ମୁମ୍ବାଇ: କଙ୍ଗନା ରାଣାୱତ ବହୁ ପ୍ରତିକ୍ଷୀତ ଫିଲ୍ମ ଏମରଜେନ୍ସିର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଛି। ଦେଢ଼ ମିନିଟର ରହିଛି ଟ୍ରେଲର ସମୟ ଅବଧି। ଦ୍ୱିତୀୟ ଟ୍ରେଲରେ କଙ୍ଗନାଙ୍କ ଜବରଦସ୍ତ ଭୂମିକା ଦେଖିବାକୁ ମିଳିଛି। ପୁରା ଟ୍ରେଲରେ କଙ୍ଗନାଙ୍କ ଅଭିନୟ ଯାଦୁ ଦେଖିବାକୁ ମିଳିଛି। ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ କଙ୍ଗନାଙ୍କୁ ଦେଖିବାକୁ ମିଳିଛି। ଜି ଷ୍ଟୁଡିୟୋ ଏବଂ ମଣିକର୍ଣ୍ଣିକା ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ଫିଲ୍ମର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି କଙ୍ଗନା ରାଣାୱତ। ୧୭ ଜାନୁଆରୀରେ ଫିଲ୍ମ ପରଦାକୁ ଆସିବ। କଙ୍ଗନା ଟ୍ରେଲରୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ବିଡିଓ ସେୟାର କରି ଲେଖିଛନ୍ତି ୧୯୭୫ ଜରୁରୀକାଳୀନ ପରିସ୍ଥିତି ଭାରତୀୟ ଇତିହାସର ଏକ ନିର୍ଣ୍ଣାୟକ ଅଧ୍ୟାୟ।
ଫିଲ୍ମର ଦ୍ୱିତୀୟ ଟ୍ରେଲରରେ ଏମରଜେନ୍ସି ପରେ ଦେଶରେ ସୃଷ୍ଟି ହୋଇଥିବା ଅଶାନ୍ତିକୁ ଦେଖାଯାଇଛି । ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଥିବା କଙ୍ଗନାଙ୍କୁ ସବୁ ଦିଗରୁ ଆକ୍ରମଣ କରାଯାଇଛି । ଗୋଟିଏ ସିନରେ ଏକାକୀ ଜରୁରୀକାଳୀନ ନିଷ୍ପତ୍ତି ନେବା ଉପରେ ଯେତେବେଳେ ରାଷ୍ଟ୍ରପତି ତାଙ୍କୁ ପ୍ରଶ୍ନ କରୁଛନ୍ତି, ସେ କହୁଛନ୍ତି, ମୁଁ ହିଁ କ୍ୟାବିନେଟ୍ ।
କାହାଣୀରେ ଆଗକୁ ଦେଖାଯାଇଛି, କିପରି ଦେଶରେ ଯୁଦ୍ଧ ଘୋଷଣା ହୁଏ । ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ‘ସିଂହାସନ ଖାଲି କର’ ଦାବି ସବୁଆଡ଼େ ଉଠିଛି । ଏହି ଫିଲ୍ମରେ ଅନୁପମ ଖେର ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ, ଶ୍ରେୟାସ ତଲପଡେ ଅଟଳ ବିହାରୀ ବାଜପେୟୀ ଓ ମିଲିନ୍ଦ ସୋମନ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଭୂମିକାରେ ନଜର ଆସିବେ ।
ଟ୍ରେଲରକୁ ୟୁଜରମାନେ ଖୁବ୍ ପସନ୍ଦ କରିଛନ୍ତି ଏବଂ କଙ୍ଗନା ରାଣାୱତଙ୍କୁ ‘ଶେରନୀ’ର ଟ୍ୟାଗ୍ ଦେଇଛନ୍ତି । ଲୋକଙ୍କ କହିବା ହେଲା, ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା ଦମଦାର୍ ଦେଖାଯାଉଛନ୍ତି । ତାଙ୍କର ଡାଏଲଗ୍ ଡେଲିଭରିଠାରୁ ଆରମ୍ଭ କରି ଏକ୍ସପ୍ରେସନ୍ସ ସବୁକିଛି ମାଇଣ୍ଡ ବ୍ଲୋଇଙ୍ଗ୍ ରହିଛି । ଫ୍ୟାନମାନଙ୍କୁ ଫିଲ୍ମ ଏମରଜେନ୍ସିର ଏହି ଟ୍ରେଲର ବହୁତ ପସନ୍ଦ ଆସିଛି ।
ଫିଲ୍ମରୁ ଯେବେ କଙ୍ଗନାଙ୍କର ପ୍ରଥମ ଲୁକ୍ ସାମ୍ନାକୁ ଆସିଥିଲା, ସେବେଠାରୁ ଫ୍ୟାନମାନେ ଏହି ମୁଭିକୁ ଦେଖିବା ପାଇଁ ବେଶ୍ ଉତ୍ସାହିତ ଥିଲେ । ଏବେ ଟ୍ରେଲର ରିଲିଜ୍ ସେମାନଙ୍କ ଉତ୍ସାହକୁ ଆହୁରି ଦ୍ଵିଗୁଣିତ କରିଦେଇଛି ।