ମହାକାଶରେ କେମିତି ଅଛନ୍ତି ସୁନୀତା ୱିଲିୟମ୍ସ ? ସ୍ୱାସ୍ଥ୍ୟବସ୍ଥା ନେଇ ରଖିଲେ ଉତ୍ତର

ୱାଶିଂଟନ: ମହାକାଶରେ ସୁନୀତା ୱିଲିୟମ୍ସଙ୍କ ସ୍ବାସ୍ଥ୍ୟବସ୍ତା କେମିତି ଅଛି। ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ନେଇ ରିପୋର୍ଟ ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁନିତା । କହିଛନ୍ତି, କଠୋର ବ୍ୟାୟାମ ଯୋଗୁଁ ତାଙ୍କର ଶାରୀରିକ ରୂପ ବଦଳି ଯାଇଛି।

ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ସୁନୀତା ୱିଲିୟମ୍ସ ତାଙ୍କର ଦୈନଦିନ ବ୍ୟାୟାମ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି । ଭିଡିଓରେ ସୁନିତା କହିଛନ୍ତି, ସେ ମହାକାଶକୁ ଯିବାକ ପୂର୍ବରୁ ଯେତିକି ଓଜନ ଥିଲେ ଏବେ ମଧ୍ୟ ସେତିକି ଅଛନ୍ତି । ତେବେ ତାଙ୍କର ଶାରୀରିକ ରୁପ ବଦଳିଯିବା ଉପରେ ସୁନୀତା ୱିଲିୟମ୍ସ କହିଛନ୍ତି, ସେ ପ୍ରତିଦିନ ବ୍ୟାୟାମ କରୁଛନ୍ତି, ସାଇକେଲ ଚଲାଇବା, ଟ୍ରେଡମିଲରେ ଚାଲିବା ଏବଂ ଭାରଉତ୍ତୋଳନ କରୁଛନ୍ତି। ମାଂସପେଶୀ ଏବଂ ହାଡର ଘନତା ଉପରେ ମାଇକ୍ରୋଗ୍ରାଭିଟିର ପ୍ରଭାବକୁ ମୁକାବିଲା କରିବା ପାଇଁ ମହାକାଶଚାରୀମାନେ ଅନୁସରଣ କରୁଥିବା କଠୋର ବ୍ୟାୟାମ କରୁଥିବା ଯୋଗୁଁ ତାଙ୍କର ଶାରୀରିକ ରୂପ ବଦଳିଛି । ଓଜନ ଉଠାଇବା କାରଣରୁ ତାଙ୍କ ଜଙ୍ଘ ଟିକେ ମୋଟା ହୋଇଯାଇଥିବା ସେ କହିଛନ୍ତି।

ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସ ଜୁନ୍ ମାସରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ଆଇଏସ୍ଏସ୍) ରେ ଅଛନ୍ତି। ଆସନ୍ତା ବର୍ଷ ୨୦୨୫ ଫେବୃଆରୀରେ ସେ ପୃଥିବୀକୁ ଫେରିବେ ବୋଲି ଆଶା କରାଯାଉଛି। ନିକଟରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖାଯାଉଥିଲା ଯେ ତାଙ୍କର ଓଜନ ଯଥେଷ୍ଟ ହ୍ରାସ ପାଇଛି। ଏହି ଫଟୋ ଦେଖି ଅନେକ ଲୋକ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିଲେ। ଏହା ପରେ ନାସା ପକ୍ଷରୁ ଏକ ବିବୃତି ଜାରି କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତ ଦେବାକୁ ପଡିଥିଲା।

ଗତ ଜୁନ ୬ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ ସୁନିତା ୱିଲିୟମ୍ସ। ୧୦ ଦିନ ମଧ୍ୟରେ ଫେରିବାର ଯୋଜନା ଥିଲା। କିନ୍ତୁ ଟେକ୍ନିକାଲ ସମସ୍ୟା ଯୋଗୁଁ ସେ ଏପର୍ଯ୍ୟନ୍ତ ଫେରି ପାରିନାହାଁନ୍ତି। ୨୦୨୫ ଫେବୃଆରୀ ସୁଦ୍ଧା ସେ ଫେରିବାର କାର୍ଯ୍ୟକ୍ରମ ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *