ମୁମ୍ବାଇ: ମୁମ୍ବାଇ: ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଛି ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମି IIFA ଆୱାର୍ଡ। ଜୟପୁରରେ ବଲିଉଡ ତାରକାଙ୍କ ଝଲକ ଝଲସି ଉଠୁଛି। ଗତକାଲି ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ଏହି ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଠାରୁ ଆରମ୍ଭ କରି ଦକ୍ଷିଣ ସିନେମା ପର୍ଯ୍ୟନ୍ତ, ପ୍ରାୟ ସମସ୍ତ ବଡ ତାରକା ସେଠାରେ ନଜର ଆସିଛନ୍ତି। ଏହି ଆୱାର୍ଡରେ ବହୁ ବଡ ତାରକା ପରଫମାନ୍ସ କରିଥିବା ବେଳେ ଅନ୍ୟ ଅନେକ ତାରକା ବର୍ଷ ସାରା ଦେଇଥିବା ପରଫମାନ୍ସ ପାଇଁ ସମ୍ମାନିତ ହୋଇଥିଲେ। ବଲିଉଡର ରୋମାନ୍ସ କିଙ୍ଗ୍ ଶାହାରୁଖ ଖାନ IIFA ଆୱାର୍ଡ ମଞ୍ଚରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ହୋଷ୍ଟ କରିଥିଲେ। ଦୁହିଁଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥିଲା।
ଚଳିତ ବର୍ଷ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ଅମର ସିଂହ ଚମକିଲାକୁ ମିଳିଛି। ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ପୁରସ୍କାର କ୍ରିତି ସାନନଙ୍କୁ ଦିଆଯାଇଥିବା ବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ପୁରସ୍କାର ବିକ୍ରାନ୍ତ ମେସିଙ୍କୁ ପ୍ରଦାନ କରାଯାଇଛି । ତେବେ କ୍ରିତି ସାନନଙ୍କୁ ‘ଦୋ ପତ୍ତି’ ପାଇଁ ଏବଂ ବିକ୍ରାନ୍ତ ମେସିଙ୍କୁ ‘ସେକ୍ଟର ୩୬’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ନଜର ପକାନ୍ତୁ ବିଜେତାମାନଙ୍କ ସମ୍ପୂର୍ଣ୍ଣ ତାଲିକା ଉପରେ
ଶ୍ରେଷ୍ଠ ନାୟିକା – କ୍ରିତି ସାନନ (ଦୋ ପତ୍ତି)
ଶ୍ରେଷ୍ଠ ନାୟକ – ବିକ୍ରାନ୍ତ ମେସି (ସେକ୍ଟର୩୬)
ଶ୍ରେଷ୍ଠ ଚଳଚ୍ଚିତ୍ର – ଅମର ସିଂହ ଚମକିଲା
ଶ୍ରେଷ୍ଠ ନିର୍ଦ୍ଦେଶକ ଚଳଚ୍ଚିତ୍ର – ଇମତିଆଜ ଅଲ୍ଲୀ (ଅମର ସିଂହ ଚମକିଲା)
ଶ୍ରେଷ୍ଠ ସହାୟକ (ମହିଳା) – ଅନୁପ୍ରିୟା ଗୋୟନକା (ବର୍ଲିନ)
ଶ୍ରେଷ୍ଠ ସହାୟକ (ପୁରୁଷ) – ଦୀପକ ଡୋବ୍ରିୟାଲ (ସେକ୍ଟର୩୬)
ଶ୍ରେଷ୍ଠ କାହାଣୀ – ଦୋ ପତ୍ତି
ଶ୍ରେଷ୍ଠ ସିରିଜ୍ – ପଞ୍ଚାୟତ ୩
ଶ୍ରେଷ୍ଠ ସିରିଜ୍ ଅଭିନେତ୍ରୀ – ଶ୍ରେୟା ଚୌଧୁରୀ (ବ୍ୟାଣ୍ଡିସ ବାଣ୍ଡିଟ ୨)
ଶ୍ରେଷ୍ଠ ସିରିଜ୍ ଅଭିନେତା – ଜିତେନ୍ଦ୍ର କୁମାର (ପଞ୍ଚାୟତ ୩)
ଶ୍ରେଷ୍ଠ ସିରିଜ୍ ନିର୍ଦ୍ଦେଶକ – ଦୀପକ କୁମାର ମିଶ୍ର (ପଞ୍ଚାୟତ ୩)
ଶ୍ରେଷ୍ଠ ସିରିଜ୍ ସହାୟକ (ମହିଳା) – ସଞ୍ଜିଦା ଶେଖ (ହୀରାମଣ୍ଡି: ଦି ଡାଇମଣ୍ଡ ବଜାର)
ଶ୍ରେଷ୍ଠ ସିରିଜ୍ ସହାୟକ (ପୁରୁଷ) – ଫୈଜଲ ମଲିକ (ପଞ୍ଚାୟତ ୩)
ଶ୍ରେଷ୍ଠ ସିରିଜ୍ – କୋଟା ଫ୍ୟାକ୍ଟ୍ରି ସିଜନ ୩
ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସିରିଜ – ୟୋ ୟୋ ହନି ସିଂହ ଫେମସ
ଶ୍ରେଷ୍ଠ ଅନସ୍କ୍ରିପ୍ଟେଡ ସିରିଜ୍ – ଫ୍ୟାବୁଲସ ଲାଇଭ୍ସ ବନାମ ବଲିଉଡ ଲାଇଫ