ନାବାଳିକାକୁ ଦୀକ୍ଷା ଦେବା ଅଭିଯୋଗରେ ମହନ୍ତ ବହିଷ୍କୃତ

ପ୍ରୟାଗରାଜ: ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୀକ୍ଷା ଦେଇ ଅଡ଼ୁଆରେ ମହନ୍ତ । ନାଗା ସନ୍ନ୍ୟାସୀମାନଙ୍କର ଏକ ପ୍ରମୁଖ ଆଖଡ଼ା ଜୁନା ଆଖଡ଼ାର ଏହି ମହନ୍ତଙ୍କ ବିରୋଧରେ ନିଆଯାଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ଏମିତି କି ତାଙ୍କୁ ୭ ବର୍ଷ ପାଇଁ ଜୁନା ଆଖଡ଼ାରୁ ବହିଷ୍କାର କରାଯାଇଛି। ଆଖଡ଼ାର ପରମ୍ପରା ଓ ନିୟମ ଉଲ୍ଲଂଘନ କରିଥିବାରୁ ଉକ୍ତ ମହନ୍ତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା । ୧୨ ବର୍ଷ ପରେ ଚଳିତ ବର୍ଷ ଏହି କୁମ୍ଭମେଳା ହେବାକୁ ଯାଉଛି। ଏହା ଫେବୃୟାରୀ ୨୬ ତାରିଖ ଯାଏଁ ଚାଲିବ । ଏଭଳି ସ୍ଥିତିରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କୌଣସି ଶ୍ରଦ୍ଧାଳୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଯୋଗୀ ସରକାର ବିଶେଷ ଧ୍ୟାନ ଦେଇଛନ୍ତି।

ଏସବୁ ଭିତରେ ପ୍ରୟାଗରାଜର ଜୁନା ଆଖଡ଼ାରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ତ୍ୟାଗ ଦୀକ୍ଷା ଦିଆଯାଇଥିଲା । ଦୀକ୍ଷା ଦେଇଥିଲେ ମହନ୍ତ କୌଶଲ ଗିରି । ଏହାକୁ ନେଇ ଦେଖାଦେଇଛି ବିବାଦ। ଏବେ ସଂପୃକ୍ତ ମହନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ୭ ବର୍ଷ ପାଇଁ ଜୁନା ଆଖଡ଼ାରୁ ବହିଷ୍କାର କରାଯାଇଛି। ଆଖଡ଼ାର ପରମ୍ପରା ଓ ନିୟମ ଉଲ୍ଲଂଘନ କରିଥିବାରୁ ମହନ୍ତ କୌଶଲ ଗିରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନାବାଳିକାଙ୍କୁ ସନ୍ନ୍ୟାସୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ନିୟମ ରହିିଛି । ହେଲେ ନାବାଳକିକାଙ୍କୁ ଦୀକ୍ଷା ଦେଇ ନିୟମର ଉଲ୍ଲଙ୍ଘନ କରାଯାଇଛି । ଏଣୁ ଶ୍ରୀ ପଞ୍ଚ ଦାସନାମ ଜୁନା ଆଖଡ଼ାର ମହାସଭା ସର୍ବସମ୍ମତିକ୍ରମେ ଏହି ନିଲମ୍ବନ ନିଷ୍ପତ୍ତି ନେଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *