ମୁମ୍ବାଇ: କାନ୍ତାରା ଫିଲ୍ମରେ ସମସ୍ତଙ୍କ ହୃଦୟ ଜିତିଥିବା ରିଷଭ ସେଠୀ ପୁଣି ଥରେ ସମସ୍ତଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହେଉଛନ୍ତି। ରିଷଭ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମ ପାଇଁ ରିଷଭଙ୍କ ପ୍ରଥମ ଲୁକ୍ ସେୟାର ହୋଇଛି। ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି। ଫିଲ୍ମ ୨୦୨୭ରେ ପରଦାକୁ ଆସିବା ନେଇ ମଧ୍ୟ ସୂଚନା ଦିଆଯାଇଛି।
ରିଷଭ ପୋଷ୍ଟରରେ ଲେଖିଛନ୍ତି, ଆମର ସମ୍ମାନ ଏବଂ ସୌଭାଗ୍ୟ, ଭାରତର ସର୍ବଶ୍ରେଷ୍ଠ ଯୋଦ୍ଧା ରାଜା- ଦ ପ୍ରାଇଡ୍ ଅଫ ଇଣ୍ଡିଆ: ଛତ୍ରପତି ଶିବାଜୀ ମହାରାଜଙ୍କ ଉପନ୍ୟାସକୁ ଉପସ୍ଥାପନ କରିବା। ଏହା କେବଳ ଚଳଚ୍ଚିତ୍ର ନୁହେଁ। ଏହା ଏକ ଯୋଦ୍ଧାଙ୍କ କାହାଣୀ, ଯିଏ ସବୁ କିଛି ବାଧା, କଷ୍ଟକୁ ପଛରେ ପକାଇ ଲଢ଼ିଥିଲେ। ଶକ୍ତିଶାଳୀ ମୋଗଲ ସାମ୍ରାଜ୍ୟର ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲା ଏବଂ ଏକ ଉତ୍ତରାଧିକାରୀ ସୃଷ୍ଟି କରିଥିଲା ଯାହା କେବେବି ଭୁଲି ପାରିବ ନାହିଁ । ଏହି ଚଳଚ୍ଚିତ୍ର ୨୭ ଜାନୁଆରୀରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବ ।
ରିଷଭ ଶେଟ୍ଟୀଙ୍କ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ସିଂ। ସନ୍ଦୀପ ମେରି କୋମ, ସରବଜିତ, ଭୀର ସାବରକର, ରାମଲେଲା, ସରବଜିତ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ବର୍ତ୍ତମାନ ସେ ରିଷଭ ଶେଟ୍ଟୀଙ୍କ ସହ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ରିଷଭ ଚରିତ୍ରରେ ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରଶଂସକମାନେ ଜବରଦସ୍ତ ଆକ୍ସନ୍ ଦେଖିବାକୁ ଯାଉଛନ୍ତି।
କାନ୍ତାରା ପରେ ହଠାତ୍ ରିଷଭ ଶେଟ୍ଟୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ଏବେ ସେ କାନ୍ତାରା ୨ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ର ଅକ୍ଟୋବର ୨୦୨୫ ରେ ମୁକ୍ତିଲାଭ କରିବ। ଏହା ପରେ, ରିଷଭଙ୍କ ଜୟ ହନୁମାନ ୨୦୨୬ ମସିହାରେ ଆସିବାକୁ ଯାଉଛନ୍ତି । ତା’ପରେ ୨୦୨୭ମସିହାରେ ଛତ୍ରପତି ଶିବାଜୀ ମହାରାଜ । ଆଗାମୀ ତିନି ବର୍ଷରେ ରିଷଭଙ୍କ ଯାଦୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ।