ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଆରମ୍ଭ ହେବାର ତାରିଖ ସାମ୍ନାକୁ ଆସିଛି। ଏହା ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ମେ ୨୫ ତାରିଖ ଯାଏଁ ଚାଲିବ । ଆଇପିଏଲ ୨୦୨୫ ସିଜନରେ ମୋଟ ୭୪ ଟି ମ୍ୟାଚ ଖେଳାଯିବ। ଏହା ସହିତ ପରବର୍ତ୍ତୀ ସିଜନରେ ମ୍ୟାଚ ସଂଖ୍ୟା ବୃଦ୍ଧି କରାଯାଇପାରେ। ଏହା ବ୍ୟତୀତ ଆଇପିଏଲ ୨୦୨୬ର ତାରିଖ ମଧ୍ୟ ପ୍ରକାଶ ପାଇଛି, ଯାହା ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ମେ ୩୦ ପର୍ଯ୍ୟନ୍ତ ଜାରି ରହିବ। ଏହି ତାରିଖ ଘୋଷଣା ହେବା ପରେ କ୍ରୀଡ଼ାପ୍ରେମୀଙ୍କ ଭିତରେ ଉତ୍ସାହ ଦେଖାଦେଇଛି ।
ଏବେ ଆଇପିଏଲ ୨୦୨୫ ମେଗା ନିଲାମ ଖବର ଚର୍ଚ୍ଚାରେ ରହିଛି। ଏହି ସମୟରେ ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଆଇପିଏଲର ଆଗାମୀ ତିନି ସିଜନର ତାରିଖ ପ୍ରକାଶ ପାଇଛି। ୨୦୨୫ ସିଜନ ମାର୍ଚ୍ଚ ୧୪ରୁ ତାରିଖରୁ ମେ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ପରବର୍ତ୍ତୀ ସିଜନ ମାର୍ଚ୍ଚ ୧୫ରେ ଆରମ୍ଭ ହେବ ଏବଂ ଫାଇନାଲ ମେ ୩୧ରେ ଖେଳାଯିବ। ସମସ୍ତ ଫ୍ରାଞ୍ଚାଇଜମାନଙ୍କୁ ଇ-ମେଲ ମାଧ୍ୟମରେ ପରବର୍ତ୍ତୀ ତିନି ସିଜନର ଆରମ୍ଭ ତାରିଖ ବିଷୟରେ ଅବଗତ କରାଯାଇଛି। ଏହି ତାରିଖଗୁଡ଼ିକରେ ଖୁବ ଶୀଘ୍ର ସରକାରୀ ନିଶ୍ଚିତକରଣ ଦିଆଯାଇପାରେ।
ଗତ ତିନୋଟି ସିଜନ ପରି, ଆଇପିଏଲ ୨୦୨୫ ସିଜନରେ ମୋଟ ୭୪ ଟି ମ୍ୟାଚ ଖେଳାଯିବ। ଏହା ସହିତ ପରବର୍ତ୍ତୀ ସିଜନରେ ମ୍ୟାଚ ସଂଖ୍ୟା ବୃଦ୍ଧି କରାଯାଇପାରେ। ଆଇପିଏଲ ୨୦୨୬ ରେ ୮୪ଟି ମ୍ୟାଚ ଏବଂ ୨୦୨୭ ସିଜନରେ ମ୍ୟାଚ ସଂଖ୍ୟା ୯୪କୁ ବୃଦ୍ଧି କରାଯାଇପାରେ। ଆଇପିଏଲ ୨୦୨୪ ଟୁର୍ନାମେଣ୍ଟ ୨୨ ମାର୍ଚ୍ଚରୁ ଆରମ୍ଭ ହୋଇ ୨୬ ମେ ପର୍ଯ୍ୟନ୍ତ ହୋଇଥିଲା ।