ନୂଆଦିଲ୍ଲୀ: ସୋସିଆଲ ମିଡଆରେ ଭାଇରାଲ ହେଉଛି ଏକ ସୁନ୍ଦର ଭିଡିଓ। ଯେଉଁଥିରେ ସ୍ୱୟଂ ରାମ ଲଲାଙ୍କୁ ଦେଖିବାକୁ ମିଳିଛି। କିଛି ସମୟ ଆପଣ ମଧ୍ୟ ଦେଖିଲେ ଆପଣଙ୍କ ଆଖି ଧୋକା ଖାଇଯିବ। ରାମ ଲଲାଙ୍କ ଅବିକଳ ରୂପ, ତାଙ୍କ ହସ ଏବଂ ବସ୍ତ୍ର ପରିଧାନ ବି ସମାନ। ଏସବୁ ଦେଖିଲେ ଲାଗୁଛି ସ୍ୱୟଂ ରାମ ଲଲା ଆସିଛନ୍ତି। ହେଲେ ଏ ପ୍ରକୃତ ରାମ ଲଲା ନୁହେଁ ରାମ ଲଲାଙ୍କ ବେଶ ଧାରଣ କରିଥିବା କୁନି ଶିଶୁଟି। କୁନି ଶିଶୁ ରାମ ଲଲାଙ୍କ ବେଶରେ ପୁରା ରାମଙ୍କ ପରି ଦିଶୁଛନ୍ତି।
ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଶିଶୁ ନିଜ ଶରୀରକୁ କଳା ରଙ୍ଗ କରିଛନ୍ତି ଏବଂ ହଳଦିଆ ଧୋତି ପିନ୍ଧିଛନ୍ତି, ଠିକ୍ ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରଖାଯାଇଥିବା ଶ୍ରୀ ରାମ ଲାଲାଙ୍କ ପ୍ରତିମୂର୍ତ୍ତି ପରି। ରାମ ଲଲାଙ୍କ ମୁକୁଟ ପରି ପିଲାଟି ମଧ୍ୟ ସେହିପରି ଏକ ମୁକୁଟ ପିନ୍ଧିଛି। ଏହା ସହ ରାମଙ୍କ ହାର ପରି ମଧ୍ୟ ପିଲାଟି ହାର ପରିଧାନ କରିଥିବା ଦେଖିବାକୁ ମିଳିଛି। ରାମ ଲଲାଙ୍କ ଅବତାର ନେଇଥିବା ଏହି କୁନି ଶିଶୁଙ୍କ ଭିଡିଓ ଇନ୍ଷ୍ଟାଗ୍ରାମରେ ଲୋକଙ୍କ ପ୍ରଶଂସା ସାଉଁଟୁଛି।
ପିଲାଟି ଦେବତାଙ୍କ ପୋଷାକକୁ ଅନୁକରଣ କରି ‘ଧନୁ ଏବଂ ତୀର’ ମଧ୍ୟ ପିନ୍ଧିଛି। ଏହି ଭାଇରାଲ ଭିଡିଓଟି ବୃନ୍ଦାବନର ବୋଲି କୁହାଯାଉଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ହିନ୍ଦୁ ଆଧ୍ୟାତ୍ମିକ ନେତା ପ୍ରେମାନନ୍ଦ ଜୀ ମହାରାଜ ମଧ୍ୟ ଶ୍ରୀ ରାମ ଲାଲା ପରି ପୋଷାକ ପିନ୍ଧିଥିବା ପିଲାଙ୍କୁ ପ୍ରଣାମ କରିଥିବା ଦେଖିବାକୁ ମିଳିଛି। ଲୋକମାନେ ଛୋଟ ପିଲାଟିର ଏହି ଅବତାର ଦେଖି ଖୁସି ହୋଇ ଅନେକ କମେଣ୍ଟ କରିଥିବା ଦେଖିବାକୁ ମିଳିଛି। ଅନେକ ଲୋକ କମେଣ୍ଟରେ ଜୟ ଶ୍ରୀ ରାମ ମଧ୍ୟ ଲେଖିଛନ୍ତି।