ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ। ପଦଯାତ୍ରାରେ ଯାଉଥିବା ବେଳେ ହୋଇଛି ଏହି ଆକ୍ରମଣ । ତାଙ୍କ ଉପରକୁ କେହି ଜଣେ ତରଳ ପଦାର୍ଥ ଫିଙ୍ଗିଛନ୍ତି। ହେଲେ ସୌଭାଗ୍ୟବଶତଃ ସେ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଏହି ସମୟରେ କେଜ୍ି୍ରିୱାଲଙ୍କ ସହ ଉପସ୍ଥିତ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଚଳାଇଛିି। ଏହି ଘଟଣାକୁ ନେଇ ଦଳ ଭାଜପାର ବହୁ ବରିଷ୍ଠ ନେତାଙ୍କ ଉପରେ ଅଭିଯୋଗ ଆଣିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ଆପ୍ । ଏହା ୁ ଭାଜପାର ଷଡ଼ଯନ୍ତ୍ର ବୋଲି କୁହାଯାଇଛି।
ଶନିବାର ସନ୍ଧ୍ୟାରେ କେଜ୍ରିିୱାଲ ଦିଲ୍ଲୀର ଗ୍ରେଟର କୈଳାଶରେ ପଦଯାତ୍ରାରେ ବାହାରିଥିଲେ। ଏହି ସମୟରେ ତାଙ୍କ ସହ ବହୁ ସମର୍ଥକ ବି ସାମିଲ ହୋଇଥିଲେ। କେଜ୍ରିିୱାଲ ଲୋକଙ୍କ ସହ ହାତ ମିଳାଇ ଆଗକୁ ଚାଲିଥିଲେ। ହେଲେ ଜଣେ ଯୁବକ ଭେଟିବାର ବାହାନା କରି ଆସି ତାଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗି ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ସମର୍ଥକମାନେ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ନିର୍ଧୁମ ଛେଚି ଥିଲେ। କେଜ୍ରିୱାଲ ନିଜେ ଅଭିଯୁକ୍ତଙ୍କୁ ଛଡ଼ାଇ ପୋଲିସ ଜିମା ଦେଇଥିଲେ। ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।