ବଂଶୀ ହେଉଛି ସମୃଦ୍ଧିର ପ୍ରତୀକ। ବାସ୍ତୁଶାସ୍ତ୍ର ଅନୁସାରେ, ଯେଉଁ ଘରେ ବଂଶୀ ଥାଏ, ସେଠାରେ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ବଂଶୀ ରଖିବା ଦ୍ବାରା କେଉଁ ସବୁ ବାସ୍ତୁଦୋଷ ଦୂର ହୋଇଥାଏ। ବଂଶୀ ଘରେ ଆଣି ରଖିଲେ ଆପଣଙ୍କ ଘରର ବାତାବରଣ ସକରାତ୍ମକ ଉର୍ଜାରେ ଭରିଯିବ। ଏହାସହିତ ଦେବୀ ଲକ୍ଷ୍ମୀ ମଧ୍ୟ ତାଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରଖିବେ।
ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଅଛି ତେବେ ପ୍ରଥମେ ଦେଖନ୍ତୁ ଆପଣଙ୍କ ବେଡ୍ରୁମ୍ର ଛାତରେ ବିମ୍ ଅଛି କି ନାହିଁ। ଯଦି ହଁ ତେବେ ବାସ୍ତୁଦୋଷ ଦୂର କରିବା ଲାଗି ବିମ୍ର ଦୁଇ ପାର୍ଶ୍ୱରେ ଲାଲ୍ ଫିତା ସାହାଯ୍ୟରେ ବଂଶୀ ବାନ୍ଧି ଦିଅନ୍ତୁ। ମନେ ରଖନ୍ତୁ ବଇଂଶୀର ମୁହଁ ଯେପରି ଆପଣଙ୍କ ବେଡ୍ ଆଡ଼କୁ ରହିବ।
ବଂଶୀ ରଖିଲେ ପରିବାରରେ ମନମତାନ୍ତର ହୁଏ ନାହିଁ। କଳି ଝଗଡ଼ା ମଧ୍ୟ ଲାଗେ ନାହିଁ। ପରିବାରରେ ହସଖୁସି ଭରି ରହେ। ମନ ପ୍ରଫୁଲିତ ରହେ।
ସେହିପରି ଯଦି କୌଣସି ବ୍ୟକ୍ତି କିଛି ନୂଆ କାମ ଆରମ୍ଭ କରନ୍ତି ଏବଂ ସେହି କାମ ଆରମ୍ଭ କରିବା ମାତ୍ରେ କାମ ବିଗିଡି ଯାଏ ତେବେ ଘରର କାନ୍ଥରେ ମୟୂରପୁଚ୍ଛ ଥିବା ବଇଂଶୀ ଲଗାନ୍ତୁ। ଏପରି କରିବା ଦ୍ୱାରା କାମ ସଠିକ ରୂପେ ହୋଇଥାଏ।
ଘରେ ଧନର ଅଭାବ ଦେଖାଦେଲେ ଏକ ଚାନ୍ଦିର ବଂଶୀକୁ ଠାକୁର ଘରେ ରଖନ୍ତୁ। ଏହା ଦ୍ୱାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ ଓ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ। ଘର କିମ୍ବା ମନ୍ଦିରରେ ମୟୁର ପର ଥିବା ବଂଶୀ ରଖିଲେ ଘରେ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବାର ସମ୍ଭାବନା ହୋଇଥାଏ।