ମୁମ୍ବାଇ: ବୟଫ୍ରେଣ୍ଡଙ୍କ ସହ ଫଟୋ ସେୟାର କଲେ ବଲିଉଡ଼ ଅଭିନେତ୍ରୀ କ୍ରିତି ସାନନ । ଏହାକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି କ୍ରିତି। ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ କ୍ରିତି ଲାଇମ ଲାଇଟରେ ରହିଛନ୍ତି। ତାଙ୍କ ନାଁ ଦୀର୍ଘ ଦିନ ଧରି ବଡ଼ ବ୍ୟବସାୟୀ କବୀର ବାହିଆ ସହିତ ଯୋଡା ଯାଉଛି। ତାଙ୍କ ଡେଟିଂ ଗୁଜବକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର କାରଣରୁ କ୍ରିତି ସାନନ ଚର୍ଚ୍ଚାରେ ଅଛନ୍ତି। ଏବେ ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ କନଫର୍ମ ହୋଇଯାଇଛନ୍ତି ।
କ୍ରିିତି ଓ କବୀରଙ୍କୁ ଅଧିକାଂଶ ସମୟ ଏକାଠି ବିଭିନ୍ନ ପାର୍ଟି ଓ ହୋଟେଲରେ ନଜର ଆସନ୍ତି । ଏମିତି କି ଉଭୟଙ୍କ ପରିବାରରେ ଏକାଠି ଦିୱାଲି ପାର୍ଟି ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପ୍ରଶଂସକମାନେ ସନ୍ଦେହ କରୁଥିଲେ ।
ଏବେ କ୍ରିତି ନିଜେ ସୋସିଆଲ ମିଡିଆରେ ବୟର୍ଫେଣ୍ଡ କବୀର ବାହିଆଙ୍କ ସହ ଫଟୋ ସେୟାର କରିଛନ୍ତି । ଏମିତି କି କ୍ରିତି ସାନନ ମଧ୍ୟ କବୀରଙ୍କ ପାଇଁ ଏକ ସ୍ପେଶିଆଲ ମେସେଜ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ‘ଜନ୍ମଦିନର ଶୁଭେଚ୍ଛା କେ! ତୁମର ନିରୀହ ହସ ସର୍ବଦା ଏମିତି ରହୁ! ’ ଏଥିସହ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସେଲଫି ସେୟାର କରିଛନ୍ତି । ଏହି ଫଟୋରେ ଦୁହେଁ ଏକାଠି ଅତି ନିକଟତର ହୋଇଥିବାର ଦେଖାଯିବା ସହ ବହୁତ ଖୁସି ଦେଖାଯାଉଛନ୍ତି । ଏବେ ସମସ୍ତେ ତାଙ୍କ ସମ୍ପର୍କ ବିଷୟରେ ବିଭିନ୍ନ କଳ୍ପନା ଜଳ୍ପନା କରୁଛନ୍ତି । କ୍ରିତି ବର୍ତ୍ତମାନ କବୀର ବାହିଆଙ୍କ ସହ ଖୋଲାଖୋଲି ଭାବରେ ଫଟୋ ସେୟାର କରୁଛନ୍ତି। ବୋଧହୁଏ ଖୁବ ଶୀଘ୍ର ଦୁହେଁ ସମସ୍ତଙ୍କ ଆଗରେ ନିଜ ପ୍ରେମକୁ କନଫର୍ମ କରିବେ ।