ଭୁବନେଶ୍ୱର : ପୁଣିଥରେ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡିଶାକୁ ଆଳୁ ରପ୍ତାନି ଉପରେ ରୋକ ଲଗାଇଛନ୍ତି । ଫଳରେ ରାଜ୍ୟରେ ଆଳୁ ଦର ପୁଣିଥରେ ବୃଦ୍ଧି ପାଇଛି।
୪ଦିନ ହେଲାଣି ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନାହାନ୍ତି । ତେଣୁ ଓଡ଼ିଶାକୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନାହିଁ। ଉତ୍ତର ପ୍ରଦେଶରୁ ଆଳୁ ଆସୁଥିଲେ ମଧ୍ୟ ସେଠାରୁ ଆଳୁ ପହଞ୍ଚିବାରେ ବିଳମ୍ବ ହେବା ସହ ପରିବହନ ଖର୍ଚ୍ଚ ଅଧିକ ଦେବାକୁ ପଡୁଛି। ଏହି କାରଣରୁ କିଛିଦିନର ବ୍ୟବଧାନ ପରେ ଆଳୁ ଦର ପୁଣି ବୃଦ୍ଧି ପାଇଛି। ବେପାରୀ ମନଇଛା ଚଢ଼ା ଦରରେ ଆଳୁ ବିକ୍ରି କରୁଛନ୍ତି। ଫଳରେ ମଧ୍ୟବିତ୍ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀ ହେଉଛନ୍ତି । ବାରମ୍ବାର ଏପରି ଆଳୁ ଦର ବଢୁଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସରକାର ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦିଅନ୍ତୁ ବୋଲି ଦାବି ହୋଇଛି ।