ଆପାର୍ଟମେଣ୍ଟ୍‌ରେ ଗଞ୍ଜେଇ ଚାଷ, ଯୁବକଙ୍କୁ ଧରିଲା ପୋଲିସ

ନୋଏଡ଼ା: ଆପାର୍ଟମେଣ୍ଟ୍‌ରେ ଗଞ୍ଜେଇ ଚାଷ । ଏହାର ଶୀର୍ଷକ ପଢିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ହେଲେ ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗ୍ରେଟର ନୋଏଡ଼ାରେ । ଏଠାକାର ଜଣେ ଯୁବକ ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରି ଗିରଫ ହୋଇଛନ୍ତି । ପୋଲିସ ଉକ୍ତ ଗଞ୍ଜେଇ ଗଛଗୁଡ଼ିକୁ ଜବତ କରିବା ସହ ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ।

ଗ୍ରେଟର ନୋଏଡ଼ାର ପାର୍ଶ୍ୱନାଥ ପାନୋରମାର ଏକ ଫ୍ଲାଟ୍‌ରେ ରୁହନ୍ତି ରାହୁଲ ଚୌଧୁରୀ । ସେ ତାଙ୍କ ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରିଥିଲେ । ଖବରପାଇ ପୋଲିସ ଉକ୍ତ ଆପାର୍ଟମେଣ୍ଟରେ ଚଡାଉ କରିଥିଲା । ପରେ ରାହୁଲଙ୍କ ଘରେ ତନାଘନା କରିବା ପରେ ଏହି ଗଞ୍ଜେଇ ଗଛଗୁଡ଼ିକୁ ଦେଖି ଚକିତ ହୋଇଯାଇଥିଲା । ଘର ଭିତରେ ୮୦ଟି ଗଞ୍ଜେଇ ଗଛକୁ ଜବତ କରିଥିଲା । ଏଥିସହ ୧୬୩ ଗ୍ରାମ ଭାଙ୍ଗ, ଗଛଚାଷ ପାଇଁ ବ୍ୟବହୃତ ରସାୟନିକ ସାର, ମଞ୍ଜି, ସାମଗ୍ରୀ ଆଦି ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ । ଗଛଗୁଡ଼ିକ ନିମନ୍ତେ ଆବଶ୍ୟକ ଉତ୍ତାପ ରକ୍ଷା କରିବାକୁ ସେ ୨୪ ଘଣ୍ଟା ଏସି ଚଳାଇ ରଖୁଥିଲେ। ଲୋକଙ୍କ ନଜର ଯେଭଳି ନ ପଡ଼ିବ, ସେଥିପାଇଁ ସର୍ବଦା ଝରକାକବାଟ ବନ୍ଦ କରି ରଖୁଥିଲେ। ଗଛଗୁଡ଼ିକର ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ଜାରି ରଖିବାକୁ ସର୍ବଦା ଲାଇଟ୍ ଲଗାଇ ମଧ୍ୟ ରଖୁଥିଲେ। ପ୍ରତିଗଛ ନିମନ୍ତେ ୫ରୁ ୬ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ। ସମ୍ପୂର୍ଣ୍ଣ ଗଛ ହେବା ନିମନ୍ତେ ୧୧୦ ଦିନ ଲାଗୁଥିଲା। ଆଉ ସେହି ଗଛରୁ ସେ ୭୫ରୁ ୮୦ହଜାର ଟଙ୍କା ପାଉଥିଲେ। ‘ଡାର୍କୱେବ୍‌’ ଜରିଆରେ ସେ ଗ୍ରାହକ ଯୋଗାଡ଼ କରୁଥିଲେ। ଗତ ଦୁଇ ବର୍ଷ ପୂର୍ବେ ପ୍ରଥମେ ପରୀକ୍ଷାମୂଳକ ଭାବେ ଫୁଲକୁଣ୍ଡରେ ଗଞ୍ଜେଇ ଚାରା ଲଗାଇଥିଲେ। ୪-୫ ପୂର୍ବେ ଏହାକୁ ସେ ପୂର୍ଣ୍ଣ ବ୍ୟବସାୟର ରୂପ ଦେଇଥିଲେ।

କିଛିଦିନ ପୂର୍ବେ ବେଙ୍ଗାଲୁରୁର ଏକ ଦମ୍ପତି ନିଜ ଛାତ ଉପରେ କରିଥିବା ଉଦ୍ୟାନର ଭିଡିଓ ଫେସ୍‌ବୁକ୍‌ରେ ସେୟାର କରିଥିଲେ। ଏଥିରେ ଏକ ଫୁଲକୁଣ୍ଡରେ ଗଞ୍ଜେଇ ଗଛଟିଏ ଲାଗିଥିବା ଦେଖି କେତେକ ପ୍ରତିକ୍ରିୟା ଦେଇଥିଲେ। ଏହି ଭିଡିଓଟି ପୋଲିସ ନଜରକୁ ଆସିବା ପରେ ତନାଘନା ଚଳାଇଥିଲା । ତଦନ୍ତ କରିବା ପରେ ଗ୍ରେଟର ନୋଏଡାରେ ମଧ୍ୟ ଏକ ଆପାର୍ଟମେଣ୍ଟରେ ବେଆଇନ ଗଞ୍ଜେଇ ଚାଷ ଓ କାରବାର ହେଉଥିବା ଜଣାପଡ଼ିଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *