ବିଜୟ ଉତ୍ସବ ବେଳେ ଜଳିଗଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ବହୁ କର୍ମୀ

ନୂଆଦିଲ୍ଲୀ: ବିଜୟ ଉତ୍ସବ ବେଳେ ଅଘଟଣ । କର୍ମୀମାନେ ଖୁସି ମନାଉଥିବା ବେଳେ ଜଳିଗଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ବହୁ ସମର୍ଥକ । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଦେଖିବାକୁ ମିଳିଛି ମଗ୍‌ଗାଓଁରେ ।

ଗତ ଶନିବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି । ତେବେ କୋହ୍ଲାପୁରର ଚନ୍ଦଗଡ ବିଧାନସଭା କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଶିବାଜୀ ପାଟିଲ ବାଜି ମାରିଛନ୍ତି । ତେବେ ଜିତିବା ପରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଉତ୍ସବ ମନାଇଥିଲେ । ଏହି ସମୟରେ ମହାଗାଓଁରେ ଶିବାଜୀ ପାଟିଲଙ୍କର କେତେକ ମହିଳା ସମର୍ଥକ ଦୀପ ଜାଳି ପୂଜାର୍ଚ୍ଚନା କରୁଥିଲେ । ଏଥିସହ ଜେସିବି ସାହାଯ୍ୟରେ ପ୍ରାର୍ଥୀଙ୍କ ଉପରକୁ ଫଗୁ ଉଡାଯାଉଥିଲା । ଜେସିବିରେ ଅଧିକ ଫଗୁ ଉଡାଇବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ପ୍ରାର୍ଥୀଙ୍କ ସମେତ ବହୁ କର୍ମୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ମହିଳା ଗୁରୁତର ଥିବା ଜଣାଯାଇଛି । । ତେବେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *