘ୍ର ଏକ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଚାହୁଁଛନ୍ତି। ୧୯୬୨ମସିହାରେ ଚାର୍ଲ୍ସ ଡି ଗଲ୍ ରାଷ୍ଟ୍ରପତି ଥିବାବେଳେ ଜର୍ଜ ପମ୍ପିଡୋ ସରକାରଙ୍କ ପରାଜୟ ପରଠାରୁ ଏହାଥିଲା ପ୍ରଥମ ସଫଳ ଅନାସ୍ଥା ପ୍ରସ୍ତାବ। ୧୯୫୮ ମସିହାରେ ପଞ୍ଚମ ଗଣତନ୍ତ୍ର ଆରମ୍ଭ ହେବା ପରଠାରୁ ଫ୍ରାନ୍ସରେ ଚଳିତ ସରକାର ସବୁଠୁ କମ୍‌ ଦିନର ଶାସନରେ ଥିଲା। 

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *