ଗେମ୍ ଚେଞ୍ଜର ଦେଖିବାକୁ ଦର୍ଶକ ପାଗଳ

ମୁମ୍ବାଇ: ସାଉଥ ଅଭିନେତା ରାମ ଚରଣଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଗେମ୍ ଚେଞ୍ଜର’ ପରଦାକୁ ଆସି ସାରିଛି। ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ଅବସରରେ ଏହି ଫିଲ୍ମ ରିଲିଜ ହୋଇଛି। ପ୍ରଥମ ଦିନରେ ଫିଲ୍ମ ଦର୍ଶକଙ୍କ ମନମୋହିଛି।ପ୍ରଥମ ଦିନରେ ଫିଲ୍ମ ୫୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟବସାୟ କରିଛି। ୨୦୨୫ର ସବୁଠାରୁ ବଡ଼ ଓପନିଂ ଫିଲ୍ମ ହେଉଛି ଗେମ ଚେଞ୍ଜର।

ତେଲୁଗୁ ସିନେମାସୁପରଷ୍ଟାର ରାମ ଚରଣ ଏବଂ ନିର୍ଦ୍ଦେଶକ ଶଙ୍କରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଗେମ୍ ଚେଞ୍ଜର ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ଦୀର୍ଘ ଦିନ ଧରି ଅପେକ୍ଷା କରାଯାଇଥିଲା ଏବଂ ଏହାର ରିଲିଜକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକ ଭଳି ପ୍ରମୁଖ ରାଜ୍ୟ ସରକାର ଅନେକ ପ୍ରେକ୍ଷାଳୟରେ ମର୍ଣ୍ଣିଂ ସୋ’କୁ ଅନୁମତି ଦେଇଥିଲେ। ଏହି ଚଳଚ୍ଚିତ୍ରରେ ରାମ ଚରଣ ଡବଲ ରୋଲରେ ଅଭିନୟ କରିଛନ୍ତି ଏବଂ ତାଙ୍କ ଅଭିନୟ ଦକ୍ଷତାକୁ ଏହି ଚଳଚ୍ଚିତ୍ରରେ ଭଲ ଭାବରେ ପ୍ରଦର୍ଶିତ କରାଯାଇଛି।

ଶଙ୍କରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗେମ୍ ଚେଞ୍ଜର’ ପ୍ରାୟ ୪୫୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏକ ପଲିଟିକାଲ ଥ୍ରିଲର ଅଟେ। ଶଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମା ମନୋରଞ୍ଜନ କରିବା ସହ ଏକ ଗଭୀର ରାଜନୈତିକ ବାର୍ତ୍ତା ମଧ୍ୟ ଦେଇଛି। ଶଙ୍କର ଏହି ଫିଲ୍ମକୁ ବହୁତ ଭଲ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଏସଜେ ସୂର୍ଯ୍ୟ, ଅଞ୍ଜଳି, ଜୟରାମ, ନବୀନ ଚନ୍ଦ୍ର ଙ୍କ ସମେତ ଅନେକ ସହଯୋଗୀ କଳାକାର ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ କିଆରା ଆଡଭାନୀଙ୍କ ଅଭିନୟ ଚମତ୍କାର ରହିଛି ଏବଂ ତାଙ୍କ ଚରିତ୍ର କାହାଣୀକୁ ମଜବୁତ କରିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *