ଶିବଙ୍କ କ୍ରୋଧରୁ କାଳ ଭୈରବଙ୍କ ଉତ୍ପତ୍ତି

ବାରଣାସୀକୁ ସବୁବେଳେ ଦେବଭୂମି ବୋଲି କୁହାଯାଏ। କାଶୀ ଗଙ୍ଗା ନଦୀ କୂଳରେ ରହିଥିବା ଯୋଗୁଁ ଏହା ଧାର୍ମିକ ମହତ୍ତ୍ୱ ଅଧିକ ରହିଥାଏ। ଆଉ ବାରଣାସୀର ଧାର୍ମିକ ମହତ୍ତ୍ୱ ଯୋଗୁଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏଠାକୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଆସନ୍ତି। ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ପ୍ରମୁଖ ମନ୍ଦିର ଭାବେ ବିଶ୍ୱନାଥ ମନ୍ଦିର ଅନାଦିକାଳରୁ ରହିଛି। ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆଦି ସ୍ଥାନ ବୋଲି କୁହାଯାଏ। ଏଠାରେ କାଶୀରେ ମା ଗଙ୍ଗାଙ୍କ ଆରତୀରେ ସାମିଲ ହେବା ପାଇଁ କାହିଁ କେତେ ଦୂରରୁ ଆସିଥାନ୍ତି। ଆଉ ଭଗବାନଙ୍କ ଆଶୀର୍ବାଦ ନିଅନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ, କାହିଁ କେଉଁ କାଳରୁ ମହାଦେବ କାଶୀରେ ହିଁ ରୁହନ୍ତି। ତେବେ କାଶୀ ବିଶ୍ୱନାଥ ମନ୍ଦିରକୁ ନେଇ କ’ଣ ପୌରାଣିକ କଥା ରହିଛି ଆସନ୍ତୁ ଜାଣିବା…

ଧାର୍ମିକ ମାନ୍ୟତା ଅନୁସାରେ, ଥରେ ଦେବତାମାନେ ବ୍ରହ୍ମା ଦେବ ଏବଂ ବିଷ୍ଣୁଙ୍କୁ ପଚାରିଲେ କି ବ୍ରହ୍ମାଣ୍ଡ ସବୁଠାରୁ ଶ୍ରେଷ୍ଠ କିଏ ? ଏହି ପ୍ରଶ୍ନ ଶୁଣି ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରମାଣ କରିବା ପାଇଁ ଯୁଦ୍ଧ ମଧ୍ୟ ଲାଗିଗଲା। ଏହାପରେ ସମସ୍ତ ଦେବତା, ବ୍ରହ୍ମା ଏବଂ ବିଷ୍ଣୁଙ୍କ ସମେତ କୈଳାସ ପର୍ବତରେ ପହଞ୍ଚିଲେ ଆଉ ଭଗବାନ ଭୋଳାନାଥଙ୍କୁ ପଚରାରିଲେ ବ୍ରହ୍ମାଣ୍ଡର ସବୁଠାରୁ ଶ୍ରେଷ୍ଠ କିଏ ?

ଦେବତାମାନଙ୍କ ପ୍ରଶ୍ନ ଶୁଣିବା ମାତ୍ରେ ଭଗବାନ ଶିବଙ୍କ ଶରୀରରୁ ଜ୍ୟୋତି କୁଞ୍ଜ ସୃଷ୍ଟି ହୋଇଥିଲା। ଯାହା ନଭ ଏବଂ ପାତାଳ ଦିଗକୁ ପଡିଥିଲା। ଏହା ପରେ ମହାଦେବ ବ୍ରହ୍ମା ଏବଂ ବିଷ୍ଣୁଙ୍କୁ କହିଲେ, ଆପଣ ଦୁହେଁ ଏହି ଜ୍ୟୋତିର ଶେଷ ସୀମାରେ ଯିଏ ଠିଆ ହେବ, ସେହି ହିଁ ଶ୍ରେଷ୍ଠ। ପ୍ରଭୁ ଭୋଳାଶଙ୍କର କଥା ଶୁଣିବା ମାତ୍ରେ ବ୍ରହ୍ମା ଏବଂ ବିଷ୍ଣୁଙ୍କ ଅନନ୍ତ ଜ୍ୟୋତିର ଶେଷରେ ପହଞ୍ଚିବା ପାଇଁ ବାହାରିଗଲେ। କିନ୍ତୁ କିଛି ସମୟ ପରେ ଫେରିଆସିଲେ। ତେବେ ଶିବ ପଚାରିଲେ, କ’ଣ ଆପଣ ଦୁଇଜଣ ଜ୍ୟୋତିର ଶେଷ ପାଇଲେ ?

ଭୋଳାଶଙ୍କରଙ୍କ କଥା ଶୁଣି ବିଷ୍ଣୁ କହିଲେ, ଏହି ଜ୍ୟୋତି ଅନନ୍ତ, ଏହାର କୌଣସି ଅନ୍ତ ନାହିଁ। କିନ୍ତୁ ବ୍ରହ୍ମା ମିଛ କହିଥିଲେ। ବ୍ରହ୍ମା ଜ୍ୟୋତିର ଶେଷ ସୀମାରେ ପହଞ୍ଚିଗଲେ ବୋଲି କହିଥିଲେ। ବ୍ରହ୍ମାଙ୍କ କଥା ଶୁଣିବା ମାତ୍ରେ ପ୍ରଭୁ ଭୋଳାଶଙ୍କର ବିଷ୍ଣୁଙ୍କୁ ଶ୍ରେଷ୍ଠ ଘୋଷଣା କରିଦେଲେ। ଏହି କଥାରେ ବ୍ରହ୍ମା କ୍ରୋଧିତ ହୋଇ ଗଲେ ଏବଂ ଶିବଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରିବାକୁ ଲାଗିଲେ।

ବ୍ରହ୍ମାଙ୍କ ଅପଶବ୍ଦ ଶୁଣିବା ମାତ୍ରେ ଭଗବାନ ଶିବ କ୍ରୋଧିତ ହୋଇ ଉଠିଗଲେ। ଶିବଙ୍କ କ୍ରୋଧରୁ କାଳ ଭୈରବଙ୍କ ଉତ୍ପତ୍ତି ହୋଇଥିଲା। କାଳ ଭୈରବ ବ୍ରହ୍ମାଙ୍କ ଚତୁର୍ଥ ମୁଖକୁ ଶରୀରରୁ ଅଲଗା କରିଦେଲେ। ସେହି ସମୟରେ ବ୍ରହ୍ମାଙ୍କୁ ତାଙ୍କ ଭୁଲ୍‌ର ଅନୁଭୂତି ହୋଇିଲା। ସେହି ସମୟରେ ସେ ଭଗବାନ ଶିବଙ୍କ କ୍ଷମା ପ୍ରାର୍ଥନା କରିଥିଲେ। ଏହା ପରେ କୈଳାସ ପର୍ବତ ଉପରେ କାଳ ଭୈରବଙ୍କ ଜୟ ଜୟ କରିବାକୁ ଲାଗିଲେ। ଏହି ଜ୍ୟୋତକୁି ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ କାଶୀ ବିଶ୍ୱନାଥ ବୋଲି କୁହାଯାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *