ଶ୍ରୀଜିଉଙ୍କ ଦର୍ଶନ ସହ ସାହିଜାତରେ ହେଲେ ସାମିଲ

ପୁରୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ହୋଲି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି। ହୋଲି ଏକ ଦୁଇ ଦିନିଆ ପର୍ବ। ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଏହା ଆରମ୍ଭ ହୁଏ। ପ୍ରଥମ ଦିନ ହୋଲି ଦହନ କରାଯାଏ ଏବଂ ଦ୍ୱିତୀୟ ଦିନ ରଙ୍ଗ ସହିତ ହୋଲି ଖେଳାଯାଏ। ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ବୟସ୍କଙ୍କଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ପରସ୍ପର ଉପରେ ରଙ୍ଗ ଲଗାଇ ହୋଲିର ମଜା ନେଇଛନ୍ତି ।

ଏହି ଅବସରରେ ଶ୍ରୀକ୍ଷେତ୍ରରେ ହୋଲି ପାଳିଛନ୍ତି ବିଜେପି ସାଂସଦ ତଥା ବଲିଉଡ଼ ଅଭିନେତ୍ରୀ ହମାମାଳିନୀ । ପବିତ୍ର ହୋଲି ଅବସରରେ ପୁରୀରେ ରଙ୍ଗର ପର୍ବ ପାଳିଛନ୍ତି ହେମା । ପ୍ରଥମେ ଶ୍ରମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ତେବେ ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁରକ୍ଷିତ ହୋଲି ଖେଳିବାକୁ ପରାମର୍ଶ ଦେବା ସହ କୃଷ୍ଣଙ୍କ ପ୍ରେମରେ ଭିଜିବାକୁ ବାର୍ତ୍ତା ଦେଇଛନ୍ତି ।

ସେପଟେ ଶ୍ରୀଜିଉଙ୍କ ଦର୍ଶନ ପରେ ସାହିଜାତରେ ସାମିଲ ହୋଇଥିଲେ ହେମା । ସେଠାରେ ମଧ୍ୟ ସେ ରଙ୍ଗ ଖେଳିଛନ୍ତି । ସାଥିରେ ଥିବା ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ରଙ୍ଗର ପର୍ବରେ ହୋଲି ଖେଳିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *