ଭାରତରେ ଏପରି ଅନେକ ମନ୍ଦିର ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କେତେକ ସେମାନଙ୍କର ଇତିହାସ ଏବଂ କେତେକ ସେମାନଙ୍କର ସ୍ଥାପତ୍ୟ ସହିତ ଲୋକଙ୍କୁ ଆକର୍ଷିତ କରନ୍ତି । କିଛି ମନ୍ଦିର ଅଛି ଯାହା ସମୁଦ୍ର କୂଳରେ କିମ୍ବା ଉପକୂଳ ନିକଟରେ ଅବସ୍ଥିତ । ସେଥିମଧ୍ୟରୁ ଗୋଟିଏ ହେଉଛି ଗଙ୍ଗେଶ୍ୱର ମହାଦେବ ମନ୍ଦିର।
ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିର ଗୁଜୁରାଟର ଫୁଦମ ଗାଁ ଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ। ଏହି ମନ୍ଦିର ଗୁଜୁରାଟର ସର୍ବ ପୁରାତନ ଶିବ ମନ୍ଦିର ମଧ୍ୟରୁ ଗୋଟିଏ। ଏହା ଭଗବାନ ଶିବଙ୍କର ଏକ ଏପରି ମନ୍ଦିର ଯେଉଁଠି ପ୍ରତିଦିନ ପ୍ରତି ସମୟରେ ଶିବ ଲିଙ୍ଗଙ୍କ ଅଭିଷେକ କରାଏ ସମୁଦ୍ର ଲହଡି।
ବାସ୍ତବରେ ଏହା ସମୁଦ୍ର କୂଳରେ ଥିବା ପଥର ମଧ୍ୟରେ ଅବସ୍ଥିତ ଏକ ଗୁମ୍ଫା ମନ୍ଦିର । ଏଠାରେ ପ୍ରତି ଦୁଇ ସେକେଣ୍ଡରେ ସମୁଦ୍ରର ଲହଡି ଶିବଲଙ୍ଗକୁ ସ୍ପର୍ଶ କରେ ଏବଂ ପୁନର୍ବାର ଏହି ଲହଡି ସମୁଦ୍ରରେ ମିଶିଯାଏ। ଏହି ଦୃଶ୍ୟ ଅତ୍ୟନ୍ତ ସୁନ୍ଦର। ଏହି ଦୃଶ୍ୟକୁ ଦେଖିବାକୁ କାହିଁ କେତେ ଦୂରରୁ ଏଠାକୁ ଶ୍ରଦ୍ଧାଳୁ ଆସି ମହାଦେବଙ୍କ ଆଶୀର୍ବାଦ ନେବା ସହ କିପରି ସମୁଦ୍ର ଢ଼େଉରେ ମହାଦେବଙ୍କ ଜଳାଭିଷେକ ହେଉଛି ତାହାକୁ ମଧ୍ୟ ଦେଖନ୍ତି।
ଭଗବାନ ଗଣେଶ, ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ମନ୍ଦିରରେ ରହିଛି। ଏହି ମନ୍ଦିରର ପରିବେଶ ଏତେ ଶାନ୍ତିପୂର୍ଣ୍ଣ ଯେ ଯେତେବେଳେ ବି କେହି ଏହି ମନ୍ଦିରର ପ୍ରାଙ୍ଗଣରେ ପ୍ରବେଶ କରନ୍ତି, ସେତେବେଳେ ସେ ସମୁଦ୍ର ଲହଡିର ଶବ୍ଦ ସ୍ପଷ୍ଟ ଭାବରେ ଶୁଣିପାରନ୍ତି ।
କୁହାଯାଏ ପଞ୍ଚ ପାଣ୍ଡବମାନେ ବନବାସ ଯାତ୍ରା ସମୟରେ ଏହି ମନ୍ଦିରରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ। ଯାହା ପରେ ମହାଦେବ ପାଣ୍ଡବଙ୍କ ପାଞ୍ଚ ଭାଈଙ୍କୁ ପାଞ୍ଚଟି ଲିଙ୍ଗ ହୋଇ ଦର୍ଶନ ଦେଇଥିଲେ।
ଏହି ସମସ୍ତ ଶିବଲିଙ୍ଗଙ୍କ ସାମ୍ନାରେ ନନ୍ଦୀଙ୍କ ଏକ ପ୍ରତିମା ମଧ୍ୟ ଥିଲା । ପାଣ୍ଡବମାନେ ଅମାବାସ୍ୟା ରାତିରେ ଏହି ପାଞ୍ଚଟି ଲିଙ୍ଗମ ସ୍ଥାପନ କରିଥିଲେ।
ଆରବ ସାଗର ଉପକୂଳରେ ଅବସ୍ଥିତ ଏହି ମନ୍ଦିରର ନାମକୁ ନେଇ ମାନ୍ୟତା ଅଛି କି ଗଙ୍ଗେଶ୍ୱର ଭଗବାନ ଶିବଙ୍କ ଏକ ନାମ। ଯିଏ ଗଙ୍ଗା ମାତାଙ୍କୁ ନିଜ ଜଟାରେ ଧାରଣ କରିବାରୁ ଏହି ନାମ ଦିଅଯାଇଥିଲା। ଯାହା ପାଇଁ ଏହି ମନ୍ଦିର ଗଙ୍ଗେଶ୍ୱର ମନ୍ଦିର ନାମରେ ନାମିତ ହୋଇଛି।
ଏହି ମନ୍ଦିରରେ ପାଞ୍ଚଟି ଶିବ ଲିଙ୍ଗ ଅଛି, ତେଣୁ ଏହି ମନ୍ଦିରଟି ପଞ୍ଚ ଶିବ ଲିଙ୍ଗ ନାମରେ ମଧ୍ୟ ଜଣାଶୁଣା । ଏହି ମନ୍ଦିରକୁ ସମୁଦ୍ରକୂଳ ମନ୍ଦିର ମଧ୍ୟ କୁହାଯାଏ ।