ନୂଆଦିଲ୍ଲୀ: ମଥୁରା ଓ ବୃନ୍ଦାବନ ମନ୍ଦିରକୁ ଫଟା ଜିନ୍ସ, ମିନି ସ୍କର୍ଟ ମନା । ସ୍କର୍ଟ, ହାପ ପ୍ୟାଣ୍ଟ, ନାଇଟ ସୁଟ୍, ଚିରା ଫଟା ଜିନ୍ସ ପିନ୍ଧି ଆସିଲେ ମିଳିବନି ଏଣ୍ଟ୍ରି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମନ୍ଦିର ପ୍ରଶାସନ । ନୂଆବର୍ଷ ଆଗରୁ ମଥୁରା, ବୃନ୍ଦାବନର ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିର ପ୍ରଶାସନ ଲଗାଇଲା କଟକଣା । ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ତଥା ଦର୍ଶନାର୍ଥୀଙ୍କୁ ମନ୍ଦିରକୁ ଆସିବା ବେଳେ ସୌଜନ୍ୟପୂର୍ଣ୍ଣ ପୋଷାକ ପରିଧାନ କରିବାକୁ କୁହାଯାଇଛି । ସହରର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇ ଲୋକଙ୍କୁ ସଚେତନ କରାଯାଉଛି ।
ନୂଆ ବର୍ଷର ଠିକ ଆଗରୁ ମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି । ନୂଆ ବର୍ଷରେ ମନ୍ଦିରରେ ବହୁତ ଭିଡ ହେବ । ଏହା ପୂର୍ବରୁ ମନ୍ଦିର ପ୍ରଶାସନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ବିଜ୍ଞପ୍ତି ଜାରି କରି ଲୋକଙ୍କୁ ସଠିକ ପୋଷାକ ପିନ୍ଧିବାକୁ ଅପିଲ କରିଛି । ଏଥିରେ ମିନି ସ୍କର୍ଟ, ଚିରା ଜିନ୍ସ, ହାପ ପ୍ୟାଣ୍ଟ, ନାଇଟ ସୁଟ ପିନ୍ଧି ନ ଆସିବାକୁ କୁହାଯାଇଛି । ମନ୍ଦିରର ଗରିମା ଓ ପବିତ୍ରତା ବଜାୟ ରଖିବା ଉଦ୍ଦେଶ୍ୟରେ ଏପରି ଅଶାଳୀନ ପୋଷାକ ପିନ୍ଧି ଭକ୍ତ ମନ୍ଦିରକୁ ନ ଆସନ୍ତୁ । ସହରର ବିଭିନ୍ନ ସ୍ଥାନରେ ଏହି ବ୍ୟାନର ଲଗାଇ ଲୋକଙ୍କୁ ସଚେତନ କରାଯାଉଛି ।