ମୁମ୍ବାଇ : ୭୦ ବର୍ଷ ବୟସରେ ପାଦ ଦେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ୍ ଅଭିନେତା କମଲ ହାସନ। ତାଙ୍କର ଜନ୍ମଦିନ ନେଇ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ନିଖୁଣ ଅଭିନୟ ପାଇଁ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି ।
କମଲ ହାସନ ପ୍ରଫେସନାଲ୍ ଲାଇଫ୍ ବ୍ୟତୀତ ଅଭିନେତା ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତିି । ମାତ୍ର ୬ ବର୍ଷ ବୟସରେ ଶିଶୁ କଳାକାର ଭାବରେ ଅଭିନୟ ଜଗତରେ ପାଦ ଦେଇଥିଲେ । କିନ୍ତୁ ଜଣେ ମୁଖ୍ୟ ଅଭିନେତା ଭାବରେ ତାଙ୍କର ଅଭିନୟ ୭୦ ଦଶକରେ ଆରମ୍ଭ ହୋଇଥିଲା । ଚାହୁଁ ଚାହୁଁ ସେ ସୁପରଷ୍ଟାର ପାଲଟି ଯାଇଥିଲେ। ଏହି ସମୟରେ ସେ ଦକ୍ଷିଣ ଅଭିନେତ୍ରୀ ଶ୍ରୀବିଦ୍ଧାଙ୍କ ସହ ଅନେକ ଫିଲ୍ମରେ କାମ କରିଥିଲେ। କୁହାଯାଏ ଯେ ଏହି ଦୁଇଜଣଙ୍କର ଲଭ୍ ଷ୍ଟୋରୀ ସେହି ସମୟରେ ଖୁବ୍ ଚର୍ଚ୍ଚାରେ ଥିଲା । ତାଙ୍କଠାରୁ ଏକ ବର୍ଷ ବଡ ଅଭିନେତ୍ରୀଙ୍କ ସହ କମଲ ହାସନଙ୍କ କେମେଷ୍ଟ୍ରି ଖବର ସେହି ସମୟରେ ଚର୍ଚ୍ଚାର ଶିଖର ଛୁଇଁଥିଲା। ସେମାନଙ୍କ ପ୍ରେମ କାହାଣୀ ଉପରେ ଏକ ମାଲାୟାଲମ୍ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି, ଯାହାର ଟାଇଟଲ୍ ତିରକ୍କଥା।
୨୦୦୮ ମସିହାରେ ରିଲିଜ୍ କରିଥିବା ଏହି ଫିଲ୍ମରେ ଅଭିନେତ୍ରୀ ପ୍ରିୟମଣି, ଶ୍ରୀବିଦ୍ଧା ଏବଂ ପୃଥ୍ୱୀରାଜ ସୁକୁମାରନ, କମଲଙ୍କ ଭୂମିକାରେ ଅଭିନୟ କରିଥିଲେ। ତେବେ କିଛି ବର୍ଷ ପରେ କମଲ ଏବଂ ଶ୍ରୀବିଦ୍ଧାଙ୍କ ପ୍ରେମ କାହାଣୀରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । ଏହାପରେ ୧୯୭୮ ମସିହାରେ, କମଲ ହାସନଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ନୃତ୍ୟଶିଳ୍ପୀ ବାଣୀ ଗଣପତି । ଦୁହେଁ ବିବାହ ବି କରିଥିଲେ । ସେମାନଙ୍କର ବିବାହ ଅନେକ ବର୍ଷ ଧରି ଭଲରେ ଚାଲିଥିଲା । କିନ୍ତୁ ଅଭିନେତ୍ରୀ ସାରିକାଙ୍କ ସହ କମଲଙ୍କ ଆଫେୟାର୍ସ ବିଷୟରେ ବାଣୀ ଜାଣିବା ମାତ୍ରେ ଏହି ବିବାହ ଭାଙ୍ଗି ଯାଇଥିଲା । ଶେଷରେ ଦୁହେଁ ୧୯୮୮ ରେ ଅଲଗା ହୋଇଗଲେ।
ପ୍ରଥମ ବିବାହ ଭାଙ୍ଗିବା ପରେ କମଲ ସାରିକାଙ୍କୁ ତାଙ୍କର ଦ୍ୱିତୀୟ ସାଥୀ ଭାବରେ ବାଛିଲେ । ସେମାନଙ୍କ ସମ୍ପର୍କ ୨୦୦୪ ପର୍ଯ୍ୟନ୍ତ ଜାରି ରହିଲା । କିନ୍ତୁ ୧୬ ବର୍ଷର ଯାତ୍ରା ଶେଷ ହେବା ସହିତ କମଲଙ୍କ ଦ୍ୱିତୀୟ ବିବାହ ମଧ୍ୟ ବିଫଳ ହେଲା। କମଲଙ୍କ ଏବଂ ସାରିକାଙ୍କର ଦୁଇ ଝିଅ ଅଛନ୍ତି, ଶ୍ରୁତି ହାସନ ଏବଂ ଅକ୍ଷରା ହାସନ। ଯିଏକି ଆଜି ଦକ୍ଷିଣ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ।