ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଏବଂ ସାଧୁ-ସନ୍ଥ ଆସି ପହଞ୍ଚିଛନ୍ତି । ୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ମହାକୁମ୍ଭ ସହ ଜଡ଼ିତ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି । ସାଧୁମାନଙ୍କ ଭିଡିଓ ଭାଇରାଲ ସହ ବିଦେଶୀ ଶ୍ରଦ୍ଧାଳୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହାରି ମଧ୍ୟରେ ଜଣେ ବିଦେଶିନୀ ଶ୍ରଦ୍ଧାଳୁଙ୍କ ଫଟୋ ଭାଇରାଲ ହେଉଛି, ଯାହାକି ଲୋକଙ୍କୁ ଖୁବ ଆକର୍ଷିତ କରୁଛି ।
ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ବିଦେଶିନୀ ଜଣକ ଏକ ଗଣେଶ ଟେଡିକୁ ଧରି ଠିଆ ହୋଇଛନ୍ତି । ଭାଇରାଲ ହେଉଥିବା ଏହି ଫଟୋରେ ମହିଳା ଜଣକ ସଂପୂର୍ଣ୍ଣ ଭାବେ ବିଦେଶୀ ଡ୍ରେସରେ ଥିବା ବେଳେ, ସେ ଘୋଡ଼ି ହୋଇଥିବା ସାଲ ତାଙ୍କ ଭାବନାକୁ ଆକର୍ଷିତ କରୁଛି । ମହିଳା ଜଣକ ଯେଉଁ ସାଲ୍ ଘୋଡି ହୋଇଛନ୍ତି, ତା’ ଭିତରେ ସେ ଗଣେଶଙ୍କର ଏକ ଟେଡି ଧରିଛନ୍ତି ।ଏହାଦ୍ୱାରା ଗଣେଶଙ୍କୁ ଥଣ୍ଡା ନ ଲାଗୁ ବୋଲି ସେ ଚାହୁଁଛନ୍ତି । ଏହି ଫଟୋ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।