ଅଜବ ଟ୍ରାଫିକ ନିୟମ: ଚାଲିବା ବେଳେ ହେଲମେଟ ନ ପିନ୍ଧିଲେ ଭରିବେ ଜରିମାନା

ଭୋପାଲ: ଦିନକୁ ଦିନ ଟ୍ରାଫିକ ନିୟମ କଡ଼ାକଡ଼ି ହେଉଛି । ବିନା ହେଲମେଟ୍ ବା ସିଟ୍ ବେଲଟରେ ଗାଡ଼ି ଚଲାଇଲେ ପୋଲିସ ଜରିମାନା ଆଦାୟ କରିଥାଏ । ହେଲେ ଏବେ ଚାଲି ଚାଲି ଗଲେ ବି ହେଲମେଟ୍ ପିନ୍ଧିବାକୁ ପଡ଼ିବ । ନହେଲେ ଏଥିଲାଗି ମୋଟାଅଙ୍କର ଜରିମାନା ଭରିବାକୁ ପଡ଼ିବ । ଏବେ ଏହି ଅଜବ ନିୟମ ଲାଗୁ ହୋଇଛି ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ।

ଦେଶରେ ଦୁର୍ଘଟଣା ବୃଦ୍ଧି ପାଉଥିବାରୁୁ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି ହେଉଛି । ଟ୍ରାଫିକ ନିୟମରେ ଲଗାତାର ପରିବର୍ତ୍ତନ ଆଣୁଛନ୍ତି ସରକାର । ବିଭିନ୍ନ ଦୁର୍ଘଟଣା ରୋକିବାକୁ ସତର୍କ କରାଇବା ସହ ଖିଲାପ ହେଲେ ଚାଲାଣ କାଟୁଛନ୍ତି । ବାଇକ୍ ଚଲାଇବା ବେଳେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ରହିଥିଲା । କିନ୍ତୁ ଏବେ ଚାଲିବା ବେଳେ ମଧ୍ୟ ହେଲମେଟ ପିନ୍ଧିବା ନିୟମ କରାଯାଇଛି । ଟ୍ରାଫିକ ନିୟମ ଭାଙ୍ଗି ଚାଲିବା ବେଳେ ହେଲମେଟ ନ ପିନ୍ଧିଲେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ । ଟ୍ରାଫିକ ପୋଲିସ ଆପଣଙ୍କ ନାଁରେ ଚାଲାଣ କାଟିବେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *