ଚେନ୍ନାଇ: ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ତାମିଲନାଡୁ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ । ସେ ନିଜକୁ ନିଜେ ଚାବୁକ୍ ମାରି ପ୍ରତିବାଦ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଅନ୍ନା ୟୁନିଭର୍ସିଟିରେ ହୋଇଥିବା ବଳାତ୍କାର ଘଟଣାକୁ ନେଇ ସେ ଏ ପ୍ରକାର ଭିନ୍ନ ଧରଣ ପ୍ରତିବାଦ କରିଛନ୍ତି ।
ନିଜକୁ ଦଣ୍ଡିତ କରିବା ଆମ ରାଜ୍ୟର ସଂସ୍କୃତି । ଗତ ୩ ବର୍ଷ ଧରି ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ରାଜ୍ୟରେ ସରକାର ନ ହଟିବା ପର୍ଯ୍ୟନ୍ତ ଚପଲ ପିନ୍ଧିବେ ନାହିଁ ବୋଲି ସେ ପଣ ନେଇଛନ୍ତି । ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ରାଜ୍ୟ ସରକାରଙ୍କ ଲିଙ୍କରେ ଥିବା ନେଇ ଚର୍ଚ୍ଚା ହେଉଛି । ଅଭିଯୁକ୍ତଙ୍କୁ ସରକାର ଘଣ୍ଟ ଘୋଡଉ ଥିବାବେଳେ ପୋଲିସ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଯାହାର ପ୍ରତିବାଦରେ ଅନ୍ନ୍ାମଲାଇ ଏପରି କରିଥିବା କୁହାଯାଉଛି । ଗତ ୨୩ ତାରିଖରେ ଅନ୍ନା ୟୁନିଭର୍ସିଟିରେ ଛାତ୍ରୀଙ୍କୁ ବଳାତ୍କାର କରାଯାଇଛି । ଜଣେ ବିରିୟାନି ଦୋକାନୀ ଉପରେ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ ନିଜ ଘର ଆଗରେ ଛିଡ଼ା ହୋଇ ପ୍ରଥମେ ସାର୍ଟ ଖୋଲିଲେ । ତା’ ପରେ ଚାବୁକରେ ନିଜକୁ ନିଜେ ମାରିବା ଆରମ୍ଭ କରୁଛନ୍ତି । ପାଖାପାଖି ନିଜକୁ ନିଜେ ସେ ୬ଥର ଚାବୁକ ମାରୁଛନ୍ତି । ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ।