କମ୍ପାନୀ ଗଣିବ ୧୫ଲକ୍ଷ ଫାଇନ୍‌

ନୂଆଦିଲ୍ଲୀ: ଅନେକ ବିଜ୍ଞାପନ ଆସୁଛି। ମୋଟାରୁ କେମିତି ହେବେ ପତଳା, କଳାରୁ ଗୋରା କେମିତି ହେବେ। ଏହା ସହ କେଶକୁ ନେଇ ମଧ୍ୟ ଅନେକ ବିଜ୍ଞାପନ ଆସୁଛି। ଯାହା ଲୋକଙ୍କୁ ପ୍ରଭାବିତ ମଧ୍ୟ କରୁଛି। ସେହିପରି ତ୍ୱଚାକୁ ସୁନ୍ଦର କରିବା ପାଇଁ ଦାମୀ ଦାମୀ ପ୍ରଡକ୍ଟ ବିଜ୍ଞାପନ ମାଧ୍ୟମରେ ଦେଖାଯାଉଛି। ଏମିତି ଏକ ଘଟଣା ଘଟିଛି ବିଜ୍ଞାପନ ଦେଖି ବ୍ୟକ୍ତି ଜଣଙ୍କ କ୍ରିମ ଲଗାଇଥିଲେ ହେଲେ ଗୋରା ନହେବାରୁ ସେ ଅଭିଯୋଗ କରିଥିଲେ। ମାମଲାର ଶୁଣାଣି ହୋଇଛି ଏବେ ୧୫ ଲକ୍ଷ ଟଙ୍କା ଦେବ କମ୍ପାନୀ। ଆସନ୍ତୁ ଜାଣିବା ପ୍ରକୃତ ଘଟଣା।

କ୍ରିମ୍ ଲଗାଇବା ପରେ ବି ହେଲେନି ଗୋରା, କମ୍ପାନୀ ଦେବ ଜରିମାନା। ୨୦୧୩ର ଏଭଳି ଏକ ମାମଲାରେ ଦିଲ୍ଲୀର କଞ୍ଜ୍ୟୁମର କୋର୍ଟ ଇମାମି ଲିମିଟେଡ ଉପରେ ୧୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ଜଣେ ଯୁବକ ଗୋରା ହେବା ପାଇଁ ୭୯ ଟଙ୍କାର ଇମାମି ଫେୟାର ଏବଂ ହ୍ୟାଣ୍ଡସମ କ୍ରିମ୍ କିଣିଥିଲେ। କିନ୍ତୁ କ୍ରିମ୍ ଲଗାଇବା ପରେ ମଧ୍ୟ ତାଙ୍କ ଚେହେରାରେ କିଛି ପରିବର୍ତ୍ତନ ଆସିନଥିଲା। ତେବେ ମାମଲାର ଶୁଣାଣିରେ କୋର୍ଟ ଜାଣିବାକୁ ପାଇଥିଲେ ଯେ କମ୍ପାନୀ ଏହାର ଉତ୍ପାଦ ବିକ୍ରି କରିବା ପାଇଁ ବିଭିନ୍ନ ପ୍ରକାରର ମିଛ ବିଜ୍ଞାପନ ଦେଇଛି।

ତେବେ ପ୍ରଡକ୍ଟର ପ୍ୟାକେଜିଂ ଏବଂ ଲେବଲ ଉପରେ ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶକୁ ଅନୁସରଣ କରି କ୍ରିମ୍ ବ୍ୟବହାର କରିଲା ପରେ ମଧ୍ୟ ତାଙ୍କ ଚେହେରା ଗୋରା ହୋଇନଥିଲା। କିନ୍ତୁ କମ୍ପାନୀ ଏହି ପ୍ରଡକ୍ଟ ବ୍ୟବହାର କଲେ ଗୋରା ହେବାର ପ୍ରତିଶ୍ରୁତି ଦେଉଥିଲା। ଏହାପରେ ଯୁବକଙ୍କ ଅଭିଯୋଗରେ କମ୍ପାନୀ ଏଥିରୁ ବର୍ତ୍ତିବା ପାଇଁ ଅନେକ ଯୁକ୍ତି ଦେଇଥିଲେ ମଧ୍ୟ କୋର୍ଟ କମ୍ପାନୀର କୌଣସି ଯୁକ୍ତିକୁ ଗ୍ରହଣ କରିନଥିଲେ। କାରଣ କମ୍ପାନୀ ଯେଉଁ ଯୁକ୍ତି ଦେଉଥିଲା ପ୍ରଡକ୍ଟର ପ୍ୟାକେଜିଂ ଏବଂ ଲେବଲ୍ ଉପରେ ସେଭଳି କିଛି ଲେଖାଯାଇନଥିଲା।
କଞ୍ଜ୍ୟୁମର କୋର୍ଟ କହିଛନ୍ତି ଯେ ଇମାମି ଫେୟାର ଏବଂ ହ୍ୟାଣ୍ଡସମ କ୍ରିମ ନାମରେ ଏକ ଉତ୍ପାଦ ବିକ୍ରି କରୁଥିଲେ, ଯାହାର ପ୍ୟାକେଜିଂ ଏବଂ ଲେବେଲିଂରେ ବହୁତ କମ୍ ଏବଂ ସୀମିତ ନିର୍ଦ୍ଦେଶନାମା ଥିଲା। ଯେଉଁଥିରେ ଲେଖାଥିଲା ତିନି ସପ୍ତାହ ପର‌୍ୟ୍ୟନ୍ତ ବ୍ୟବହାର ପରେ ପୁରୁଷଙ୍କ ରଙ୍ଗ ଗୋରା ହୋଇଯିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *