ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ନେପାଳରେ ନେପାଳରେ କମିଛି ସୁନା। ପାଖାପାଖି ୧୬ ହଜାର ଟଙ୍କା ସୁନା ଦର ହ୍ରାସ ପାଇଛି। ଭାରତର ଆଭିମୁଖ୍ୟକୁ ନଜରରେ ରଖି ନେପାଳ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି । ଏହାପୂର୍ବରୁ ଜୁଲାଇରେ ଉପସ୍ଥାପିତ ବଜେଟରେ ଭାରତ ସରକାର ମଧ୍ୟ ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କକୁ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲେ, ଯେଉଁ କାରଣରୁ ସୁନା ମୂଲ୍ୟ ପ୍ରାୟ ୬ ହଜାର ଟଙ୍କା ଶସ୍ତା ହୋଇଛି। ଭାରତକୁ ଦେଖି ନେପାଳ ସରକାର ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି, ଯେଉଁ କାରଣରୁ ସେଠାରେ ସୁନା ମୂଲ୍ୟ ଭରି ପିଛା ପ୍ରାୟ ୧୬ ହଜାର ଟଙ୍କା ହ୍ରାସ ପାଇଛି।
ବାସ୍ତବରେ ନେପାଳ ସରକାର ସୁନା ଉପରେ ସୀମା ଶୁଳ୍କ ୫୦ ପ୍ରତିଶତ ହ୍ରାସ କରିଛନ୍ତି। ସୀମା ଶୁଳ୍କକୁ ଅଧା କରିବା ନିଷ୍ପତ୍ତି ପରେ ସୁନାର ମୂଲ୍ୟରେ ଭରି ପିଛା ୧୫,୯୦୦ ଟଙ୍କା (୧୧.୬୬୪ ଗ୍ରାମ) ହ୍ରାସ ଘଟିଛି। ଫେଡେରେସନ୍ ଅଫ୍ ନେପାଳ ଗୋଲ୍ଡ ଏବଂ ସିଲଭର ଡିଲର ଆସୋସିଏସନ୍ ଅନୁଯାୟୀ ସୋମବାର ଦିନ ହଲମାର୍କ ସୁନା ଭରି ପିଛା ୧,୫୧,୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ରବିବାର ଦିନ ଭରି ପିଛା ୧,୬୭,୨୦୦ ଟଙ୍କା ଥିଲା।
ନେପାଳ ସରକାର ସୁନା ଆମଦାନୀ ଉପରେ ସୀମା ଶୁଳ୍କକୁ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିଛନ୍ତି । ଅଧିକାରୀମାନଙ୍କ ମତରେ, ସୋମବାର ଠାରୁ କାର୍ଯ୍ୟକାରୀ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ଭାରତ ସୁନା ଓ ରୂପା ଉପରେ ସୀମା ଶୁଳ୍କକୁ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲା। ଅପରପକ୍ଷେ, ନେପାଳ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ ସୁନା ଉପରେ ସୀମା ଶୁଳ୍କକୁ ୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିଛି।
ଭାରତ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ନେପାଳରେ ସୁନା ମହଙ୍ଗା ହେଲା ଏବଂ ଭାରତରେ ଶସ୍ତା ହେଲା, ଯେଉଁଥିପାଇଁ ସୁନା ଚୋରା ଚାଲାଣ ବୃଦ୍ଧି ପାଇଲା। ମହାସଂଘ ଅନୁଯାୟୀ, ସୀମାର ନିୟୋଜିତ ଥିବା କିଛି ଅଫିସରଙ୍କ ମନମାନି କାରଣରୁ ବେଆଇନ ବାଣିଜ୍ୟ କାରବାର ବଢିଯାଇଥିଲା। ଏହିପରି ଚୋରା କାରୋବାରକୁ ବନ୍ଦ କରିବାକୁ ଫେଡେରେଶନ ପରାମର୍ଶ ଦେଇଛି, ଯେ ସୁନା ଉପରେ ସୀମା ଶୁଳ୍କ ୮ ପ୍ରତିଶତକୁ ବୃଦ୍ଧି କରାଯାଉ। ଏହାକୁ ୧୦ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ଅନୁମତି ଦେଇଛନ୍ତି ।
ନେପାଳରେ ସୁନା ଶସ୍ତା ହେବା ପରେ ଏହାର ମୂଲ୍ୟ ଭାରତ ତୁଳନାରେ ହ୍ରାସ ପାଇଛି। କିନ୍ତୁ ଭାରତରେ ୧୦ ଗ୍ରାମ ସୁନା ହାର ପ୍ରାୟ ୭୯,୫୯୫ ଟଙ୍କା ରହିଛି ଥିବା ବେଳେ ନେପାଳରେ ଭାରତୀୟ ମୂଲ୍ୟ ଅନୁଯାୟୀ ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ୮୦ ହଜାର ୯୩୦ ଟଙ୍କା ହେବ । ନେପାଳରେ ଭାରତୀୟ ମୂଲ୍ୟ ଅନୁଯାୟୀ ସୁନା ଦର ଭରି ପିଛା ୧,୫୧,୩୦୦ ଟଙ୍କା (୯୪,୩୬୬ ଭାରତୀୟ ଟଙ୍କା) ଅଟେ । ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ନେପାଳରେ ଭାରତ ତୁଳନାରେ ସୁନା ମୂଲ୍ୟ ଅଧିକ ରହିଛି।