ନୂଆଦିଲ୍ଲୀ: ମାତ୍ର ୧ ଟଙ୍କା ପାରିଶ୍ରମିକ ନିଅନ୍ତି ଆଇଏଏସ ଅଧିକାରୀ । ହେଲେ ସେ କୋଟି କୋଟି ଟଙ୍କାର ମାଲିକ । ହେଲେ ଏହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । କିନ୍ତୁ ଏହା ସତ । ଉକ୍ତ ଆଇଏଏସ ଅଧିକାରୀଙ୍କ ଦରମା ୧ଟଙ୍କା ଥିବା ବେଳେ ସମ୍ପତ୍ତି କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ବୋଲି କୁହାଯାଉଛି। ସେ ହେଲେଆଇଏଏସ ଅମିତ କଟାରିଆ ।
ପ୍ରତ୍ୟେକ ସଫଳ ଆଇଏଏସ ଅଧିକାରୀଙ୍କ ପଛରେ ଏକ ସଂଘର୍ଷର କାହାଣୀ ରହିଥାଏ। ଏମିତି ଅନେକ ଆଇଏଏସ ଅଧିକାରୀ ରହିଛନ୍ତି ଯେଉଁମାନେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥାନ୍ତି। ଟଙ୍କା ଅଭାବରୁ ପାଠପଢ଼ି ଆଇଏଏସ ହେବା ପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି କ୍ଷେତ୍ରରେ ଚର୍ଚ୍ଚାରେ ଥିବା ଆଇଏଏସ ଅମିତ କଟାରିଆଙ୍କ କାହାଣୀ ପୂରା ନିଆରା । ଯିଏକି ଏକ ଧନୀ ପରିବାରେ ଜନ୍ମଗ୍ରହଣ କରିଛନ୍ତି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ଛାଡ଼ି ଅମିତ କଟାରିଆ ସରକାରୀ ଅଧିକାରୀ ହେବା ପାଇଁ ଇଚ୍ଛା କରିଥିଲେ। ଏଥିପାଇଁ ସେ ନିଜର ପ୍ରସ୍ତୁତି ଆରମ୍ଭ ବି କରି ଦେଇଥିଲେ। ନିଜର କଷ୍ଟ ଓ ପରିଶ୍ରମ ବଳରେ ଅମିତ ଆଇଏଏସ ଅଧିକାରୀ ହେବାରେ ସଫଳ ହୋଇଥିଲେ।
ଅମିତଙ୍କ ପରିବାରଲୋକଙ୍କ କନ୍ସଟ୍ରକସନ ବ୍ୟବସାୟ ଅଛି। ଏହି ବ୍ୟବସାୟ ତାଙ୍କ ପରିବାର ସଦସ୍ୟ ଚଲାଇ ଥାଆନ୍ତି। ଏହା ବ୍ୟବସାୟ ଦ୍ୱାରା ଭଲ ରୋଜଗାର ବି ହୋଇଥାଏ। ଏହି ବ୍ୟବସାୟର ନେଟୱର୍ଥ ପାଖାଗପାଖି ୮କୋଟି ଟଙ୍କାରୁ ଅଧିକ ରହିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ୨୦୧୨ ମୁତାବକ ଅମିତଙ୍କ ଆଇଏଏସ ଅଧିକାରୀ ଭାବେ ବେସିକ-ପେ ୫୬୦୦୦ଟଙ୍କା ଥିବା ବେଳେ ତାଙ୍କର ମୋଟ ପାରିଶ୍ରମିକ ୧.୪୦ଲକ୍ଷ ଟଙ୍କା ଥିଲା। ପରିବାର ସଦସ୍ୟଙ୍କ ବଡ଼ ବ୍ୟବସାୟ ଛାଡ଼ି ଅମିତ ଜଣେ ପ୍ରମୁଖ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ହୋଇପାରିଛନ୍ତି। ଅମିତ ଛତିଶଗଡ଼ କ୍ୟାଡରରେ କାର୍ଯ୍ୟରତ ଅଛନ୍ତି। ବିଶେଷ କଥାଟି ହେଉଛି ଅମିତ ମାସକୁ ମାତ୍ର ୧ଟଙ୍କା ପାରିଶ୍ରମିକ ନେଇଥାଆନ୍ତି। ଅମିତ ଆଇଆଇଟି ଦିଲ୍ଲୀରୁ ପାଠପଢ଼ିଛନ୍ତି। ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଛନ୍ତି। ଅମିତ କଟାରିଆ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତକାର ସମୟରେ କଳା ଚଷମା ପିନ୍ଧି ଥିବାରୁ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।