ଭିକାରୀଙ୍କୁ ଭିକ ଦେଲେ ରୁଜୁ ହେବ ମାମଲା, ୧ରୁ ଲାଗୁ

ନୂଆଦିଲ୍ଲୀ: ଭିକ ମାଗିଲେ ବା ଦେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଯଦି ଏହାକୁ କେହି ଅଣଦେଖା କରନ୍ତି, ତେବେ ତାଙ୍କ ବିରୋଧରେ ହେବ ମାମଲା ରୁଜୁ । ଏପରି କଡ଼ା ନିୟମ କରିଛନ୍ତି ସରକାର । ଏହି ନିୟମ ଆସନ୍ତା ୧ ତାରିଖରୁ ଲାଗୁ ହେବ । ଇନ୍ଦୋର ସହରକୁ ଭିକାରୀମୁକ୍ତ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଛି ।

ଭାରତର ବିଭିନ୍ନ ସହରରେ ଦିବ୍ୟାଙ୍ଗ ଏବଂ ଯାଯାବରମାନେ ଭିକ୍ଷାବୃତ୍ତି କରିଥାନ୍ତି। ତେବେ କେତେକ ରାଜ୍ୟରେ ସହର ଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବା ସହିତ ସହରର ମୁଖ୍ୟସ୍ଥାନଗୁଡ଼ିକରେ ଭିକ୍ଷାବୃତ୍ତି ଉପରେ କଟକଣା ଲଗାଉଛନ୍ତି। ଇନ୍ଦୋରରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିବା ସହିତ ଯେଉଁ ଲୋକ ଭିକ୍ଷା ଦେବେ ସେମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବାକୁ କୁହାଯାଇଛି। ଜିଲାପାଳ ଆଶିଷ ସିଂ କହିଛନ୍ତି ଯେ, ଇନ୍ଦୋରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଶାସନ ପୂର୍ବରୁ ନିର୍ଦ୍ଦେଶ ଜାରି କରିସାରିଛି। ଭିକ ମାଗିବା ବିରୋଧୀ ଅଭିଯାନ ଚଳିତମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଯଦି କୌଣସି ବ୍ୟକ୍ତି ଜାନୁଆରୀ ୨ ରୁ ଭିକ୍ଷା ଦେଉଥିବାର ଦେଖାଯାଏ, ତେବେ ତାଙ୍କ ବିରୋଧରେ ଏଫ୍‌ଆଇଆର୍ ମଧ୍ୟ ପଞ୍ଜୀକୃତ ହେବ। ଇନ୍ଦୋରର ସମସ୍ତ ବାସିନ୍ଦାଙ୍କୁ ନିବେଦନ କରୁଛି ଯେ ଲୋକମାନଙ୍କୁ ଭିକ୍ଷା ଦେଇ ପାପର ଅଂଶୀଦାର ହୁଅନ୍ତୁ ନାହିଁ ।

କେନ୍ଦ୍ରୀୟ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ ଦେଶର ୧୦ଟି ସହରକୁ ଭିକାରିମୁକ୍ତ କରିବା ପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି। ଯେଉଁଥିରେ ଇନ୍ଦୋର ବି ସାମିଲ ରହିଛି। ଉଲ୍ଲେଖଯୋଗ୍ୟ, ଇନ୍ଦୋରକୁ ଭିକାରିମୁକ୍ତ କରିବା ପାଇଁ ପୋଲିସ ଓ ପ୍ରଶାସନ ଟିମ ଗତ ୧୪ଦିନ ତଳେ ୧୪ଜଣ ଭିକାରିଙ୍କୁ ଧରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଭିକାରିଙ୍କ ପାଖରୁ ନଗଦ ୭୫ହଜାର ଟଙ୍କା ଜବତ କରିଥିଲା ପୋଲିସ । ଯାହାକୁ ସେ ମାତ୍ର ୧୦ରୁ୧୨ ଦିନ ମଧ୍ୟରେ ସଂଗ୍ରହ କରିଥିବା କହିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *