ନୂଆଦିଲ୍ଲୀ: ମିଠା ସମସ୍ତଙ୍କୁ ପସନ୍ଦ। ଆମ ଦେଶରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାର ମିଠା ବିକ୍ରି ହୁଏ। କିଛି କିଛି ରାଜ୍ୟ ମିଠା ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ। ଆଜି ଜାଣିବା ପାଞ୍ଚଟି ରାଜ୍ୟର କେଉଁ ମିଠା ଦେଶରେ ପ୍ରସିଦ୍ଧ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ବୁଲିବା ପାଇଁ ଏବଂ ଖାଇବା ପିଇବା ପାଇଁ ବହୁତ ପ୍ରସିଦ୍ଧ। ଏଠାରେ ହାୱାଡା ବ୍ରିଜକୁ ଦେଖିବାକୁ ମଧ୍ୟ ପର୍ଯ୍ୟଟକ ଏଠାକୁ ଆସନ୍ତି। କୋଲକାତାର ରସଗୁଲ୍ଲେ ବହୁତ ପ୍ରସିଦ୍ଧ। ଏହା ବ୍ୟତୀତ ମିଠା ଦହି, ସନ୍ଦେସ ମଧ୍ୟ କୋଲକାତାରେ ବହୁତ ପ୍ରସିଦ୍ଧ। କୋଲକାତା ମିଠା କହିଲେ ରସଗଲ୍ଲେକୁ ବୁଝାଏ।
ସେହିପରି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଅନେକ ଐତିହାସିକ ସ୍ଥାନ ପାଇଁ ପ୍ରସିଦ୍ଧ। ଲକ୍ଷ୍ନୌରେ ଗାଜରା କା ହାଲୱା, ମଖନ୍ ମଲ୍ଳାଇ, ଶାହୀ ଟୁକଡ଼ା, ମଲ୍ଲାଇ ଏଠାରେ ବହୁତ ପ୍ରସିଦ୍ଧ। ଏସବୁ ଏଠାରେ ଯିଏ ଖାଇଛି ଲକ୍ଷ୍ନୌକୁ ଭୁଲି ପାରିନି।
ଯଦି ଆପଣ ଜୟପୁର ଯାଉଛନ୍ତି ସେଠାରେ ହାୱା ମହଲ ବୁଲନ୍ତୁ। ଏହା ସହ ଏଠାରେ ସ୍ୱାଦିଷ୍ଟ ଘେବର ମଧ୍ୟ ଟେଷ୍ଟ କରନ୍ତୁ ମଜା ଆସିଯିବ। ଘେବର ତ ସବୁ ସ୍ଥାନରେ ମିଳେ କିନ୍ତୁ ଜୟପୁର ଘେବରର ସ୍ୱାଦ ନିଆରା। ଏହା ଏତେ ମାତ୍ରାରେ ସ୍ୱାଦିଷ୍ଟ ହୋଇଥାଏ ଯାହାକୁ ଖାଇବାକୁ ବାରମ୍ବାର ମନ ହୁଏ।
ଆଗ୍ରା ତାଜମହଲ ପାଇଁ ବହୁତ ପ୍ରସିଦ୍ଧ। ତାଜମହଲ ସୌନ୍ଦର୍ଯ୍ୟକରଣକୁ ଉପଭୋଗ କରିବା ପାଇଁ ଲୋକେ ଆଗ୍ରା ବୁଲିବାକୁ ଯାଆନ୍ତି। ତାଜମହଲ ସହ ସେଠାକାର ପେଠା ବି ବହୁତ ଫେମସ। ଆଗ୍ରାର ପ୍ରାୟ ସବୁ ସ୍ଥାନରେ ଆପଣଙ୍କୁ ଏହି ପେଠା ମିଳିଯିବ। ସ୍ୱାଦିଷ୍ଟ କଥା ନକହିବା ଭଲ। ଥରେ ଖାଇଲେ ବାରମ୍ବାର ଖାଇବାକୁ ମନହେବ।
ମଥୁରାକୁ ଆପଣମାନେ ବାଙ୍କ ବିହାରୀଙ୍କ ଦର୍ଶନ ପାଇଁ ଯାଇଥିବେ। ଏଠାରେ ରାତି ପାହିଲେ ପର୍ଯ୍ୟଟକଙ୍କ ଭିଡ ଜମେ। ମଥୁରାର ଛୋଟ ଛୋଟ ପେଡ଼ା ଦେଶରେ ପ୍ରସିଦ୍ଧ। ଏଠାରେ ପେଡ଼ା ଭଗବାନଙ୍କୁ ପ୍ରସାଦ ଭାବେ ଭୋଗ ଲଗାଯାଏ। କୁହାଯାଏ ବାଙ୍କ ବିହାରୀଙ୍କ ପେଡ଼ା ବହୁତ ପ୍ରିୟ।