ନୂଆଦିଲ୍ଲୀ: ୨୦୨୫ ଅତି ଭୟଙ୍କର ହେବ । ବିନାଶ ହୋଇଯିବ ମଣିଷ । ଏପରି ପୂର୍ବାନୁମାନ କରିଛନ୍ତି ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା । ଏହି ପୂବାନୁମାନ ଏବେ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି। ଚଳିତବର୍ଷର ପୂର୍ବାନୁମାନକୁ ନେଇ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି ।
ନୂଆ ବର୍ଷ ଆରମ୍ଭ ହୋଇଛି। ଜ୍ୟୋତିଷ ଏବଂ ବିଶେଷଜ୍ଞଙ୍କ ଅନୁଯାୟୀ, ନୂତନ ବର୍ଷ ୨୦୨୫ ବହୁତ ଭୟାନକ ହୋଇପାରେ। ହେଲେ ନୂଆ ବର୍ଷରେ ମଣିଷର ବିଲୁପ୍ତ ହେବା ବିଷୟରେ ବାବା ଭେଙ୍ଗା କାହିଁକି କହିଥିଲେ ? ୨୦୨୫ ପାଇଁ ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ, ନୂତନ ବର୍ଷରେ ମଣିଷମାନଙ୍କ ପାଇଁ ଏକ ବଡ଼ ବିପଦ ହେବାକୁ ଯାଉଛି । ଅନ୍ୟ ଅର୍ଥରେ ସମସ୍ତେ ବିଲୁପ୍ତ ହୋଇପାରନ୍ତି ।
ବାବା ଭେଙ୍ଗାଙ୍କ କହିବାନୁସାରେ, ଏହାର ମୁଖ୍ୟ କାରଣ ହେଉଛି ୟୁରୋପରେ ଏକ ଭୟଙ୍କର ଯୁଦ୍ଧ ଏବଂ ରାଜନୈତିକ ଅସ୍ଥିରତା, ଯାହା ଆଜି ଦୁନିଆର ପ୍ରତ୍ୟେକ ଦେଶରେ ବ୍ୟାପିଛି । ଜନସଂଖ୍ୟାରେ ଏକ ବିରାଟ ହ୍ରାସ ରେକର୍ଡ ହୋଇଛି। ୨୦୨୫ରେ ୧୦୦ ବର୍ଷ ପୁରୁଣା ବିପଜ୍ଜନକ ମହାମାରୀ ସମଗ୍ର ୟୁରୋପରେ ଫେରି ଆସିପାରେ, ଯେଉଁ କାରଣରୁ ଏହି ରୋଗ ସମଗ୍ର ବିଶ୍ୱରେ କରୋନା ପରି ବ୍ୟାପିପାରେ । ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରିପାରନ୍ତି। ସେଥିପାଇଁ ବାବା ଭେଙ୍ଗା ଦାବି କରିଛନ୍ତି ଯେ ବିନାଶର ଆରମ୍ଭ ଆଗାମୀ ବର୍ଷରେ ମଧ୍ୟ ହୋଇପାରେ।
୧୯୯୬ରେ ତାଙ୍କ ମୃତ୍ୟୁ ପୂର୍ବରୁ, ବାବା ଭେଙ୍ଗା ୫୦୭୯ବର୍ଷ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇସାରିଛି । ୨୦୦୧ରେ ଆମେରିକାରେ ୯/୧୧ ଆକ୍ରମଣ ବିଷୟରେ ସେ କହିଥିଲେ । ୧୯୮୯ ସୋଭିଏତ୍ ୟୁନିୟନର ବିଚ୍ଛିନ୍ନତା ସମ୍ବନ୍ଧୀୟ ଭବିଷ୍ୟବାଣୀ ମଧ୍ୟ ସତ ହୋଇସାରିଛି।