ଓଲଟା ଉଡ଼ିବାରେ ମାହିର ଏହି ପକ୍ଷୀ

ନୂଆଦିଲ୍ଲୀ: ଆମେ ସାଧାରଣତଃ ଅନେକ ପକ୍ଷୀ ଦେଖିଥାଉ। କିଏ ଛୋଟ ଥାଏ, କିଏ ବଡ଼। କିଛି ପକ୍ଷୀଙ୍କ ରଙ୍ଗ ସହ ତାଙ୍କ ସ୍ୱାଭାବ ମଧ୍ୟ ଟିକିଏ ନିଆରା ହୋଇଥାଏ। କିଛି ପକ୍ଷୀ କମ୍ ଉଚ୍ଚରେ ଉଡ଼ନ୍ତି, ଅନ୍ୟ କିଛି ପକ୍ଷୀ ବହୁତ ଉଚ୍ଚରେ ଉଡ଼ନ୍ତି। ହେଲେ ଆଜି ଆମେ ଜାଣିବା ଦୁନିଆର ସବୁଠୁ ଛୋଟ ପକ୍ଷୀ ବିଷୟରେ। ଯିଏ ଓଲଟା ଉଡ଼ିବାରେ ମଧ୍ୟ ବେଶ ମାହିର।

ଓଲଟା ଉଡ଼ିବାରେ ଯେଉଁ ପକ୍ଷୀ ମାହିର ତାହାର ନାମ ହେଲା ହମିଙ୍ଗ ପକ୍ଷୀ। ଏହି ପକ୍ଷୀ ନିଜେ ନିଜ ଭିତରେ ହିଁ ଖାସ୍‌।ଏହି ପକ୍ଷୀ ଦୁନିଆର ସବୁଠୁ ଛୋଟ ପକ୍ଷୀ। ହେଲେ ଏହି ପକ୍ଷୀର ଉଡ଼ିବାର କ୍ଷମତା ଏତେ ଅଧିକ ଯେ ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଗୋଟେ ସେକେଣ୍ଡରେ ହମିଙ୍ଗ ପକ୍ଷୀ ତାଙ୍କ ଡେଣାଙ୍କୁ ୮୦ଥର ହଲେଇପାରିବେ। ଉଡ଼ାନ ସମୟରେ ଏହି ପକ୍ଷୀର ହୃଦୟର ଗତି ୧୨୬୦ ବିଟ୍ ପ୍ରତି ମିନିଟରେ ପହଞ୍ଚିଯାଏ।

ଏହି ପକ୍ଷୀର ଲମ୍ବ ୭.୫ସେଣ୍ଟିମିଟରରୁ ୧୩ ସେମି ମଦ୍‌ୟରେ ହୋଇଥାଏ। ଏମାନଙ୍କର ଓଜନ ୪ରୁ ୫ ଗ୍ରାମ ହୋଇଥାଏ। ହମିଙ୍ଗ ପକ୍ଷୀ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିବାର କ୍ଷମତା ରଖିଛି। ଏହି ପକ୍ଷୀର ସବୁଠୁ ଖାସ୍ କଥା ହେଉଛି ଜୋରରେ ଉଡ଼ୁଥିବା ସମୟରେ ପକ୍ଷୀ ଓଲଟାରେ ମଧ୍ୟ ଭଲ ଭାବେ ଉଡ଼ିପାରନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *