ହୋଲିରେ ରୂପା ପିଚ୍‌କାରୀର ଚାହିଦା ଅଧିକ

ଲକ୍ଷ୍ନୌ: ସାଧାରଣତଃ ବଜାରରେ ପିଚକାରୀ ୨୦/୨୫ ଟଙ୍କାରେ ମିଳିଥାଏ । ହେଲେ ଏବେ ଲକ୍ଷେ ଟଙ୍କିଆ ପିଚ୍‌କାରୀ ଦେଖିବାକୁ ମିଳିଛି । ଏହା୍ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚିତ । ହଁ ଆଜ୍ଞା, ଲକ୍ଷେ ଟଙ୍କାର ପିଚକାରୀ, ଯାହା ଉତ୍ତରପ୍ରଦେଶ ଲକ୍ଷ୍ନୌରେ ହିଁ ମିଳୁଛି । ହୋଲି ଉପଲକ୍ଷେ ଏହି ସ୍ୱତନ୍ତ୍ର ପିଚକାରୀର ପରିକଳ୍ପନା କରାଯାଇଛି । ତେବେ ଏହି ଦାମୀ ପିଚକାରୀ କେଉଁ ରଙ୍ଗ ଦୋକାନରେ ମିଳୁନି ବରଂ ଏହା ଅଳଙ୍କାର ଦୋକାନରେ ମିଳୁଛି । ଆଉ ଏହି ପିଚ୍‌କାରୀର ଚାହିଦା ସବୁଠୁ ଅଧିକ ।

ରଙ୍ଗର ପର୍ବ ହୋଲିକୁ ନେଇ ଏବେ ସବୁଠି ଉତ୍ସାହ । ହୋଲି ପାଇଁ ବଜାରରେ ଭଳି କି ଭଳି ରଙ୍ଗ ମିଳୁଥିବା ବେଳେ ସୁଗନ୍ଧିତ ଅବିର ଏବଂ ହର୍ବାଲ ରଙ୍ଗ ଲୋକଙ୍କର ପ୍ରଥମ ପସନ୍ଦ ପାଲଟୁଛି । ମାତ୍ର ପିଲାଙ୍କ ପାଇଁ ପିଚକାରୀ ମାନେ ହିଁ ହୋଲି ଖେଳ । ହୋଲି ପିଚକାରୀ ବିନା ସତେ ଯେମିତି ଅଧୁରା । ତେଣୁ ବିଭିନ୍ନ୍ ରଙ୍ଗ ଦୋକାନରେ ପିଚକାରୀକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଲକ୍ଷ୍ନୌର ଲକ୍ଷେ ଟଙ୍କିଆ ପିଚକାରୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହି ପିଚ୍‌କାରୀର ଚାହିଦା ସବୁଠୁ ଅଧିକ ।

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ମିଳୁଛି ଲକ୍ଷେ ଟଙ୍କିଆ ପିଚ୍‌କାରୀ। ହୋଲି ଉପଲକ୍ଷେ ଏହି ସ୍ୱତନ୍ତ୍ର ପିଚକାରୀର ପରିକଳ୍ପନା କରାଯାଇଛି । ଲକ୍ଷ୍ନୌର ଜଣେ ବ୍ୟବସାୟୀ ହୋଲି ଉପଲକ୍ଷେ ଏହି ସ୍ୱତନ୍ତ୍ର ପିଚକାରୀ ତିଆରି କରିଛନ୍ତି । ତାହାପୁଣି ସମ୍ପୂର୍ଣ୍ଣ ରୂପାରେ ତିଆରି । ରୂପାରେ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ପିଚକାରୀ ସହ ଗୋଟେ ବାଲଟି ମଧ୍ୟ ମିଳୁଛି । ତେବେ ସୁନା ବ୍ୟବସାୟୀ ଆଦେଶ ଜୈନ କହିବା କଥା , ଏହି ସ୍ୱତନ୍ତ୍ର ପିଚକାରୀ ଆମ ପୁରୁଣା ପରମ୍ପରାର ପ୍ରତୀକ । ଯାହାକୁ ବିବାହରେ ବହୁଳ ଭାବରେ ଉପହାର ସ୍ୱରୁପ ଦିଆଯାଏ । ନବବିବାହିତ ଦମ୍ପତ୍ତିଙ୍କୁ କେହି କେହି ସେମାନଙ୍କ ଜୀବନ ରଙ୍ଗୀନ ହେବାର ଆଶାରେ ଏହାକୁ ଉପହାର ଦିଅନ୍ତି । ତେବେ ଝିଅ ଘର ପକ୍ଷରୁ ପୁଅ ଘରକୁ ଏହି ରୂପାର ପିଚକାରୀ ଦିଆଯାଏ । ଏହି ସ୍ୱତନ୍ତ୍ର ପିଚକାରୀର ଦାମ ୮୦୦୦ରୁ ଆରମ୍ଭ ହୋଇ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *