ମମତା କୁଲ୍‌କର୍ଣ୍ଣିରୁ ହେଲେ ମମତାନନ୍ଦ ଗିରି

ପ୍ରୟାଗରାଜ: ଗ୍ଲାମର ଦୁନିଆରୁ ସନ୍ନ୍ୟାସିନୀ । ବଲିଉଡ୍ ଅଭିନେତ୍ରୀ ମମତା କୁଲ୍‌କର୍ଣ୍ଣି ଚଳଚ୍ଚିତ୍ର ଜଗତର ଗ୍ଲାମରସ୍ ଦୁନିଆରୁ ସମ୍ପୂର୍ଣ୍ଣ ଓହରି ସନ୍ନ୍ୟାସିନୀ ଜୀବନ ବାଛିଛନ୍ତି। ମମତା କୁଲକର୍ଣ୍ଣି ନିଜର ପୁରୁଣା ପରିଚୟ ଛାଡ଼ି ପ୍ରୟାଗରାଜର ସଙ୍ଗମ କୂଳରେ ଆୟୋଜିତ ମହାକୁମ୍ଭରେ ସ୍ନାନ କରି ନୂଆ ଜୀବନରେ ପ୍ରବେଶ କରିଛନ୍ତି ।

୫୨ ବର୍ଷୀୟା ମମତାଙ୍କୁ ଶୁକ୍ରବାର ଏକ ଭବ୍ୟ ସମାରୋହରେ ଆନୁଷ୍ଠାନିକ ଭାବେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ କରାଯାଇଛି। ପ୍ରୟାଗରାଜର ସଙ୍ଗମ ସ୍ଥଳରେ ପାରମ୍ପରିକ ପିଣ୍ଡଦାନ ପରେ ସେ ନୂଆ ଭୂମିକାରେ ନଜର ଆସିଛନ୍ତି। ଏଣିକି ସେ ମମତା କୁଲକର୍ଣ୍ଣି ପରିବର୍ତ୍ତେ ମମତାନନ୍ଦ ଗିରି ନାମରେ ପରିଚିତ ହେବେ। ତେବେ ଦୀର୍ଘ ଦିନ ଧରି ସେ ଫିଲ୍ମଠାରୁ ଦୂରରେ ରହି ଧ୍ୟାନ କରୁଥିଲେ । ଏବେ ସେ ଜଣେ ସାଧୁ ପାଲଟିଯାଇଛନ୍ତି। କିନ୍ନର ଆଖଡ଼ାରୁ ସେ ଦୀକ୍ଷା ଗ୍ରହଣ କରି ଆଧ୍ୟାତ୍ମିକ ମାର୍ଗ ଆପଣାଇଛନ୍ତି।

୧୯୯୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ କରିଥିବା ଏହି ସୁନ୍ଦରୀ ଅଭିନେତ୍ରୀ ୨୦୧୩ରେ ଡ୍ରଗ୍ସ କିଙ୍ଗ୍‌ପିନ୍ ଭି.କି. ଗୋସ୍ୱାମୀଙ୍କୁ ବିବାହ କରି କେନିଆରେ ବସବାସ କରୁଥିଲେ। ଦୀର୍ଘ ୨୫ ବର୍ଷର ବ୍ୟବଧାନ ପରେ ମମତା ନିକଟରେ ମୁମ୍ବାଇ ଫେରିଥିଲେ। ମମତା ବଲିଉଡର ଅନେକ ଫିଲ୍ମରେ କାମ କରିଛନ୍ତି । ବକ୍ତ ହମାରା ହୈ, କ୍ରାନ୍ତିବୀର, କରନ୍ ଅର୍ଜୁନ, ଚାଇନା ଗେଟ୍‌, ଛୁପା ରୁସ୍ତମ୍‌, ବାଜି ଆଦି ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟ ଜିଣିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *