ଘରୋଇ ଉପଚାରରେ କେମିତି କରିବେ ଭଲ

ବର୍ତ୍ତମାନ ସମୟରେ ମୁଣ୍ଡ ବିନ୍ଧା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଅନେକ ଲୋକଙ୍କର ସକାଳୁ ଉଠିବା ପରେ ସେମାନଙ୍କ ମୁଣ୍ଡ ବିନ୍ଧା ହୋଇଥାଏ। ଏହାଦ୍ୱାରା ଦିନଯାକ ବ୍ୟସ୍ତତା ଅନୁଭବ ହୋଇଥାଏ। କାମ କରିବାକୁ ମଧ୍ୟ ଆଗ୍ରହ ହୋଇନଥାଏ। ଖାଦ୍ୟ ଖାଇବାକୁ ମଧ୍ୟ ଇଚ୍ଛା ହୋଇନଥାଏ। ମୁଣ୍ଡ ବିନ୍ଧାରୁ ରକ୍ଷା ପାଇଁ ଅନେକ ବାରମ୍ବାର ଔଷଧ ମଧ୍ୟ ସେବନ କରିଥାଆନ୍ତି। ସଠିକ୍ ଭାବେ ଭୋଜନ ନକରିବା, ଉପବାସ ରହିବା ମୁଣ୍ଡ ବିନ୍ଧା ହେବାର ଏକ ମୁଖ୍ୟ କାରଣ। ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ହେବା ମଧ୍ୟ ମୁଣ୍ଡ ବିନ୍ଧାର ଏକ କାରଣ। ତେବେ ଏପରି କେତେକ ଖାଦ୍ୟ ବିଷୟରେ ଜାଣନ୍ତୁ ଯାହାର ସେବନ ଦ୍ୱାରା ବାରମ୍ବାର ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ।

ଲୋକମାନେ ଏହାକୁ ଶିର ପୀଡା, ଶିର ବେଦନା, ମୁଣ୍ଡ ବ୍ୟଥା ଓ ମୁଣ୍ଡ ବଥା ନାମ ମଧ୍ୟ ଦେଇଥାଆନ୍ତି । ମସ୍ତିଷ୍କ ଜୀବକୋଷରେ ଯନ୍ତ୍ରଣାଗ୍ରାହୀ ସ୍ନାୟୁ କୋଷ ନ ଥାଏ । ଏହାର ଚାରିଆଡେ ଥିବା ଅନ୍ୟ ତନ୍ତୁ ଯଥା ପେରିଓସ୍ଟିଅମ, ମାଂସପେଶୀ, ସ୍ନାୟୁ, ରକ୍ତ ନଳୀ ଚର୍ମ ତଳ ତନ୍ତୁ, ଆଖି, କାନ, ସାଇନସ୍ ଓ ଶ୍ଳେଷ୍ମ ଝିଲ୍ଲୀରେ କିଛି ରୋଗ ଥିଲେ ଯନ୍ତ୍ରଣା ହୁଏ, କାରଣ ଏ ଗୁଡିକରେ ସ୍ନାୟୁ ଥାଆନ୍ତି । ଏହାର ଚିକିତ୍ସା ମୂଖ୍ୟତଃ ରୋଗର ମୂଳ କାରଣ ଅନୁସାରେ କରାଯାଏ, କିନ୍ତୁ ଉପଶମ ନିମନ୍ତେ ପୀଡା ନାଶକ ଔଷଧ ଦିଆଯାଏ ।

ପ୍ରାୟ ୨୦୦ ପ୍ରକାର ମୁଣ୍ଡ ବିନ୍ଧା ମଧ୍ୟରେ ବିପଦ ଶୂନ୍ୟ ଠାରୁ ଆରମ୍ଭ କରି ଜୀବନ ହାନୀକାରି ମୁଣ୍ଡ ବିନ୍ଧା ଅଛି । ଯେ କୌଣସି ବର୍ଷରେ ୯୦% ଲୋକଙ୍କର ମୁଣ୍ଡ ବିନ୍ଧେ । ଏମାନଙ୍କ ମଧ୍ୟରୁ ୧% ଲୋକଙ୍କର ଗମ୍ଭୀର ସମସ୍ୟା ଥାଏ।ସମସ୍ତ ମୁଣ୍ଡ ବିନ୍ଧାର ୯୦ % ପ୍ରାଥମିକ ମୁଣ୍ଡ ବିନ୍ଧା , ସେଥିରୁ ଚାପ ଜନିତ ବିନ୍ଧା ଅତି ସାଧାରଣ ।ମହିଳାମାନେ ପୁରୁଷଙ୍କ ଅପେକ୍ଷା ୩ଗୁଣ ଅଧିକ ଅଧ କପାଳୀ ଭୋଗନ୍ତି ।
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମୁଣ୍ଡ ବିନ୍ଧା ଏକ ସାଧାରଣ ସମସ୍ୟା ପାଲଟିଛି। ତେବେ ମୁଣ୍ଡ ବିନ୍ଧା କେବଳ ବଡ଼ ମାନଙ୍କୁ ନୁହଁ ଛୋଟ ଛୋଟ ଶିଶୁ ମାନଙ୍କୁ ମଧ୍ୟ ହୋଇଥାଏ। ମୁଣ୍ଡ ବିନ୍ଧା ହେବା ଯୋଗୁଁ ଅନ୍ୟ କୌଣସି କାମରେ ମନ ଲାଗିନଥାଏ। ଏଥିରୁ ତୁରନ୍ତ ରକ୍ଷା ପାଇବା ବିଭିନ୍ନ ପ୍ରକାରର ଔଷଧ ଖାଇଥାଉ । କିନ୍ତୁ ବାସ୍ତବରେ ଏହି ଔଷଧ ଗୁଡ଼ିକ ଶରୀର ପାଇଁ ହାନିକାରକ ହୋଇଥାଏ। ଏଣୁ ଏଥିପାଇଁ କିଛି ସରଳ ଏବଂ ସହଜ ଘରୋଇ ଉପଚାର ରହିଛି। ଏଥି ସହ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ରହିନଥାଏ। ମୁଣ୍ଡବିନ୍ଧାର ଅନେକ କାରଣ ରହିଛି। ଖରାପ ଜୀବନଶୈଳୀ ଓ କମ୍ ଶୋଇବା ଯୋଗୁଁ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖାଯାଇଥାଏ। ଅନେକ ସମୟରେ ପାଣି କମ୍ ପିଇଲେ ଏବଂ ଅଫିସରେ ଅଧିକ ସମୟ ବସି କାମ କଲେ ମଧ୍ୟ ଏହି ସମସ୍ୟା ଉପୁଜିଥାଏ। ତେଣୁ ଏଭଳି କ୍ଷେତ୍ରରେ ସାଧାରଣତଃ ଲୋକେ ଔଷଧ ଖା’ନ୍ତି। ତେବେ ଔଷଧ ନଖାଇ ଘରୋଇ ଉପଚାର ଜରିଆରେ କିପରି ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିପାରିବ ତଥା କେମିତି ମୁଣ୍ଡ ବିନ୍ଧା ଭଳି ସ୍ଥିତି ଆସିବ ନାହିଁ, ଆସନ୍ତୁ ସେ ବିଷୟରେ ଜାଣିବା।

•ଅଦା ମୁଣ୍ଡ ବିନ୍ଧା ପାଇଁ ରାମବାଣ ଭଳି କାମ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଏହାକୁ ଛୋଟଛୋଟ କାଟି ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିରୁ ବାହାରୁଥିବା ବାଷ୍ପକୁ ନିଶ୍ବାସ ଯୋଗେ ଗ୍ରହଣ କରନ୍ତୁ। ଦେଖିବେ ବହୁ କମ ସମୟ ମଧ୍ୟରେ ଆପଣଙ୍କ ମୁଣ୍ଡ ବିନ୍ଧା ବନ୍ଦ ହୋଇଯିବ।

• ମୁଣ୍ଡ ବିନ୍ଧା ଖାସ କରି ମୁଣ୍ଡରେ ଖରା ପସିଲେ ବା ଖାଦ୍ୟପେୟର ଅନିୟମିତତା ପାଇଁ ହୋଇଥାଏ। ଏଥିପାଇଁ ଅଦା ରସ ସହ ସମାନ ମତ୍ରାର ଲେମ୍ବୁ ରସ ମିଶାଇ ପିଅନ୍ତୁ। ମୁଣ୍ଡ ବିନ୍ଧା ତୁରନ୍ତ କମ ହୋଇଯିବ।

• ସାଧାରଣ ମୁଣ୍ଡ ବିନ୍ଧା ବା ମାଇଗ୍ରେନ୍ ହୋଇଥିଲେ ଆଇସ୍ ପ୍ୟାକ୍ ଲାଗାଇବା ଲାଭଦାୟକ। ଏହି ସମୟରେ ଆଇସ୍ ପ୍ୟାକକୁ ବେକର ପଛ ପାଖରେ ରଖିବା ଦ୍ବାରା ଆରାମ ମିଳିଥାଏ।

• ଲବଙ୍ଗକୁ ଗୁଣ୍ଡ କରି ଏକ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହାକୁ ସମୟ ବ୍ୟବଧାନରେ ଶୁଘନ୍ତୁ। ଦେଖିବେ କିଛି ସମୟ ମଧ୍ୟରେ ମୁଣ୍ଡ ବିନ୍ଧା ଏକଦମ୍ କମ ହୋଇଯିବ।

• ମୁଣ୍ଡ ବିନ୍ଧାକୁ ୫ ମିନିଟରେ କମ କରିଥାଏ ପୋଦିନା ପତ୍ର। ଏହାର ରସକୁ ପାଣିରେ ମିଶାଇ ପିଇବା ଦ୍ବାରା ମୁଣ୍ଡ ବିନ୍ଧା କମ ହେବା ସହ ଶରୀରକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

• ଶରୀରରେ ପାଣିର ଅଭାବ ହେଲେ ମୁଣ୍ଡ ବିନ୍ଧା ହୋଇଥାଏ। ସେଥିପାଇଁ ଖାଦ୍ୟ ଖାଇବା ପରେ ଠିକ୍ ସମୟରେ ପାଣି ପିଇବା ପାଇଁ ଭୁଲନ୍ତୁ ନାହିଁ।

• ସେହିପରି ମୁଣ୍ଡବିନ୍ଧାରୁ ରକ୍ଷା ପାଇବା ପାଇଁ ପୁଦିନା ତେଲକୁ ଶୁଂଘନ୍ତୁ। ରୁମାଲରେ ପୁଦିନା ତେଲର କିଛି ବୁନ୍ଦା ପକାଇ ଶୁଙ୍ଘି ପାରିବେ। ଦେଖିବେ ମୁଣ୍ଡ ବିନ୍ଧା ଦୂର ହେବା ସହିତ ଚିନ୍ତା ମଧ୍ୟ ଦୂର ହୋଇଯିବ।

• ଆପଣ ଚାହିଁଲେ ଏହି ସମୟରେ ଅଳ୍ପ ଗରମ କ୍ଷୀର ପିଇପାରିବେ। ସେଥିରେ କିଛି ହଳଦୀ ମିଶାଇ ପିଇଲେ ଭଲ।

• ଅନ୍ୟ ଏକ ଉପାୟ ହେଉଛି ଡାଲଚିନି ପାଉଡର। ପ୍ରଥମେ ଡାଲଚିନିକୁ ଗ୍ରାଇଣ୍ଡିଂ କରିନିଅନ୍ତୁ। ଏହାପରେ ଏହି ପେଷ୍ଟକୁ ଏକ କପଡ଼ାରେ ରଖି ମୁଣ୍ଡରେ ବାନ୍ଧନ୍ତୁ। ଦେଖିବେ ଆରାମ ମିଳିବ।

• ଯଦି ଚିନ୍ତାରେ ରହିବା ଯୋଗୁଁ ମୁଣ୍ଡ ବିନ୍ଧୁଛି, ତେବେ ଗୋଲମରିଚକୁ ବ୍ୟବହାର କରନ୍ତୁ। ଏହାକୁ ଚାହାରେ ପକାଇ ପିଇଲେ ଭଲ କାମ କରିଥାଏ।

• ସେହିପରି ଚନ୍ଦନକୁ ବାଟି କପାଳରେ ଲଗାଇଲେ ମୁଣ୍ଡ ବିନ୍ଧା କମ୍ ହୋଇଥାଏ।

• ମୁଣ୍ଡ ବିନ୍ଧୁଥିଲେ ଗୋଟିଏ ଗ୍ଲାସ ଗରମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ। ଦେଖିବେ ମୁଣ୍ଡ ବିନ୍ଧା କମ୍ ହୋଇଯିବ।
ଚାଅନେକ ସମୟରେ ପେଟରେ ଗ୍ୟାସ୍ ହେଲେ ମୁଣ୍ଡ ବିନ୍ଧା ହୋଇଥାଏ

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *