ମଙ୍ଗଳବାର, ଶନିବାର ଝାଡ଼ୁ କିଣିଲେ ଶୁଭ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଝାଡୁ ରଖିବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ଝାଡୁ ସହ ଜଡିତ ଗୋଟିଏ ଭୁଲ୍ ମଧ୍ୟ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ସୁଖଶାନ୍ତି ମଧ୍ୟ ଜୀବନରୁ ଦୂର ହୋଇଯାଏ।

ବାସ୍ତୁ ଅନୁଯାୟୀ, ଘରେ ଝାଡୁ କରିବା ପରେ ଝାଡୁକୁ ସଠିକ୍ ଦିଗରେ ରଖିବା ଜରୁରୀ। ଝାଡୁକୁ କଦାପି ଘରର ଉତ୍ତର-ପୂର୍ବ ଦିଗ ଐଶାନ୍ୟ କୋଣରେ ରଖନ୍ତୁ ନାହିଁ। ଉତ୍ତର-ପୂର୍ବ ଦିଗ ଐଶାନ୍ୟ କୋଣରେ ଦେବୀ-ଦେବତାଙ୍କ ଦିଗ ବୋଲି ମାନ୍ୟତା ରହିଛି। ଏହି ଦିଗରେ ଝାଡୁ ରଖିବା ଦ୍ୱାରା ଦେବୀ-ଦେବତାଙ୍କ ଆଗମନ ହୋଇନଥାଏ ବୋଲି କୁହାଯାଏ।

ଝାଡୁକୁ ସର୍ବଦା ଘରର ଦକ୍ଷିଣ କିମ୍ବା ପଶ୍ଚିମ-ଦକ୍ଷିଣ ଦିଗରେ ରଖିବା ଉଚିତ୍। ଏହି ଦିଗରେ ଝାଡୁ ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ଧନ ବୃଦ୍ଧି ହୋଇଥାଏ। ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ମିଳିଥାଏ। ଝାଡୁ କିଣିବା ପାଇଁ ମଙ୍ଗଳବାର ଓ ଶନିବାର ଦିନ ଖୁବ ଶୁଭ। ଏହାଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହୋଇଥାଏ। ଘରେ ସମ୍ପନତା ଆସିଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଝାଡୁକୁ ସର୍ବଦା ଏପରି ସ୍ଥାନରେ ରଖନ୍ତୁ,ଯେପରି ଏହା ଉପରେ କାହାରି ନଜର ପଡିବ ନାହିଁ। ଝାଡୁକୁ ଭୁଲରେ ମଧ୍ୟ ଖଟ ତଳେ ରଖନ୍ତୁ ନାହିଁ।

ଘରେ ଏକାଧିକ ଝାଡୁ ଥିଲେ; ସବୁକୁ ଏକାଠି ଗୋଟେ ସ୍ଥାନରେ ରଖନ୍ତୁ ନାହିଁ । ସବୁ ଝାଡୁକୁ ଅଲଗା ଅଲଗା ସ୍ଥାନରେ ରଖିବା ଆବଶ୍ୟକ। ନହେଲେ ଘରେ ଝଗଡା ହୁଏ ବୋଲି ବିଶ୍ୱାସ ରହିଛି। କୁହାଯାଏ ଯେ ସୂର୍ଯ୍ୟାସ୍ତ ପରେ ଘର ଝାଡୁ କଲେ ମା ଲକ୍ଷ୍ମୀ ଘରେ ରୁହନ୍ତି ନାହିଁ । ତେଣୁ ସର୍ବଦା ସୂର୍ଯ୍ୟୋଦୟ ପରେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ଝାଡୁ କରିବା ଉଚିତ୍ । କେବେ ବି ଭାଙ୍ଗି ଯାଇଥିବା ଝାଡୁକୁ ଘରେ ରଖନ୍ତୁ ନାହିଁ । ଟଙ୍କା ପଇସା ଖର୍ଚ୍ଚ ଅଧିକା ହୋଇଥାଏ। ସେହିପରି ଝାଡୁ କରି ଘରୁ ବାହାରୁଥିବା ଅଳିଆକୁ ଦୁଆର ମୁହଁରେ ବେଶୀ ସମୟ ଗଦେଇ ରଖିବେ ନାହିଁ। ଏହା ଦ୍ବାରା ଘରର ଐଶ୍ୱର୍ଯ୍ୟ ଚାଲି ଯାଇଥାଏ । ରୋଷେଇ ଘରେ କିମ୍ବା ଆଲମାରି ନିକଟରେ ଝାଡ଼ୁ ରଖିଲେ ଧନହାନୀ ହେବା ସହ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *