ବିଳମ୍ବରେ ଅଫିସ ଆସିଲେ ତଳେ ଶୋଇ ବସଙ୍କୁ ସ୍ୱାଗତ କରନ୍ତି କର୍ମଚାରୀ

ନୂଆଦିଲ୍ଲୀ: ଘରୋଇ ହେଉ କି ସରକାରୀ ପ୍ରତ୍ୟେକ ଅଫିସରେ ଭିନ୍ନ ଭିନ୍ନ ନିତି ନିୟମ ରହିଥାଏ । ଯାହାକୁ କର୍ମଚାରୀମାନେ ମାନିବା ପାଇଁ ବାଧ୍ୟ ହୋଇଥାନ୍ତି । ଖାସ୍‌କରି ଘରୋଇ କମ୍ପାନୀଗୁଡ଼ିକରେ ନିୟମ କଡା ଓ ଟିକେ ନିଆରା ହୋଇଥାଏ । କିନ୍ତୁ ଚୀନ୍‌ରେ ଏଭଳି ଏକ କମ୍ପାନୀ ଅଛି, ଯାହାର ନିୟମ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସାଧାରଣତଃ ଏହି କମ୍ପାନୀର ନିୟମ କଡ଼ାକଡି ଭାବେ ପାଳନ କରାଯାଇଥାଏ । ଏଠାରେ ଯଦି କର୍ମଚାରୀମାନେ ଅଫିସ ବିଳମ୍ବରେ ଆସନ୍ତି ସେମାନଙ୍କୁ କଠୋର ଦଣ୍ଡର ସାମ୍ନା କରିବାକୁ ପଡ଼ିଥାଏ । ଼କର୍ମଚାରୀମାନଙ୍କୁ କଞ୍ଚାଲଙ୍କା ଖାଇବାକୁ ପଡ଼ିଥାଏ । ଏମିତି କି ତଳେ ଶୋଇ ନିଜ କମ୍ପାନୀ ବସକୁ ସ୍ୱାଗତ କରିବାକୁ ପଡ଼ିଥାଏ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କର୍ମଚାରୀମାନେ ତଳେ ଶୋଇ ନିଜ ବସକୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି ।

ଦକ୍ଷିଣ ଗୁଆଙ୍ଗୋ ସହରରେ ରହିଛି ଏହି କମ୍ପାନୀ । ଏଠାରେ କମ୍ପାନୀର ନିୟମକୁ କର୍ମଚାରୀମାନେ ମୁଣ୍ଡ ପାତି ସହିବାକୁ ବାଧ୍ୟ ହୋଇଥାନ୍ତି । ବିଳମ୍ବରେ ଆସୁଥିବା କର୍ମଚାରୀମାନଙ୍କୁ କଞ୍ଚା ଲଙ୍କା ଖାଇବାକୁ ପଡ଼ିଥାଏ । କେବଳ ସେତିକି ନୁହେଁ , ଏଠାରେ ଅଫିସ ବିଳମ୍ବରେ ଆସିଲେ ତଳେ ଶୋଇ ବସଙ୍କୁ ସ୍ୱାଗତ କରିବାକୁ ବି ପଡ଼ିଥାଏ । ଏବେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କମ୍ପାନୀର ପ୍ରାୟ ୨୦ ଜଣ କର୍ମଚାରୀ ତଳେ ଶୋଇ ସ୍ଲୋଗାନ ଦେଇ ମାଲିକକୁ ସ୍ୱାଗତ କରୁଛନ୍ତି । ଆମେ ବଞ୍ଚିବା କିମ୍ବା ମରିବା ଅଲଗା ବିଷୟ । କିନ୍ତୁ ଆମେ ଆମର କାର୍ଯ୍ୟ ମିଶନରେ ବିଫଳ ହେବୁ ନାହିଁ ବୋଲି କର୍ମଚାରୀଙ୍କ ପାଟିରୁ ଶୁଣିବାକୁ ମିଳିଛି। ଏହାର ଭିଡିଓ ଭାଇରାଲ ହେବା ପରେ ଅନୁଷ୍ଠାନର ଆଇନ ପ୍ରତିନିଧୀ ଏହି ଘଟଣାକୁ ଅସ୍ୱୀକାର କରି ଏହାକୁ ନକଲି ବୋଲି କହିଛନ୍ତି ।

୨୦୨୦ ମସିହାରେ ଏହି ନିୟମ ପରମ୍ପରାକୁ ବନ୍ଦ କରିଦେଇଥିବା କହିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ୮୦ ଲକ୍ଷରୁ ଅଧିକା ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି । ଏହା ଦ୍ୱାରା ଜଣେ କର୍ମଚାରୀଙ୍କ ସମ୍ମାନରେ ହାନି ହେଉଥିବା ମଧ୍ୟ ୟୁଜର୍ସମାନେ ଅଭିଯୋଗ କରିଛନ୍ତି । ତେବେ କହିରଖୁଛୁ କି, ଏହା ଚୀନର ପ୍ରଥମ ମାମଲା ନୁହେଁ, ପୂର୍ବରୁ ମଧ୍ୟ ଅନେକ କମ୍ପାନୀରେ ଅଜବ ନିୟମ ରହିଥିବା ନଜିର ରହିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *