ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ ଲୋକଙ୍କ ବାହାଘରର ଅନେକ ପୋଷ୍ଟ ଦେଖିବାକୁ ମିଳୁଛି। ଏହାରି ଭିତରେ ଏକ ୟୁନିକ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖାସ୍ କରି କନିଆ ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି।
କନିଆ ହୋଇ ସଜେଇ ହୋଇଛନ୍ତି। ଲେହେଙ୍ଗା ସାଙ୍ଗକୁ, ସୁନ୍ଦର ମେକଅପ୍ ତା ସାଙ୍ଗକୁ ଜୁଏଲାରୀ। ହେଲେ କନିଆ କାହିଁକି ଲଣ୍ଡା ହୋଇଛନ୍ତି, ଏହା ସମସ୍ତଙ୍କ ପ୍ରଶ୍ନ ଥିବ ସାଧାରଣ।
କନିଆ ବିବାହ ମଣ୍ଡପକୁ ଆସିଥିବା ବେଳେ ମୁଣ୍ଡରେ ଓଢଣା,,ନାକରେ ନୋଥ,ଆକର୍ଷଣୀୟ ଲେହେଙ୍ଗା ସାଙ୍ଗକୁ,ହାତରେ ପୁଳାପୁଳା ଚୂଡି ପିନ୍ଧିଥିଲେ ହେଲେ ସବୁଠୁ ବଡ କଥା ହେଲା କନିଆ ଜଣକ ଲଣ୍ଡା ମୁଣ୍ଡରେ ବି ମୁଣ୍ଡରେ ସିନ୍ଥି ପିନ୍ଧିଥିଲେ ଯାହା ଖୁବ୍ ଆକର୍ଷଣୀୟ ଥିଲା।
ଏହି କନିଆ ଜଣକ ହେଉଛନ୍ତି ଆମେରିକାର ଫ୍ୟାଶନ ଇନଫ୍ଲୁଏନ୍ସର ନିହାର ସଚଦେବା।ଆଉ ନିଜର ଖାସ ଦିନରେ ସେ ବ୍ୟୁଟି ଷ୍ଟାଣ୍ଡାର୍ଡକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଛୋଟବେଳୁ ହିଁ ନିହାର ଏଲୋପେସିଆ ରୋଗରେ ପୀଡିତ ଯେଉଁଥି ପାଇଁ ତାଙ୍କ ମୁଣ୍ଡରେ ଚୁଟି ରହେ ନାହିଁ। ହେଲେ ବିବାହ ଦିନ ସେ ୱିଗ୍ ନ ଲଗାଇ ନିଜର ପ୍ରକୃତ ରୂପରେ ବିବାହ କରିବାକୁ ସ୍ଥିର କଲେ। ସେ କେଶ ବିନା ପାରମ୍ପରିକ ପୋଷାକରେ ବଧୂ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲେ ଏବଂ ଅନେକ ଝିଅଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିଛନ୍ତି।