ମୁମ୍ବାଇ: ପୂର୍ବତନ ଗର୍ଲଫ୍ରେଣ୍ଡଙ୍କ ଡ଼୍ୟାନ୍ସ ଦେଖି ଫିଦା ହୋଇଗଲେ ବଲିଉଡ ଅଭିନେତା ଅର୍ଜୁନ କପୁର । ନିକଟରେ ଡ଼୍ୟାନ୍ସର ଏକ ରିଆଲିଟି ଶୋରେ ଅଭିନେତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ମଲାଇକା ଅରୋରା ଡ଼୍ୟାନ୍ସ କରୁଥିଲେ । ମଲାଇକାଙ୍କ ଡ୍ୟାନ୍ସ ଦେଖିବା ପରେ ଅର୍ଜୁନ ଫିଦା ହେବା ସହ ଚୁପ୍ ହୋଇଗଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଅର୍ଜୁନ ଓ ଅଭିନେତ୍ରୀ ମଲାଇକାଙ୍କ ପ୍ରେମ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଉଭୟେ ଅଲଗା ହୋଇସାରିଛନ୍ତି। ବ୍ରେକଅପ ପରେ ମଧ୍ୟ ଅର୍ଜୁନ ଏବଂ ମଲାଇକା ପରସ୍ପରକୁ ସମ୍ମାନ କରନ୍ତି। ଆଜିକାଲି ଅର୍ଜୁନ ତାଙ୍କର ଆଗାମୀ ଫିଲ୍ମ ‘ମେରେ ହଜ୍ବ୍ୟାଣ୍ଡ୍ କି ବିବି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ସେ ତାଙ୍କ ଫିଲ୍ମର ପ୍ରମୋସନ ପାଇଁ ମଲାଇକାଙ୍କ ଡ୍ୟାନ୍ସ ରିଆଲିଟି ଶୋ’ରେ ପହଞ୍ଚିଥିଲେ । ଅର୍ଜୁନ ଏବଂ ଭୂମି ପେଡନେକର ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର ବନାମ ସୁପର ଡ୍ୟାନ୍ସର ଚାମ୍ପିଅନ କା ଟସନର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଛନ୍ତି। ଶୋ’ର ଗ୍ରାଣ୍ଡ ଫିନାଲେରେ ମଲାଇକା ତାଙ୍କର ସର୍ବଶ୍ରେଷ୍ଠ ଗୀତଗୁଡ଼ିକରେ ପରିବେଷଣ କରିଥିଲେ। ମଲାଇକାଙ୍କ ଡ୍ୟାନ୍ସ ଦେଖିବା ପରେ ଅର୍ଜୁନ ଫିଦା ହୋଇଯାଇଥିଲେ ।
ମଲାଇକାଙ୍କ ନୃତ୍ୟ ଦେଖି ସମସ୍ତ ବିଚାରକ ଠିଆ ହୋଇ ଖୁବ୍ ପ୍ରଶଂସା କରିଥିଲେ। ଏହା ପରେ ଯେତେବେଳେ ଅର୍ଜୁନଙ୍କୁ ପଚରାଗଲା ଯେ ତାଙ୍କୁ ମଲାଇକାଙ୍କ ନୃତ୍ୟ କିପରି ଲାଗିଲା। ଏହା ଉପରେ ଅର୍ଜୁନ କହିଥିଲେ- ମୁଁ ବର୍ଷ ବର୍ଷ ପ୍ରଶଂସା କରିବା ବନ୍ଦ କରିଦେଇଛି। ମୁଁ ଏବେ ବି ଚୁପ୍ ରହିବାକୁ ଚାହୁଁଛି। ଆଜି ମୁଁ ମୋର ସମସ୍ତ ପ୍ରିୟ ଗୀତ ଶୁଣିବାକୁ ପାଇଲି। ମଲାଇକା ଜାଣନ୍ତି ମୁଁ ଏହି ଗୀତଗୁଡ଼ିକୁ କେତେ ପସନ୍ଦ କରେ। ଏହି ଡ୍ୟାନ୍ସ ପାଇଁ ମଲାଇକାଙ୍କୁ ଟ୍ରଫି ମିଳିବା ଉଚିତ।
ଅର୍ଜୁନ ଏବଂ ମଲାଇକା ବହୁତ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। କିନ୍ତୁ ଗତ ବର୍ଷ ଏହି ଯୋଡି ଅଲଗା ହୋଇଯାଇଥିଲେ। ବ୍ରେକଅପ ପରେ ମଧ୍ୟ, ଅର୍ଜୁନ ମଲାଇକାଙ୍କ କଷ୍ଟ ସମୟରେ ତାଙ୍କ ସହିତ ଠିଆ ହୋଇଥିଲେ। ତାଙ୍କ ପିତାଙ୍କ ମୃତ୍ୟୁ ସମୟରେ ଅର୍ଜୁନ କପୁର ମଲାଇକାଙ୍କ ସହିତ ଥିଲେ।