ବନ୍ଦ ହୋଇଯିବ କପିଲଙ୍କ ଶୋ’, ଦର୍ଶକ ନିରାଶ

ମୁମ୍ୱାଇ: ବନ୍ଦ ହେବ ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡି କିଙ୍ଗ କପିଲ୍ ଶର୍ମାଙ୍କ ଶୋ’ । ଏ ସମ୍ପର୍କରେ ନିଜେ କପିଲ୍ ସୂଚନା ଦେଇଛନ୍ତି। ଏହି ସପ୍ତାହର ଏପିସୋଡ ପରେ ଦୃଶ୍ୟମାନ ହୋଇଥିବା ପ୍ରୋମୋରେ କପିଲ୍ କହିଛନ୍ତି ଯେ, ଆସନ୍ତା ଶନିବାରକୁ ” ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ସିଜିନ୍ ୨” ର ଫାଇନାଲ ଏପିସୋଡ ହେବ। ଏହି ଖବର ଜାଣିବା ପରେ ଦର୍ଶକ ନିରାଶ ହୋଇଛନ୍ତି ।

ଏହାର ଫାଇନାଲ ଏପିସୋଡରେ ଦେଖିବାକୁ ମିଳିବେ ବଲିଉଡ୍ ତାରକା ବରୁଣ ଧୱନ୍‌। ତାଙ୍କର ଆଗାମୀ ସିନେମା “ବେବି ଜାନ୍‌” ର ପୂରା ଟିମ୍ ମଞ୍ଚରେ ନଜର ଆସିବେ। ଅଭିନେତା ପୋଲ୍ ଡାନ୍ସିଂ କରି ଦର୍ଶକଙ୍କ ମନ ମୋହିବେ। ତାଙ୍କର ଚମତ୍କାର ନୃତ୍ୟ ଦେଖି ଅର୍ଚ୍ଚନା ପୁରଣ ସିଂହ ବି ଆଶ୍ଚର୍ଯ୍ୟ ହୋଇ ଯାଉଥିବାର ନଜର ଆସୁଛନ୍ତି। ବରୁଣଙ୍କ ବ୍ୟତୀତ ଶୋ’ ରେ ବମିକା ଗବି ଓ କ୍ରିତି ସୁରେଶ ବି ନିଜ ନିଜର ଯାଦୁ ଦେଖାଇବେ। “ଦ ଗେଟ ଇଣ୍ଡିଆନ୍ କପିଲ୍ ଶୋ” ର ସିଜିନ-୨ ଆରମ୍ଭ ୨୦୨୪ ମସିହା ସେପ୍େଟମ୍ବରରେ ଆରମ୍ଭ ହୋଇଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *