ମୁମ୍ବାଇ : ଉତ୍ତର ପ୍ରଦେଶର ତ୍ରିବେଶୀ ସଙ୍ଗରେ ବୁଡ଼ ପକାଇଲେ ଡ଼୍ରିମ୍ ଗର୍ଲ ହେମା ମାଳିନୀ । ଅଭିନେତ୍ରୀ ତଥା ଏମପି ହେମା ମାଳିନୀ ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି । ସେ ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । ସେ ମହାମଣ୍ଡଳେଶ୍ୱର ଆଚାର୍ଯ୍ୟ ସ୍ୱାମୀ ଅବଧେଶାନନ୍ଦ ଗିରି ଜୀ ମହାରାଜଙ୍କୁ ମଧ୍ୟ ଭେଟି ଆଧ୍ୟାତ୍ମିକତା ଉପରେ ଆଲୋଚନା କରିଥିଲେ। ହେମା ମାଳିନୀ ବୁଡ଼ ପକାଇବା ପରେ କହିଛନ୍ତି ଯେ, “ମୁଁ ବହୁତ ଭଲ ଅନୁଭବ କରୁଛି। ମୋର ପୂର୍ବରୁ ଏପରି ଅଭିଜ୍ଞତା କେବେ ହୋଇନାହିଁ। ଆଜି ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଏହା ମୋର ସୌଭାଗ୍ୟ ଯେ ଏହି ପବିତ୍ର ଅବସରରେ ମୋତେ ଏଠାରେ ସ୍ନାନ କରିବାର ସୁଯୋଗ ମିଳିଛି।
ମୌନୀ ଅମାବାସ୍ୟାରେ ତ୍ରିବେଣୀ ସଙ୍ଗମରେ ଭକ୍ତମାନଙ୍କର ଭିଡ଼ ଜମିଥିଲା। ଯେଉଁଥିପାଇଁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଲା । ଏନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ଏଠାରେ ପରିସ୍ଥିତି ଶାନ୍ତ ନ ହେବା ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ସେଲିବ୍ରିଟି ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏଠାକୁ ଆସିବାକୁ ବାରଣ କରିବା ଉଚିତ।