ପୁଣି ରାହୁଲଙ୍କୁ ଟାର୍ଗେଟ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ହାତ ଯୋଡିଥିବା ଫଟୋ କଲେ ସେୟାର

ନୂଆଦିଲ୍ଲୀ,: ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ରାହୁଲଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଟାର୍ଗେଟ କରିଛନ୍ତି । ଆଉ ଲେଖିଛନ୍ତି -ଗାନ୍ଧୀ ପରିବାର ସାମ୍ନାରେ କାହିଁକି ଆଦିବାସୀ ନେତା ତଥା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ହାତ ଯୋଡିଛନ୍ତି? ହେମନ୍ତ ସୋରେନ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋ ପୋଷ୍ଟ କରି ଏହି ପ୍ରଶ୍ନ ପଚାରିଛନ୍ତି।

ନିକଟରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଧାନବାଦ ଜିଲାରେ ଏକ ରାଲିକୁ ସମ୍ବୋଧନ କରିବାକୁ ଆସିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ହେଲେ ଝାଡ଼ଖଣ୍ଡ ପାଇଁ ଭାଜପାର ନିର୍ବାଚନ ସହ-ପ୍ରଭାରି ଥିବା ହିମନ୍ତ ବିଶ୍ୱ ଶର୍ମା ଉଭୟ ନେତାଙ୍କ ଏହି ଫଟୋକୁ ନେଇ ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ତୁଳନାରେ ହେମନ୍ତ ସୋରେନଙ୍କ ରାଜନୈତିକ ସ୍ଥିତି ବହୁତ ଅଧିକ। ସେ ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ର ଜଣେ ବରିଷ୍ଠ ନେତା । ହେଲେ ରାହୁଲ ଗାନ୍ଧୀ କେବଳ କଂଗ୍ରେସ ଏମପି। ଝାଡ଼ଖଣ୍ଡରେ ଥିବା ଇଣ୍ଡି ମିଳିତ ମଞ୍ଚରେ ଜେଏମଏମ ସର୍ବାଧିକ ୪୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୩୦ଟି ସିଟ ସହ କଂଗ୍ରେସ ଦ୍ୱିତୀୟ ବୃହତ୍ତମ ଦଳ ଅଟେ। ଏଥି ସହିତ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନିଜ ପ୍ରାର୍ଥୀଙ୍କୁ ୬ଟି ଆସନରେ ସ୍ଥାନିତ କରିଛି । ବାମ ଦଳ ତିନିଟି ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି।

ଏହା ପ୍ରଥମ ଘଟଣା ନୁହେଁ ଯେ ହିମନ୍ତ ବିଶ୍ୱ ଶର୍ମା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ, ନଭେମ୍ବର ୮ରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ । ଏମିତି କି ତାଙ୍କୁ ‘ଲକ୍ଷ୍ୟହିନ କ୍ଷେପଣାସ୍ତ୍ର’ ସହିତ ତୁଳନା କରିଥିଲେ । ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଲିମ ଦେବାକୁ ଅନୁରୋଧ କରିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *