ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ହିମାଚଳ ପ୍ରଦେଶ ଯେତିକି ଲୋକପ୍ରିୟ ସେତିକି ଏହାର ପରମ୍ପରା ପାଇଁ ମଧ୍ୟ ଏହା ଖୁବ ପ୍ରସିଦ୍ଧ। ଭାରତରେ ଆପଣ ଅନେକ ମନ୍ଦିର ରହିଥିବାର ଦେଖିବେ ଯାହାକୁ ନେଇ ଅନେକ କାହାଣୀ ରହିଛି। ଏହାକୁ ନେଇ ଲୋକଙ୍କ ବିଶ୍ୱାସ ଖୁବ ପ୍ରାଚୀନ । ଆଜି ଆମେ ଆପଣଙ୍କୁ କହିବୁ ଏହି ଜିଲ୍ଲାରେ ଥିବା ଏକ ଚର୍ଚ୍ଚିତ ମନ୍ଦିର ସମ୍ପର୍କରେ.. କୁଲ୍ଲର ସାଂଘଡ ଗାଁର ପ୍ରସିଦ୍ଧ ସଂଗଚୁଲ ମହାଦେବଙ୍କ ମନ୍ଦିର । ଏହାକୁ ନେଇ ଏକ କଥା ପ୍ରଚଳିତ ଅଛି। ଯେଉଁଠାରେ ପ୍ରେମୀ ଯୁଗଳଙ୍କୁ ଭଗବାନ ସରଣ ଦେଇଥାନ୍ତି। ଏଠାରେ ପ୍ରତେକ ପ୍ରେମୀ ଯୁଗଳ ଆଶ୍ରୟ ନେଇଥାନ୍ତି ।
ପାଣ୍ଡବଙ୍କ ଯୁଗରେ ସାଂଘଡ ଗାଁରେ ଅନେକ ଐତିହାସିକ ମନ୍ଦିର ରହିଛି। ଏହିସବୁ ମଧ୍ୟରୁ ସଂଗଚୁଲ ମହାଦେବ ମନ୍ଦିର ପ୍ରସିଦ୍ଧ। ସଂଗଚୁଲ ମହାଦେବଙ୍କ ସୀମାରେ କୌଣସି ଜାତିର ପ୍ରେମୀ ଯୁଗଳ ପହଞ୍ଚିବା ପରେ କୌଣସି ବ୍ୟକ୍ତି ତାଙ୍କର କିଛି ଅସୁବିଧା କରିପାରିନଥାନ୍ତି। ଏପରିକି ପରିବାର ସଦସ୍ୟ ମଧ୍ୟ କିଛି କରିପାରନ୍ତି ନାହିଁ। ସଂଗଚୁଲ ମହାଦେବ ମନ୍ଦିରର ପାଖାପାଖି ୧୦୦ ବର୍ଗ କ୍ଷେତ୍ରରେ ଅବସ୍ଥିତ। ଯେ କୌଣସି କାରଣରୁ ପ୍ରେମୀ ଯୁଗଳ ଏଠାରେ ପହଞ୍ଚିବା ମାତ୍ରେ ହିଁ ସେମାନଙ୍କୁ ଭଗବାନଙ୍କ ସରଣରେ ଆଶ୍ରୟ ନେଇଥିବା କୁହାଯାଇଥାଏ।
ଏଠାରେ ପ୍ରଚଳିତ ନିୟମ ପାଳନ କରିବା ପାଇଁ ମଧ୍ୟ ଏହି ଗାଁକୁ ପୋଲିସ ଆସିବାରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏଥିସହ ଏଠରେ ମଦ, ସିଗାରେଟ୍ ଏବଂ ଚମଡା ଜିନିଷ ବାରଣ କରାଯାଇଥାଏ। ଏହାବ୍ୟତୀତ ଏହି ସ୍ଥାନକୁ କୌଣସି ପ୍ରକାର ଅସ୍ତ୍ର-ଶସ୍ତ୍ର ମଧ୍ୟ ପ୍ରବେଶ କରାଯାଇନଥାଏ ଏବଂ ଏଠାରେ କୌଣସି ଝଗଡା ତଥା ଉଚା ଆବାଜରେ ମଧ୍ୟ କଥା କୁହାଯାଏ ନାହିଁ। ଏହି ନିଷ୍ପତି ଭଗବାନଙ୍କର ବୋଲି ମାନ୍ୟତା ରହିଛି।
ମାନ୍ୟତା ଅନୁଯାୟୀ ଉଲ୍ଲେଖ ରହିଛି ଅଜ୍ଞାତବାସ ସମୟରେ ପାଣ୍ଡବମାନେ କିଛି ସମୟ ପାଇଁ ଏଠାରେ ଅଟକି ଥିଲେ। କିନ୍ତୁ କୌରବମାନେ ତାଙ୍କୁ ଖୋଜି ଏଠାରେ ପହଞ୍ଚିବା ସମୟରେ ସଂଗଚୁଲ ମହାଦେବ କୌରବଙ୍କୁ ରୋକିବା ସହ କହିଥିଲେ ଏହା ମୋ କ୍ଷେତ୍ର ଏବଂ ଯିଏ ବି ମୋ ସରଣରେ ଆସିବ ତାଙ୍କର କେହି କିଛି ଅସୁବିଧା କରିପାାରିବେ ନାହିଁ। ଶେଷରେ ମହାଦେବଙ୍କ ଭୟରେ କୌରବମାନେ ପୂନର୍ବାର ଫେରିଯାଇଥିଲେ। ଏହି କାରଣରୁ ପ୍ରାଚୀନ ଯୁଗରୁ ଆଜି ପର୍ଯ୍ୟନ୍ତ ଯେକୌଣସି ବ୍ୟକ୍ତିଙ୍କୁ ଯଦି ତାଙ୍କ ଭଲପାଇବାରେ ଘର ଲୋକ ସମର୍ଥନ କରିନଥାନ୍ତି ତେବେ ପ୍ରେମୀ ଯୁଗଳ ଏଠାରେ ଭଗବାନଙ୍କ ସରଣ ନେବା ପାଇଁ ପହଞ୍ଚିଥାନ୍ତି।