ଆଖିରେ ପଟି ବାନ୍ଧି ପୂଜା କରନ୍ତି ପୂଜକ

ଧର୍ମ, ସଂସ୍କୃତି ଓ ପରମ୍ପରାର ଦେଶ ଭାରତ । ଏଠାରେ ପ୍ରତେକ ସ୍ଥାନରେ ଅଛି ଦେବାଦେବୀଙ୍କ ସ୍ୱତନ୍ତ୍ର ମନ୍ଦିର । ଆଉ ତା ପଛରେ ଲୁଚି ରହିଛି ଅନେକ କାହାଣୀ । ଆଜି ଆମେ ଯେଉଁ ମନ୍ଦିର ସମ୍ପର୍କରେ କହିବୁ ତାହା ରହିଛି ଦେବଭୂମି ଉତ୍ତରାଖଣ୍ଡରେ। ଭାରତରେ ଅନେକ ଦେବୀ ମା’ଙ୍କ ଶକ୍ତିପୀଠ ରହିଛି। ଏମିତି ଏକ ଶକ୍ତିପୀଠ ଦେବଭୂମି ଉତ୍ତରାଖଣ୍ଡରେ ଦେବପ୍ରୟାଗରେ ରହିଛି। ଯାହାକୁ ଲୋକେ ମା ଚନ୍ଦ୍ରବଦନୀ ମନ୍ଦିର ନାମରେ ଜାଣିଛନ୍ତି। ମାନ୍ୟତା ଅନୁସାରେ, ଆଦି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏହି ମନ୍ଦିରର ସ୍ଥାପନା କରିଥିଲେ। ମନ୍ଦିରରେ ଦେବୀ ମା’ଙ୍କ ଶ୍ରୀଯନ୍ତ୍ର ରହିଛି। ମନ୍ଦିରର ଗର୍ଭଗୃହରେ ଏକ ପଥର ଉପରେ ଏହି ଶ୍ରୀଯନ୍ତ୍ର ରଖାଯାଇଛି, ଯାହା ଉପରେ ଚାନ୍ଦିର ଏକ ବଡ ଛତା ରହିଛି।କୁହାଯାଏ, ଏହି ସିଦ୍ଧପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ମା’ କେବେ ବି ଖାଲି ହାତରେ ପଠାଏ ନାହିଁ। ଏହି ମନ୍ଦିର ଉତ୍ତରାଖଣ୍ଡର ଦେବପ୍ରାଗ ଠାରୁ ୩୫ କିମି ଦୂରରେ ଅବସ୍ଥିତ।

ଅନେକ ଧାର୍ମିକ ପୁସ୍ତକରେ ଏହି ସିଦ୍ଧପୀଠ ନାମରେ ମଧ୍ୟ ବର୍ଣ୍ଣନା କରାଯାଇଛି। ପ୍ରାଚୀନ ଗ୍ରନ୍ଥରେ ଭୁବନେଶ୍ୱରୀ ସିଦ୍ଧପୀଠ ନାମରେ ଉଲ୍ଲେଖ ରହିଛି। ଭକ୍ତ ଏଠାକୁ କେବଳ ଶ୍ରୀଯନ୍ତ୍ରକୁ ଦର୍ଶନ କରିବାକୁ ଆସନ୍ତି। ଏଠାରେ ଗର୍ଭଗୃହରେ ଥିବା ଶ୍ରୀଯନ୍ତ୍ର ଦର୍ଶନ କରିବା ସହ ପୂଜାରେ ବ୍ୟବହାର ଶଙ୍ଖରେ ପାଣି ପିଇବାର ଏକ ବଡ ମହତ୍ୱ୍ୱ ରହିଛି।ଚନ୍ଦ୍ରକୁଟ ପର୍ବତରେ ଶିଖରରେ ଥିବା ବାଜ, ବୁରାଂସ, କାଫଲ ତଥା ଦେବଦାରୁ ଆଦି ବୃକ୍ଷରେ ଘେରି ରହିଥିବା ଏହି ମନ୍ଦିର ନିକଟରେ ଜଳବାୟୁ ଅଧିକ ଥଣ୍ଡା ଏବଂ ସ୍ୱାସ୍ଥ୍ୟବର୍ଦ୍ଧକ ରହିଥାଏ। ପୂର୍ବରୁ ଏଠାରେ ନରବଳି, ପଶୁବଳି ଆଗରୁ ଦିଆଯାଉଥିଲା।

ଏଠାରେ ମା ପ୍ରତ୍ୟେକ ଭକ୍ତର ଇଚ୍ଛାକୁ ପୂରଣ କରିଥାନ୍ତି। ଭକ୍ତଙ୍କ ଇଚ୍ଛା ପୂର୍ଣ୍ଣ ହେବା ପରେ ଭକ୍ତ ମାତାଙ୍କ ମନ୍ଦିରରେ କନ୍ଦମୂଳ, ଫଳ, ଧୂପ, ଚୁନୀ, ଚାନ୍ଦିର ଛତା ସମର୍ପିତ କରିଥାନ୍ତି। ମନ୍ଦିରରେ ମାତାଙ୍କ ମୂର୍ତ୍ତି ବଦଳରେ ଶ୍ରୀଯନ୍ତ୍ର ରହିଛି। ଯେଉଁଠାରେ ସତୀଙ୍କ ଦେହ ପଡିଥିଲା। ଏଠାରେ ଦେବୀଙ୍କ ମୂର୍ତ୍ତିକୁ କେହି ଦର୍ଶନ କରିପାରିବେ ନାହିଁ। ପୂଜାରୀ ମାନେ ଆଖିରେ ପଟି ବାନ୍ଧି ମା’ ଚନ୍ଦ୍ରବଦନୀଙ୍କ ସ୍ନାନ କରନ୍ତି। ଥରେ ଜଣେ ପୂଜାରୀ ଅଜଣାତରେ ଏକୁଟିଆ ଥିବା ବେଳେ ମା’ଙ୍କ ମୂର୍ତ୍ତି ଦେଖିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ତା’ ପର ଠାରୁ ଅନ୍ଧ ହୋଇ ଯାଇଥିଲେ। ମନ୍ଦିର ପାଖରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁନ୍ଦର ସୁନ୍ଦର ପକ୍ଷୀଙ୍କ ରାବ ପରିବେଶକୁ ଆକର୍ଷଣୀୟ କରିଥାଏ। ସମୁଦ୍ରପତ୍ତନ ଠାରୁ ୮୦୦୦ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏହି ଶକ୍ତିପୀଠ।

ଏହି ସ୍ଥାନରେ ରାଜା ଦକ୍ଷ ଯଜ୍ଞ କରିଥିଲେ। ଦକ୍ଷଙ୍କ ଝିଅ ସତୀ ଯଜ୍ଞକୁ ଯିବାକୁ ଭଗବାନ ଶଙ୍କରଙ୍କୁ ଅନୁମତି ମାଗିଥିଲେ, କିନ୍ତୁ ଭଗବାନ ଶିବ ସେଠାକୁ ଯିବାକୁ ମନା କରିଦେଇଥିଲେ। କିନ୍ତୁ ସତୀ ତାଙ୍କ କଥା ନବୁଝିପାରି ସେ ସ୍ଥାନ ଚାଲିଯାଇଥିଲେ। ନିଜ ବାପ ଘରେ ନିଜର ଏବଂ ନିଜ ସ୍ୱାମୀଙ୍କ ଅପମାନ ଦେଖି ଅଗ୍ନି କୁଣ୍ଡରେ ଡେଇଁ ପ୍ରାଣତ୍ୟାଗ କରିଥିଲେ। ଯେତେବେଳେ ଶିବଙ୍କୁ ଏ ବିଷୟରେ ଜଣାପଡିଲା, ସେ ନିଜେ ଦକ୍ଷଙ୍କ ଯଜ୍ଞଶାଳାରେ ପହଂଚି ସତୀଙ୍କ ଶରୀରକୁ ଧରି ଆକାଶ ମାର୍ଗରୁ ହିମାଳୟ ଆଡକୁ ଚାଲିଗଲେ।

ସତୀଙ୍କ ବିୟୋଗରେ ଶିବ ଦୁଃଖି ହେବା ଯୋଗୁଁ ପୃଥିବୀ ଥରିବାକୁ ଆରମ୍ଭ କଲା। କିଛି ଅନିଷ୍ଟ ଆଶଙ୍କାରେ ଭଗବାନ ବିଷ୍ଣୁ ନିଜ ଚକ୍ରରେ ସତୀଙ୍କ ଅଙ୍ଗକୁ ଖିନଭିନ କରିଦେଲେ। ଭଗବାନ ବିଷ୍ଣୁଙ୍କ ଚକ୍ରରୁ କଟି ସତୀଙ୍କ ଅଙ୍ଗ ଯେଉଁଠି ସବୁ ପଡିଥିଲା, ସେହି ସ୍ଥାନରେ ଶକ୍ତିପୀଠ ସ୍ଥାପନା କରାଗଲା। ଯେଉଁଠି ମୁଣ୍ଡ ପଡିଲା ସେହି ସ୍ଥାନରେ ସୁରକଣ୍ଡା, ଯେଉଁଠି ସ୍ତନ ପଡିଲା, ସେହି ଜାଗରେ କୁଞ୍ଜାପୁରୀ। ସେହିପରି ଚନ୍ଦ୍ରକୁଟ ପର୍ବତରେ ଦେହ ପଡିଥିଲା ଥିଲା ବୋଲି ଏହାର ନାମ ଚନ୍ଦ୍ରବଦନୀ ରହିଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *