କେଉଁ ରଙ୍ଗ ରୋଷେଇ ଘର ପାଇଁ ଶୁଭ

ବାସ୍ତୁ ଶାସ୍ତ୍ରରେ ଦିଗ ଓ ରଙ୍ଗର ଖୁବ୍ ମହତ୍ତ୍ୱ ରହିଛି । ମାନ୍ୟତା ଅନୁଯାୟୀ, ଘରର କାନ୍ଥ, ସ୍ଲାବ୍ର ରଙ୍ଗର ପ୍ରଭାବ ଘରର ବାସ୍ତୁ ଓ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ । ରୋଷେଇ ଘର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏଠାରେ ରଖା ଯାଉଥିବା ଜିନିଷ, ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ । ବିଶେଷ କରି ରୋଷେଇ ଘର କାନ୍ଥ ଓ ସ୍ଲାବ୍ । ଏହାର ରଙ୍ଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନଚେତ୍ ପରିବାର ସଦସ୍ୟ ସର୍ବଦା ମାନସିକ ଦୁଃଶ୍ଚିନ୍ତା ଓ ଅନ୍ୟାନ୍ୟ ସମସ୍ୟା ଭୋଗ କରନ୍ତି । ଘରେ କଳହ, ସ୍ୱାସ୍ଥ୍ୟଜନିତ ସମସ୍ୟା, ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ବାସ୍ତୁ ଅନୁଯାୟୀ ରଙ୍ଗ ଚୟନ କରିବା ଆବଶ୍ୟକ । ଜାଣନ୍ତୁ..

ବାସ୍ତୁ ଅନୁସାରେ ରୋଷେଇ ଘର ସ୍ଲାବ୍ କଳା ରଙ୍ଗର ହେବା ଉଚିତ୍ ନୁହେଁ । କଳା ରଙ୍ଗ କର୍ମଫଳ ଦାତା ଶନିଦେବଙ୍କ ରଙ୍ଗ । ତେଣୁ ରୋଷେଇ ଘର, ଶୟନ କକ୍ଷରେ ଏହି ରଙ୍ଗର ବ୍ୟବହାର କରିବା ଉଚିତ୍ ନୁହେଁ ।କଳା ରଙ୍ଗର ସ୍ଲାବ୍ ହେବା ଦ୍ୱାରା ପରିବାର ସଦସ୍ୟ ସର୍ବଦା ଚିନ୍ତାଗ୍ରସ୍ତ ରହି ଥାଆନ୍ତି । ଆର୍ଥିକ ସମସ୍ୟା ହେବା ସହ ରୋଗ ଲାଗିରହିଥାଏ । କଳହ ହୋଇଥାଏ । ଘରର ମହିଳାଙ୍କର ପାଦ ସହ ଜଡିତ ସମସ୍ୟା ହୋଇଥାଏ । ଚକ୍ଷୁ ଜନିତ ସମସ୍ୟା ମଧ୍ୟ ହୋଇଥାଏ ।

ଯେଉଁ ବ୍ୟକ୍ତି ବିଶେଷଙ୍କ ରୋଷେଇ ଘର ସ୍ଲାବର ରଙ୍ଗ ହାଲୁକା ଧଳା ରଙ୍ଗ ହୋଇଥାଏ, ସେମାନଙ୍କ ଘରେ ସଦାସର୍ବଦା ସୁଖ ସମୃଦ୍ଧି ରହିଥାଏ।ସ୍ୱାସ୍ଥ୍ୟ ଉତ୍ତମ ରୁହେ ଏବଂ ଘରେ କଳହ ଲାଗି ନଥାଏ। ଟଙ୍କାର ଅଭାବର ସାମ୍ନା କରିବାକୁ ପଡ଼ିବ ନାହିଁ। ହାଲୁକା ଧଳା ସହ ହଳଦିଆ, ସବୁଜ, ପାଉଁଶିଆ, ମାଟିଆ ରଙ୍ଗ ଶୁଭଙ୍କର।ବାସ୍ତୁ ଅନୁସାରେ, ଧଳା, ମାଟିଆ, ନୀଳ, ହଳଦିଆ, ସବୁଜ କିମ୍ବା ନାରଙ୍ଗୀ ରୋଷେଇ ଘରର କାନ୍ଥ ହେବା ଶୁଭଙ୍କର ।ମାତ୍ର ଅତ୍ୟନ୍ତ ଗାଢ ରଙ୍ଗର କରନ୍ତୁ ନାହିଁ । ଗାଢ ରଙ୍ଗର ହେବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଘରେ ଅଶାନ୍ତି ଲାଗି ରହିଥାଏ । ସଦସ୍ୟଙ୍କ ମଧ୍ୟରେ ଅଯଥାରେ କଳହ ହୋଇଥାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *