ଅର୍ଡର କ୍ୟାନସେଲ କଲେ ଦେବାକୁ ପଡ଼ିବ ଚାର୍ଜ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅନଲାଇନ ସପିଙ୍ଗ କରିବା ପାଇଁ ପସନ୍ଦ କରୁଛନ୍ତି । ଅନଲାଇନରେ ହଜାର ହଜାର ପ୍ରଡକ୍ଟ ଦେଖିବା ସାଙ୍ଗକୁ କମ୍ ଦାମରେ ଘରେ ବସି ହାତ ପାହାନ୍ତାରେ ପାଇ ପାରୁଛନ୍ତି ଲୋକେ । ସେଥିଲାଗି ଏବେ ଅନେକ ଅନଲାଇନ ସପିଙ୍ଗ ଆପ୍ ଉପଲବ୍ଧ ହୋଇଛି । ସେଥିମଧ୍ୟରୁ ସବୁଠାରୁ ଲୋକପ୍ରିୟ ହୋଇଛି ଫ୍ଲିପକାର୍ଟ । ଏହି ପ୍ଲାଟଫର୍ମରୁ ଅଧିକ ଲୋକ ବିଭିନ୍ନ ଆବଶ୍ୟକୀୟ ଜିନିଷ କିଣିଥାନ୍ତି । ଏହାବ୍ୟତୀତ ଜିନିଷ ଫେରସ୍ତ କରିବା ଏବଂ ବଦଳାଇବା ମଧ୍ୟ ଖୁବ ସହଜ ହୋଇଥାଏ । ତେଣୁ ଫ୍ଲିପକାର୍ଟ ସମସ୍ତଙ୍କ ପ୍ରିୟ ପାଲଟିଛି । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ କରୁଛି ଫ୍ଲିପକାର୍ଟ । ଏଣିକି ଜିନିଷ ଫେରସ୍ତ କଲେ ଦେବାକୁ ପଡ଼ିବ ଚାର୍ଜ ।

ଏଣିକି ଫ୍ଲିପକାର୍ଟରେ ଅର୍ଡର କ୍ୟାନସେଲ କରିବା ନିୟମରେ ହୋଇପାରେ ବଡ଼ ପରିବର୍ତ୍ତନ । କିଛିଟା ଜିନିଷରେ କ୍ୟାନସେଲେସନ ଚାର୍ଜ ବା ଫିସ୍ କରିପାରେ ଫ୍ଲିପକାର୍ଟ । ଏହାର ଏକ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିର୍ଦ୍ଧାରିତ ସମୟ ପରେ ଅର୍ଡର କ୍ୟାନସେଲ କରିବା ଏବେ ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇପାରେ । ଏହି ସମୟ ପରେ କୌଣସି ଅର୍ଡର କ୍ୟାନସେଲ କଲେ, ଗ୍ରାହକଙ୍କୁ ଏଥିପାଇଁ ଦେବାକୁ ପଡ଼ିବ ଚାର୍ଜ। ତେବେ କିଛିଟା ପ୍ରଡକ୍ଟରେ ଏହି ଚାର୍ଜ ଲାଗୁ ହୋଇପାରେ ।

ତେବେ ଏହିସବୁ ଜିନିଷର ଅର୍ଡର କ୍ୟାନସେଲ କରିବା ପାଇଁ ୟୁଜରଙ୍କୁ ୨୦ ଟଙ୍କା କ୍ୟାନସେଲେସନ୍ ଚାର୍ଜ ଦେବାକୁ ପଡ଼ିବ ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏ ନେଇ କୌଣସି ଅଧିକାରୀ ଘୋଷଣା କରିନାହିଁ । କିନ୍ତୁ ଖୁବଶୀଘ୍ର ଏହି ନୂଆ ନିୟମ ଲାଗୁ କରିବା ସହ ଗ୍ରାହକଙ୍କୁ ସୂଚନା ଦେଇପାରେ ଫ୍ଲିପକାର୍ଟ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *