ସିଦ୍ଧାର୍ଥଙ୍କ ଘରକୁ ଆସିବ ଖୁସି ଖବର

ମୁମ୍ବାଇ: ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ ବଲିଉଡର ସବୁଠାରୁ ପ୍ରିୟ ଯୋଡ଼ି। ପ୍ରଶଂସକମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ଏବେ କିଆରା ଏବଂ ସିଦ୍ଧାର୍ଥଙ୍କ ଘରେ ଏକ ଛୋଟ ଅତିଥି ଆସିବାକୁ ଯାଉଛି। ହଁ, ଏହି କପୁଲ ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଆଜି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ଦମ୍ପତି ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।

ଶୁକ୍ରବାର ଦିନ, କିଆରା ଏବଂ ସିଦ୍ଧାର୍ଥ ଏହି ଖୁସି ଖବର ସୋସିଆଲ ମିଡିଆ ଜରିଆରେ ସେୟାର କରିଛନ୍ତି। ପୋଷ୍ଟରେ ସିଦ୍ଧାର୍ଥ- କିୟାରା ହାତରେ ପିଲାର ମୋଜା ଧରିଥିବାର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସହିତ କ୍ୟାପସନରେ ଲେଖାଯାଇଛି, “ଆମ ଜୀବନର ସବୁଠାରୁ ବଡ଼ ଉପହାର ଶୀଘ୍ର ଆସୁଛି।”

କିଆରା ଏବଂ ସିଦ୍ଧାର୍ଥଙ୍କର ୨୦୨୧ ମସିହାରେ ନିର୍ମିତ ଫିଲ୍ମ “ଶେରଶାହ”ର ସେଟରେ ସାକ୍ଷାତ ହୋଇଥିଲା। ଏଥିରେ ସିଦ୍ଧାର୍ଥ ପରମ ବୀର ଚକ୍ର ସ୍ୱର୍ଗତ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ କିଆରା ତାଙ୍କ ପ୍ରେମିକା ଡିମ୍ପଲ ଚିମାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା ଏବଂ ତା’ପରେ ସେମାନେ ଡେଟିଂ କରିବା ଆରମ୍ଭ କଲେ।

କିଆରା ଏବଂ ସିଦ୍ଧାର୍ଥ ୭ ଫେବୃଆରୀ, ୨୦୨୩ରେ ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ଦମ୍ପତି ଏକ ସ୍ୱପ୍ନର ବିବାହ କରିଥିଲେ। ତଥାପି, ପରେ ଏହି ଦମ୍ପତି ମୁମ୍ବାଇରେ ଏକ ରିସେପ୍ସନର ଆୟୋଜନ କରିଥିଲେ। ବିବାହର ଦୁଇ ବର୍ଷ ପରେ ଏବେ ଏହି ଦମ୍ପତି ପିତାମାତା ହେବାକୁ ଯାଉଛନ୍ତି।

କିଆରା ଖୁବ୍‌ଶୀଘ୍ର ରଣବୀର ସିଂହଙ୍କ ସହ ଡନ୍ ୩ରେ ନଜର ଆସିବେ। ଅନ୍ୟପକ୍ଷରେ, ସିଦ୍ଧାର୍ଥ ମଲହୋତ୍ରା ବର୍ତ୍ତମାନ ପରମ ସୁନ୍ଦରୀର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଜାହ୍ନବୀ କପୁରଙ୍କ ସହ ନଜର ଆସିବେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *